Advertisement
Photo Details/zeeodisha/odisha2671190
Zee OdishaPhotosBudh Vakri 2025: ମାର୍ଚ୍ଚ ୧୫ ରେ ବକ୍ରି ହେବେ ବୁଧ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!
photoDetails0hindi

Budh Vakri 2025: ମାର୍ଚ୍ଚ ୧୫ ରେ ବକ୍ରି ହେବେ ବୁଧ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

Budh Vakri 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ମାର୍ଚ୍ଚ ୧୫ ତାରିଖ ରାତି ୧୨ଟା ୧୫ ମିନିଟ୍ ମୟରେ ମୀନ ରାଶିକୁ ଚଳନ କରିବେ। ୪ ଏପ୍ରିଲ୍ ପ୍ରର୍ଯ୍ୟନ୍ତ ସେ ଏହି ରାଶିରେ ରହିବେ। ବୁଧଙ୍କ ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ବ୍ୟବସାୟରେ ଅଭୂତ ପୂର୍ବ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା ବୁଧଙ୍କ କୃପାରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଇଛି।...

1/4
ମେଷ:  ବୁଧଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମର ଫଳ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ଆଶା ପୂରଣ ହେବ। ବିଶେଷକରି ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।  ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ  ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।  ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ବାକି ପଡିଥିବା ଟଙ୍କା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।     ALSO READ:  Gold Rate Today: ସୁନାଦରରେ ବୃହତ ହ୍ରାସ, ଭରି ପିଛା ଏତେ ଶହ ଟଙ୍କା ଖସିଲା ରେଟ୍   ALSO READ: Anubhav Mohanty Engagement: ଆଜି ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତିଙ୍କ ନିର୍ବନ୍ଧ, ଏହି ଦିନ ହେବ ବିବାହ!

2/4
ବୃଷ :  ବୁଧଙ୍କ ବକ୍ରି ଏହି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ।  ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ବିଶେଷକରି, ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଶିକ୍ଷା, ରିସର୍ଚ୍ଚ ଓ ମେଡିକାଲ୍ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀ କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ବାଣିଜ୍ୟ -ବ୍ୟବସାୟରେ କାରବାର ବଢିବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରଣ ହେବ। ଯେଉଁମାନେ ପୁଞ୍ଚି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ, ଭଲ ଲାଭ ପାଇବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।  ପ୍ରେମ ଜୀବନର ଏତେ ଖାସ୍ ରହିବ ନାହିଁ। 

3/4
ତୁଳା: ବୁଧଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ଦଳ ପକ୍ଷକୁ ବଡ଼ ଦାୟିତ୍ବ ମିଳିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ବାଣିଜ୍ୟ-ବ୍ୟବସାୟରେ ଅଟକି ଥିବା ଟଙ୍କା ମିଳିବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ଯେଉଁମାନେ କିଛି ନୂଆ ବାଣିଜ୍ୟ-ବ୍ୟବସାୟ ବିଦେଶରେ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ପ୍ରଚୁର ଲାଭ ପାଇବେ। ବ୍ୟବସାୟରେ ନୂଆ ଯୋଜନା କାର୍ଯ୍ୟକାରୀ କରାଇ, ସେଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ ବରିଷ୍ଠ ଅଧିକାରୀ ଓ ସହକର୍ମୀ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପରିବାର ଲୋକଙ୍କ ସହ ଦୂର ଯାତ୍ରା କରିବେ। ପ୍ରେମୀ ମାନେ ନିଜ ସାଥୀଙ୍କ ସହିତ ଦୂର ଯାତ୍ରା କରିବେ। 

4/4
ମୀନ: ବୁଧଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଆଶା ଠାରୁ ଅଧିକ ଲାଭ ମିଳିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ ଘର କିଣିବାର ଆଶା ପୂରଣ ହେବ। ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରୁ ମଧ୍ୟ ଶୁଭ ଫଳ ପାଇବେ। ବ୍ୟାଙ୍କିଂ,ବୀମା, ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସମୟ ପୂର୍ବରୁ ନିଜ ଟାର୍ଗେଟ୍ ପୂରଣ କରିବାରେ ବେଶ୍ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ।  ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)