Advertisement
Photo Details/zeeodisha/odisha2661639
photoDetails0hindi

Chandra Gochar 2025: ଚନ୍ଦ୍ରଙ୍କ କୃପାରୁ ମାଲାମାଲ୍ ହେବେ ଏହି ତିନି ରାଶି, ଆସନ୍ତାକାଲିଠୁ ଆରମ୍ଭ ହେବ ଶୁଭଦିନ!

Chandra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତାକାଲି ( ଫେବୃଆରୀ ୨୭) ସକାଳ ୬ଟା ୪୦ ମିନିଟ୍ ସମୟରେ ଭୌତିକ ସୁଖର କାରକ ଚନ୍ଦ୍ର କୁମ୍ଭ ରାଶିକୁ ଚଳନ କରିବେ। ଯେଉଁ ରାଶିରେ ପୂର୍ବରୁ ନ୍ୟାୟର ଦେବତା ଶନି ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ୨ ଗ୍ରହଙ୍କ ଶୁଭ ମିଳନ ଚନ୍ଦ୍ର-ଶନି ୟୁତି ବା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ର-ଶନିଙ୍କ କୃପାରୁ କେଉଁ ରାଶିର ଭାଗ୍ୟ ଚମକିବାକୁ ଯାଉଛି।....

 

1/3

କର୍କଟ: ଶନି -ଚନ୍ଦ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମାରେ ବୃଦ୍ଧି ଘଟିବ। ଦିର୍ଘ ଦିନର ଆଶା ପୂରଣ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ।  ବାଣିଜ୍ୟ-ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଦେଶରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଟଙ୍କା ରୋଜଗାର କରିବାରେ ସମର୍ଥ ହେବେ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ସମ୍ପର୍କୀୟଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପୁରୁଣା ବିନିଯୋଗର ଲାଭ ପାଇବେ। ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ନିଜ ପରିବାର ସହ ଭଲ ସମୟ ଅତିବାହିତ କରିବେ। 

ALSO READ: Gold Rate Today: ମହାଶିବରାତ୍ରୀରେ ସୁନାଦରକୁ ନେଇ ଆସିଲା ବଡ଼ ଅପଡେଟ୍, ୬୬ ହଜାର ଛୁଇଁଲା ରେଟ୍ !

ALSO READ: Maha Shivratri 2025: ୬୦ ବର୍ଷ ପରେ ମହାଶିବରାତ୍ରୀରେ ଦୁର୍ଲଭ ଯୋଗ, ଫିଟିବ ୫ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ !

2/3

ଧନୁ:  ଶନି ଓ ଚନ୍ଦ୍ରଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକି ଉଠିବ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତି ବଦଳିବ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବ।  ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନୂଆ ଘର କିମ୍ବା ଜମି କିଣିବେ।  କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବା ସହ ସମ୍ମାନୀତ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। 

 

 

3/3

ମକର: ଚନ୍ଦ୍ର ଓ ଶନିଙ୍କ ମିଳନ ଏହି ରାଶିର ଲୋକଙ୍କୁ ମାଲାମାଲ୍ କରାଇବ। ପ୍ରେମ ବିବାହରେ ଆସୁଥିବା ବାଧା,ବିଘ୍ନ ଦୂର ହେବ। ବିଦେଶରେ ଚାକିରି କରିବା ଇଚ୍ଚା କରିଥିବା ଆଶାୟୀଙ୍କ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ।  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ୍ ହେବ।  ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସହ ଧାର୍ମିକ ସ୍ଥାନ ପରିଦର୍ଶନ କରିବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;