Advertisement
Photo Details/zeeodisha/odisha2681043
Zee OdishaPhotosBudh Uday 2025: ମୀନରେ ଅସ୍ତ ହେବେ ବୁଧ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଧନବାନ୍
photoDetails0hindi

Budh Uday 2025: ମୀନରେ ଅସ୍ତ ହେବେ ବୁଧ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଧନବାନ୍

Budh Uday 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କ ରାଜକୁମାର ବୁଧଙ୍କୁ ବ୍ୟବସାୟ, ବୁଦ୍ଧି, ବକ୍ତବ୍ୟ ଓ ଶକ୍ତିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ମକର ରାଶିରେ ବିରାଜମାନ ଥିବା ବେଳେ ଅପ୍ରିଲ୍ ୮ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ ବା ଉଦୟ ହେବେ। ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବା ସହିତ ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିଥାଆନ୍ତି। ତେବେ, ଆସନ୍ତୁ ଜାଣିବା ବୁଧଙ୍କ ଅସ୍ତ କେଉଁ ସବୁ ରାଶିଙ୍କ ଭାଗ୍ୟ ଉଦୟ କରିବାକୁ ଯାଉଛି।...

1/4

ବୃଷ: ଏ-ପ୍ରିଲ୍ ମାସରେ ବୁଧଙ୍କ ଉଦୟ ଏହି ରାଶିକୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିଛି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ।  କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହିତ ଆୟରେ ବୃଦ୍ଧି ଘଟିବ। ଏହି ସମୟ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ନୂଆ ଘର କିଣିବାର ସ୍ବପ୍ନ ପୂରଣ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Surya Shani Yuti 2025: ସୂର୍ଯ୍ୟ-ଶନିଙ୍କ ଦୁର୍ଲଭ ଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍

 

2/4

କର୍କଟ: ବୁଧଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ବିଦେଶରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନିଜ ସାଥାଙ୍କ ସହ ଲଙ୍ଗ୍ ଡ୍ରାଇଭ୍ ରେ ଯିବେ। ଘରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପିତାମାତାଙ୍କ ସହିତ ଧାର୍ମିକ ସ୍ଥଳ ଯାତ୍ରା କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

3/4

ସିଂହ: ବୁଧଙ୍କ କୃପାରୁ ଏ-ହି ରାଶିର ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ମନ ପସନ୍ଦର ଚାକିରି ମିଳିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଆଶା ପୂରା ହେବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ।  ଯେଉଁମାନେ ପୁଞ୍ଜି ବିନିଯୋଗ କରିବା ପାଇଁ  ଯୋଜନା କରୁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ନୂଆ ନିଯୁକ୍ତି ମିଳିବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। 

 

4/4

ବିଛା: ବୁଧଙ୍କ କୃପାରୁ ଉଜ୍ଜଳ ହେବ ଏହି ରାଶିଙ୍କ ଭାଗ୍ୟ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବ। ପାର୍ଟନର-ସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ।  ନିଜ ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଅଟକି ଥିବା ଟଙ୍କା ପାଇବାରେ ସଫଳ ହେବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ସହିତ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ନିଜ ମନର ମଣିଷ ସହ ବିବାହ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନିଜ ପତ୍ନୀଙ୍କ ସହ ଦୂରଯାତ୍ରା କରିବେ। ଲଟେରୀରୁ ଲାଭବାନ୍ ହେବେ। ସମସ୍ତ ଇଚ୍ଛା ପୂରା ହେବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)