Advertisement
Photo Details/zeeodisha/odisha2726604
photoDetails0hindi

Akshay Tritiya 2025: ଅକ୍ଷୟ ତୃତୀୟାର ଗଜକେଶରୀ ଯୋଗ, ମାଲାମାଲ୍ ହେବେ ଏହିସବୁ ରାଶି!

Akshay Tritiya 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କମରେ ଆଗକୁ ଆସୁଛି ଅକ୍ଷୟ ତୃତୀୟା। ଏହି ଦିନ ସୁଖ, ସମୃଦ୍ଧି ଓ ଧନର କାରକ ଶୁକ୍ର ଓ ଗ୍ରହମାନଙ୍କର ରାଜକୁମାର ବୁଧ ଏହି ଦିନ ସକାଳ ୬ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଶୁଭ ଚଳନ ଗଜକେଶରୀ ରାଜଯୋଗ ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଯୋଗ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା ଗଜକେଶରୀ ଯୋଗ କେଉଁସବୁ ରାଶିଙ୍କ ଭାଗ୍ୟ ଉଦୟ କରିବାକୁ ଯାଉଛି ଆସନ୍ତୁ ଜାଣିବା.... 

 

1/3

ବୃଷ: ଗଜକେଶରୀ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ନେଇ ଯୋଗ ରହିଛି। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଯେଉଁମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଚା ରଖିଛନ୍ତି, ସେମାନଙ୍କ ଆଶା ପୂରା ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଏହି ସମୟ ମଧ୍ୟରେ କୋର୍ଟ-କଚେରୀରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଏବଂ କୋର୍ଟଙ୍କ ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ। ପରିବାରରେ ହୋଇଥିବା ଭୁଲ ବୁଝାବଣା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Gold Rate Today: ସୁନାଦରରେ ବୃହତ ବୃଦ୍ଧି, ଭରି ପିଛା ମୂଲ୍ୟ ଡେଇଁଲା...

ALSO READ: Archana Nag Controversy: ସ୍ବାମୀଙ୍କ ଠାରୁ ଅଲଗା ହେବେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍!ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହିସବୁ ଫଟୋ

2/3

ତୁଳା:ଗଜକେଶରୀ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ମିଳିବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।ବ୍ୟବସାୟୀମାନେ ପୁରୁଣା ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସକ୍ଷମ ହେବେ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପରିବାର ଲୋକଙ୍କ ସହ ହୋଇଥିବା ବିବାଦର ଅନ୍ତ ଘଟିବ। ପରିବାର ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ।  

3/3

ସିଂହ:ଗଜକେଶରୀ ଯୋଗ ଏହି ରାଶିଙ୍କୁ ଧନବାନ୍ କରାଇବ।  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଅନଲାଇନ୍ କାରବାର କରୁଥିବା ଲୋକଙ୍କ ବ୍ୟବସାୟରେ ବୃଦ୍ଧି ହେବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ପୂରା ହେବ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ସେମାନଙ୍କ ଆଶା ପୂରା ହେବ। ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି।ବ୍ୟବସାୟରେ ଅଗ୍ରଗତି କରିବେ। ପୁଞ୍ଜି ନିବେଶ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଟଙ୍କା ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;