PAN Cardରେ ଶୀଘ୍ର କରନ୍ତୁ ଏହି ପରିବର୍ତ୍ତନ, ନହେଲେ...
Advertisement

PAN Cardରେ ଶୀଘ୍ର କରନ୍ତୁ ଏହି ପରିବର୍ତ୍ତନ, ନହେଲେ...

ପାନ୍ ଏକ ଅନନ୍ୟ ପରିଚୟ କାର୍ଡ ରୂପେ ମଧ୍ୟ କାମ କରେ।  ଯେକୌଣସି ବ୍ୟକ୍ତି ID ପ୍ରମାଣ ଭାବରେ ପାନ୍ କାର୍ଡ ବ୍ୟବହାର କରନ୍ତି। ଯଦି ଆପଣ ପୂର୍ବରୁ ପ୍ରସ୍ତୁତ ଏକ ପାନ୍ କାର୍ଡ ପାଇଛନ୍ତି ଏବଂ ଆପଣ ବିବାହିତ, ତେବେ ଆପଣଙ୍କ ଉପନାମ ବା ସଂଜ୍ଞା ଏବଂ ଠିକଣା ବଦଳାଇବା ଆପଣଙ୍କ ପାଇଁ ଆବଶ୍ୟକ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଧାର ପରି ପାନ୍ କାର୍ଡ ହେଉଛି ୧୦ ଅଙ୍କ ବିଶିଷ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍। ଏହା ଆୟକର ବିଭାଗ ଦ୍ୱାରା ପ୍ରଦାନ କରାଯାଇଥାଏ। ସେ ବ୍ୟାଙ୍କର କାମ ହେଉ କିମ୍ବା ଅନ୍ୟ କୌଣସି ଆର୍ଥିକ କାରବାର ହେଉ, ଏହା ଅନେକ ଛୋଟ ଏବଂ ବଡ କାମ ପାଇଁ ବ୍ୟବହୃତ ହୁଏ।

ପାନ୍ ଏକ ଅନନ୍ୟ ପରିଚୟ କାର୍ଡ ରୂପେ ମଧ୍ୟ କାମ କରେ।  ଯେକୌଣସି ବ୍ୟକ୍ତି ID ପ୍ରମାଣ ଭାବରେ ପାନ୍ କାର୍ଡ ବ୍ୟବହାର କରନ୍ତି। ଯଦି ଆପଣ ପୂର୍ବରୁ ପ୍ରସ୍ତୁତ ଏକ ପାନ୍ କାର୍ଡ ପାଇଛନ୍ତି ଏବଂ ଆପଣ ବିବାହିତ, ତେବେ ଆପଣଙ୍କ ଉପନାମ ବା ସଂଜ୍ଞା ଏବଂ ଠିକଣା ବଦଳାଇବା ଆପଣଙ୍କ ପାଇଁ ଆବଶ୍ୟକ। ଯାହାଦ୍ୱାରା କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମୟରେ କୌଣସି ଅସୁବିଧା ନହୁଏ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ କହିବୁ ଘରେ ବସି ଆପଣଙ୍କ ପାନ୍ କାର୍ଡରେ ଉପନାମ/ସଂଜ୍ଞା ଏବଂ ଠିକଣା କିପରି ପରିବର୍ତ୍ତନ କରିବେ।

Also Read: ମାନିଲେନି ଅମାନିଆ! ଦୀପାବଳିରେ ଫୁଟିଲା ବାଣ, ଚରମ ସୀମାରେ ବାୟୁ ପ୍ରଦୂଷଣ

ପାନ୍ କାର୍ଡରେ ଉପନାମ ଏବଂ ଠିକଣା ପରିବର୍ତ୍ତନ କରିବାକୁ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ-

ପ୍ରଥମେ ଆପଣ https://www.onlineservices.nsdl.com/paam/endUserRegisterContact.html ଲିଙ୍କ ଖୋଲନ୍ତୁ।
ଏହା ପରେ ଆପଣଙ୍କୁ ଆବେଦନ ଫର୍ମ ପୂରଣ କରିବାକୁ ପଡିବ।
ଏହା ଧ୍ୟାନ ଦେବା ଆବଶ୍ୟକ ଯେ ଏଠାରେ ଦିଆଯାଇଥିବା ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରାଯିବା ଉଚିତ୍।
ଏହା ପରେ ଆପଣଙ୍କୁ ଫର୍ମ ଅନଲାଇନ୍ ହିଁ ଦାଖଲ କରିବାକୁ ପଡିବ।
ବର୍ତ୍ତମାନ ଆପଣଙ୍କ ନାମ ସାମ୍ନାରେ ଥିବା ସେଲକୁ ବାଛନ୍ତୁ ଏବଂ ଫର୍ମରେ ଆପଣଙ୍କର PAN ନଂ ଏଣ୍ଟ୍ରି କରନ୍ତୁ।
ଏହା ପରେ, ଫର୍ମରେ ଦିଆଯାଇଥିବା ସୂଚନାକୁ ଯାଞ୍ଚ କରିବାକୁ ପଡିବ।
ଯାଞ୍ଚ ପାଇଁ, ଆପଣଙ୍କୁ  ‘Validate’ ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ।
ଏହା ପରେ, ଆପଣଙ୍କୁ 'Submit' ବଟନ୍ କ୍ଲିକ୍ କରି ଆଗକୁ ବଢିବାକୁ ପଡିବ।

Also Read: T20 World Cup 2021: Scotland ବିପକ୍ଷରେ Team Indiaର ସମ୍ଭାବ୍ୟ ଏକାଦଶ ଫାଇନାଲ!

ଦେୟ/ଫି-

ଫର୍ମ ପୂରଣ କରିବା ପରେ ଆପଣଙ୍କୁ ଦେୟ ଦେବାକୁ ପଡିବ। ଅନଲାଇନ୍ ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଆପଣଙ୍କ ଡେବିଟ୍, କ୍ରେଡିଟ୍ କିମ୍ବା କ୍ୟାସ କାର୍ଡ ମାଧ୍ୟମରେ ପେମେଣ୍ଟ କରିପାରିବେ। ଆପଣଙ୍କୁ ଭାରତରେ ଆପଣଙ୍କ ଠିକଣା ପାଇଁ ୧୧୦ ଟଙ୍କା ଏବଂ ଭାରତ ବାହାରେ ଠିକଣା ପାଇଁ ୧୦୨୦ ଟଙ୍କା ଦେବାକୁ ପଡିବ। ଦେୟ ସରିବା ପରେ ଆପଣଙ୍କୁ ପାନ୍ ଆବେଦନ ଫର୍ମ ଡାଉନଲୋଡ୍ ଏବଂ ପୂରଣ କରିବାକୁ ପଡିବ। ଏହା ପରେ, ଆପଣ ଏକ ପ୍ରିଣ୍ଟଆଉଟ୍ ବାହାର କରିବେ। ବର୍ତ୍ତମାନ ଆପଣଙ୍କ ଦୁଇଟି ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଫର୍ମରେ ପେଷ୍ଟ କରି ଏଥିରେ ସାଇନ୍ ବା ଦସ୍ତଖତ କରନ୍ତୁ।

ଆବେଦନ ଫର୍ମ ପଠାଇବାର ଠିକଣା-

ଇନକମ ଟ୍ୟାକ୍ସ ପ୍ୟାନ ସର୍ଭିସେସ୍ ୟୁନିଟ୍ (NSDL) ପାଇଁ ପ୍ରିଣ୍ଟଆଉଟ୍ NSDL ଠିକଣାକୁ ପଠାନ୍ତୁ। ଫର୍ମ ସହିତ ଆବଶ୍ୟକ ଡକ୍ୟୁମେଣ୍ଟ ପଠାଇବାକୁ ଭୁଲନ୍ତୁ ନାହିଁ। ଆବେଦନ ଫର୍ମ ସହିତ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ସେଫ୍ ଆଟେଷ୍ଟେଡ୍ ହେବା ଆବଶ୍ୟକ। ଏହା ନକରି, ଆପଣଙ୍କ ପାନରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ।