Advertisement
Photo Details/zeeodisha/odisha2730319
photoDetails0hindi

Chandra Gochar 2025: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଚନ୍ଦ୍ର,ମାଲାମାଲ୍ ହେବା ସହ ଚାକିରିରେ ମିଳିବ ପଦୋନ୍ନତି!

Chandra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ମନ, ମାତା, ଚିନ୍ତା ,ଚଞ୍ଚଳତା ଓ ଖୁସିର କାରକ ଚନ୍ଦ୍ର ଚଳିତ ମାସ ୨୮ ତାରିଖ ଭୋର୍ ସମୟରେ ୪ଟା ୪୭ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଚନ୍ଦ୍ରଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବେ।  ଯଦି ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜବୁ୍ତ ଥାଏ। ତେବେ ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହିତ ମାନଷିତ ଅଶାନ୍ତିରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ରଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ....

1/3

ମିଥୁନ: ଚନ୍ଦ୍ରଙ୍କ ଶୁଭ ଚଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଭଲ ଫଳ ପ୍ରଦାନ କରିବ। କଳା, ସାହିତ୍ୟ, ରିସର୍ଚ୍ଚ ଓ ଡାକ୍ତରୀ ସେବା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ବିଶେଷକରି, ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବେ। ପୁଞ୍ଚି ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ବିନିଯୋଗ କଲେ ଦ୍ବି-ଗୁଣା ଲାଭ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଯେଉଁମାନେ ସିଙ୍ଗଲ୍ ଅଛନ୍ତି।ସେମାନଙ୍କ ଜୀବନରେ ଜଣେ ସାଥୀଙ୍କ ଆଗମନ ହେବ। ସ୍ବାସ୍ଥ୍ୟ ଭଲ ରହିବା ସହ ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ଝଡ଼ ଦୂର ହେବ। 

ALSO READ: Gold Rate Today: ଗ୍ରାହକଙ୍କୁ ଖୁସି କରିଦେବ ଆଜିର ସୁନା ରେଟ୍, ଭୁବନେଶ୍ବରରେ ଭରି ପିଛା ଏତିକି ରହିଛି ଦର

ALSO READ: Shani Vakri 2025: ଶନିଙ୍କ ଓଲଟା ଚଳନ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ,ଧନବର୍ଷା ହେବା ସହ ମିଳିବ ଖୁସି ଖବର!

2/3

କର୍କଟ: ଚନ୍ଦ୍ରଙ୍କ ବିଶେଷ କୃପା ଏହି ରାଶି ଉପରେ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଆର୍ଥିକ ସ୍ଥିତି ଭଲ ରହିବ। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ।ସାମାଜିକ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି ବିଶେଷ ସମ୍ମାନୀତ ହେବେ। ଯେଉଁମାନେ ଆଇଟି କ୍ଷେତ୍ରରେ କାର୍ଯ୍ୟରତ ସେମାନେ ବିଦେଶରୁ ଭଲ ଚାକିରି ଅଫର ପାଇବେ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବେ। ଅବିବାହିତଙ୍କ ପାଇଁ ସମୟ ଶୁଭ ରହିଛି। ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ।ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। 

 

3/3

କନ୍ୟା:ଚନ୍ଦ୍ରଙ୍କ ଚଳନ ଏହି ରାଶି ପାଇଁ ବରଦାନ ପାଲଟିବ। କଳା, ସାହିତ୍ୟ, ଫେନସ୍ ଡିଜାଇନ୍ ଭଳି ବୃତ୍ତିରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଶୁଭ ରହିବ। ବ୍ୟାଙ୍କିଂ ଓ ବୀମା କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନିଜ ଟାର୍ଗେଟ୍ ପୂରଣ କରିବାରେ ସକ୍ଷମ ହେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି। ପ୍ରେମୀମାନଙ୍କ ମଧ୍ୟରେ ହୋଇଥିବା ବିବାଦ ଦୂର ହେବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବ। ଆର୍ଥିକ ସ୍ଥିତି ବଦଳିବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।) 

;