ଏହି ବାରିକ ହାତରେ ଚୁଟି କାଟିବାକୁ କଲିଜା ଦରକାର! ଦେଖନ୍ତୁ ଭିଡିଓ
Advertisement

ଏହି ବାରିକ ହାତରେ ଚୁଟି କାଟିବାକୁ କଲିଜା ଦରକାର! ଦେଖନ୍ତୁ ଭିଡିଓ

କାହାର ହାତରେ ଚୁଟି ଭଲ ଭାବରେ ସେଟ୍ ହୁଏ, ସେଥିପ୍ରତି ସମସ୍ତେ ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ବାରିକଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ପାଖକୁ ଯିବାକୁ ହେଲେ ଲୋକଙ୍କୁ ସାହସ ଆବଶ୍ୟକ।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଚୁଟି ବା କେଶ କାଟିବା ପାଇଁ ଲୋକଙ୍କୁ କିଛି ମାସର ବ୍ୟବଧାନରେ ନିୟମିତ ସେଲୁନ୍ (Saloon) ଯିବାକୁ ପଡେ। ତେବେ କିଏ କେମିତି କାଟନ୍ତି ଏବଂ କାହାର ହାତରେ ଚୁଟି ଭଲ ଭାବରେ ସେଟ୍ ହୁଏ, ସେଥିପ୍ରତି ସମସ୍ତେ ନିଶ୍ଚିତ ଭାବରେ ଧ୍ୟାନ ଦିଅନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ବାରିକଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ପାଖକୁ ଯିବାକୁ ହେଲେ ଲୋକଙ୍କୁ ସାହସ ଆବଶ୍ୟକ।

ପ୍ରତ୍ୟେକ ବାରିକ (Barber) ଙ୍କ ଚୁଟି କାଟିବାକ ନିଜସ୍ୱ ଶୈଳୀ ଥାଏ। କିନ୍ତୁ ପାକିସ୍ତାନ (Pakistan) ର ଲାହୋରରେ ଏପରି ଏକ ହେୟାର ଡ୍ରେସର ବା ବାରିକ ଅଛନ୍ତି, ଯାହାଙ୍କ ଚୁଟି କାଟିବାର ଢଙ୍ଗ ଟିକେ ନିଆରା। ସେ ଏଭଳି ଶୌଳୀରେ କେଶ କାଟନ୍ତି ଓ ନୂଆ ଲୁକ୍ (Hair Style) ମଧ୍ୟ ଦିଅନ୍ତି, ଯାହାକୁ ଦେଖି ଲୋକେ ନର୍ଭସ ହୋଇଯାଆନ୍ତି। ସମସ୍ତ ବାରିକ ଚୁଟି କାଟିବା ପାଇଁ କଇଁଚି ବ୍ୟବହାର କରୁଥିବା ବେଳେ ସେ କାତି (ମାଂସକଟା କାତି) ଓ ହାତୁଡିରେ ହେୟାର ଡ୍ରେସ କରନ୍ତି।

Also Read: ମାୟାନଗରୀରେ ମହାମାରୀର ତାଣ୍ଡବ, Oxygen ପାଇଁ ଦିଲ୍ଲୀରେ ରୋଗୀ ଛଟପଟ

ପାକିସ୍ତାନର ଏହି ଭୟଙ୍କର ବାରିକଙ୍କ ନାମ ହେଉଛି ଅଲ୍ଲି ଅବ୍ବାସ (Ali Abbas) । ନିଜର ଅଜବ ଚୁଟିକଟା ଶୈଳୀ ପାଇଁ ଲାହୋରରେ ଅଲ୍ଲି ଖୁବ ଚର୍ଚ୍ଚିତ। ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି। ଅଧିକାଂଶ ସମୟରେ ଅଲ୍ଲି ବିପଦଜନକ ଭାବେ ଲୋକଙ୍କ ଚୁଟି (Hair Cutting) କାଟନ୍ତି। ଏପରିକି ସେ ଗ୍ରାହକଙ୍କ ମୁଣ୍ଡରେ ନିଆଁ ଲଗାଇ ଦେଉଥିବା ବି ଦେଖିବାକୁ ମିଳେ। ପ୍ରଥମେ ପ୍ରଥମେ ତାଙ୍କ ହାତରେ ଲୋକ ଚୁଟି କଟାଇବାକୁ ଡରନ୍ତି, କନ୍ତୁ ଅଭ୍ୟାସ ହୋଇଗଲା ପରେ ସେମାନେ ମଧ୍ୟ ଅଲ୍ଲିଙ୍କ ମଜା ନିଅନ୍ତି।