2025 Saturn Transit: ବୈଦିକ ଜ୍ୟୋତିଷ ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ସମୟ ପରେ ସମସ୍ତ ଗ୍ରହ ରାଶି ଚିହ୍ନ ପରିବର୍ତ୍ତନ କରିଥାଆନ୍ତି। ଯାହାର ପ୍ରଭାବ ସମସ୍ତ ୧୨ଟି ରାଶିର ଉପରେ ପଡିଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୫ ମସିହାରେ ଅନେକ ବଡ ଗ୍ରହ ଏକାସାଙ୍ଗରେ ଚଳନ କରିବାକୁ ଯାଉଛନ୍ତି। ଆସନ୍ତା ବର୍ଷ ରାହୁ, ଶନି, ମଙ୍ଗଳ, ବୃହସ୍ପତି ଏବଂ କେତୁ ପ୍ରମୁଖ ଗ୍ରହ ଚଳନ କରିବେ। ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ୨୦୨୫ ମସିହାରେ ଶନିଦେବ ମୀନ ରାଶିକୁ ଚଳନ କରିବେ।
Also Read: sun transit 2025: ନୂଆବର୍ଷ ପୂର୍ବରୁ କୁମ୍ଭକୁ ଚଳନ କରିବେ ସୂର୍ଯ୍ୟ, ବର୍ଷ ତମାମ ଚମକିବେ ୩ ରାଶି
Also Read: 2025 lucky zodiac sign : ୨୦୨୫ ନୂଆବର୍ଷର ୫ ଭାଗ୍ୟଶାଳୀ ରାଶି, ମାନ ସମ୍ମାନ ସହିତ ବଢିବ ଧନ
ମୀନ ରାଶି ମୀନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ରାଶିର ବ୍ୟକ୍ତିଙ୍କ ସ୍ୱପ୍ନ ସାକାର ହେବ। କ୍ୟାରିୟରରେ ଉନ୍ନତି ହେବ। ବ୍ୟକ୍ତିଗତସ୍ତରରେ ମଧ୍ୟ ଅନେକ ବିକାଶ ଦେଖିବାକୁ ମିଳିବ। ପ୍ରିୟଜନଙ୍କ ସହିତ ଗଭୀର ଭାବପ୍ରବଣତା ଅନୁଭୂତ ହେବ। ଶନିଦେବଙ୍କ ଅନୁଗ୍ରହରେ ଅଟକି ରହିଥିବା କାମ ମଧ୍ୟ ଶେଷ ହେବ।
ମକର ରାଶି ଶନିଦେବ ମୀନ ରାଶିକୁ ଚଳନ ପରେ ମକର ରାଶିରେ ଚାଲିଥିବା ଶନୀ ସାଢେସତୀ ଶେଷ ହେବ। ଫଳରେ ଏହାର ପ୍ରଭାବରେ ମକର ରାଶିର ବ୍ୟକ୍ତିଗତ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କ୍ୟାରିୟରରେ ଉନ୍ନତି ହେବ। ଅଟକି ଥିବା କାର୍ଯ୍ୟ ଶେଷ ହେବ। ଅର୍ଥଲାଭ ଯୋଗ ରହିଛି। ଆୟରେ ମଧ୍ୟ ବୃଦ୍ଧି ହେବ। ୨୦୨୫ ମସିହାରେ ଛୋଟମୋଟ ଯାତ୍ରାର ଯୋଗ ରହିଛି। ଜୀବନରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟରେ ବୃଦ୍ଧି ହେବ।
କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ଚଳନ ବେଶ ଶୁଭ ସମୟ ଆଣିଦେବ। ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଆଧ୍ୟାତ୍ମିକ କ୍ଷେତ୍ରରେ ବିକାଶ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବିବାହ ସହ ଜଡ଼ିତ ଚିନ୍ତା ଦୂର ହେବ। ଦୀର୍ଘ ଦିନରୁ ଅଟକିଥିବା ଧନ ଲାଭ ହେବ। କର୍ମକ୍ଷେତ୍ରରେ ସିନିୟରମାନଙ୍କ ସହଯୋଗ ମିଳିବ। କ୍ୟାରିୟରରେ ଜବରଦସ୍ତ ସଫଳତା ମିଳିବ।
ବୃଷ ରାଶି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୫ ବେଶ ଲାଭଦାୟକ ହେବାକୁ ଯାଉଛି। ୨୦୨୫ରେ ଶନି ରାଶି ନକ୍ଷତ୍ର ପରିବର୍ତ୍ତନ କରୁଥିବାରୁ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ କ୍ୟାରିୟରରେ ଯଥେଷ୍ଟ ଉନ୍ନତି ଆସିବାକୁ ଯାଉଛି। ଏହି ରାଶିର ବ୍ୟକ୍ତିବିଶେଷଙ୍କର କଷ୍ଟ ଓ ସଂକଟ ଦୂର ହେବ। କ୍ୟାରିୟରକୁ ନେଇ ବେଶ ସଫଳତା ମିଳିବ। ବ୍ୟକ୍ତିଗତ ଜୀବନରେ ବେଶ ସୁଖ ମିଳିବ। ପଦମର୍ଯ୍ୟାଦା ସହିତ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ।
ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़