Advertisement
Photo Details/zeeodisha/odisha2965129
Zee OdishaPhotosDhanteras Rajyog 2025: ଧନତେରାସ୍ ରେ ପଡୁଛି ତିନି ରାଜଯୋଗ,ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ;ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍!
photoDetails0hindi

Dhanteras Rajyog 2025: ଧନତେରାସ୍ ରେ ପଡୁଛି ତିନି ରାଜଯୋଗ,ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ;ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍!

Dhanteras Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଅକ୍ଟୋବର ୧୮ ତାରିଖ ଦିନ ଧନତେରାସ୍ ପଡୁଛି। ଏହି ଦିନ ବିଶେଷକରି, ଲକ୍ଷ୍ମୀ, ଗଣେଶଙ୍କ ସହ ଧନନ୍ବରୀ ଦେବୀଙ୍କୁ ପୂଜା କରିବାର ବିଧି ରହିଛି। ହେଲେ ଚଳିତ ଥର ଧନତେରାସ୍ ରେ ବୁଦ୍ଧାଦିତ୍ୟ ରାଜଯୋଗ, ବ୍ରହ୍ମ ଓ ହଂସ ପରି ଦୁର୍ଲଭ ତିନି ଯୋଗ ଏକା ସାଙ୍ଗରେ ପଡୁଛି। ଏହି ତିନି ଦୁର୍ଲଭ ଯୋଗ କିଛି ରାଶିଙ୍କ ଭାଗ୍ୟ ବଦଳାଇବ। ତେବେ,ଆସନ୍ତୁ ଜାଣିବା ଚଳିତ ବର୍ଷ ଧନତେରାସ୍ କାହା ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।....

1/5

ମିଥୁନ-: ଧନତେରାସରେ ପଡୁଥିବା ତିନି ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି,ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ, ଦିର୍ଘ ଦିନ ଧରି ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ସେମାନଙ୍କୁ ଏଥିରୁ ମୁକ୍ତି ମିଳିବ। ଯେଉଁମାନେ କୌଣସି ସଂସ୍ଥା ବା ସ୍ଥାନରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରିଛନ୍ତି। ଏହି ସମୟରେ କରନ୍ତୁ। ଭଲ ଲାଭ ପାଇବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ସହ ବୋନସ୍ ମିଳିବ। ବ୍ୟବସାୟରେ ବାକି ପଡିଥିବା ଅର୍ଥ ମିଳିବ।  ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ସମ୍ପର୍କୀୟଙ୍କ ସହ ହୋଇଥିବା ମତଭେଦ ଦୂର ହେବ। ପରିବାର ସହ ଭଲ ସମୟ ବିତାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। 

ALSO READ:Petrol Diesel Price Today: କମିଲା ତେଲ ରେଟ୍, ଆଜି ରାଜ୍ୟରେ ଲିଟର ପିଛା...

ALSO READ: Heavy Rain Alert: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ! ପ୍ରଭାବରେ ଏହିସବୁ ଜିଲ୍ଲାରେ ହେବ ଅତି ପ୍ରବଳ ବର୍ଷା...

2/5

କର୍କଟ-: ଧନତେରାସ୍ ରେ ପଡୁଥିବା ଏହି ତିନି ରାଜଯୋଗ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରାଇବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ସମସ୍ତ ଇଚ୍ଛା ପୂରଣ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ବିଶେଷକରି,ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତୁ, ଚେଷ୍ଟା ଜାରି ରଖନ୍ତ। ଶୁଭଫଳ ପାଇବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଯେଉଁମାନେ ନୂଆ କରି ବିବାହ କରିଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-ହି ସମୟରେ ପିତାମାତା ହେବାର ସୌଭାଗ୍ୟ ପାଇବେ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।

3/5

କନ୍ୟା-: ଧନତେରାସ୍ ରେ ପଡୁଥିବା ୩ଟି ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଏହି ସମୟ ବ୍ୟବସାୟୀଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ, ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟୀମାନେ ଦୀପାବଳି ପରେ ଭଲ ପ୍ରୋଜେକ୍ଟ ପାଇବେ। ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ୍ କରିବ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କୌଣସି ସଭା-ସମିତିରୁ ସମ୍ମାନୀତ ହେବାର ଯୋଗ ରହିଛି। କର୍ମକ୍ଷେତ୍ରରୁ ନୂଆ ଦାୟିତ୍ବ ମିଳିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ହେଲେ, ଦାମ୍ପତ୍ୟ ଜୀବନରେ ଝଡ଼ ଉଠିପାରେ। ଛୋଟମୋଟ କଥାକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ।

4/5

ବିଛା-: ଧନତେରାସ୍ ରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଯେଉଁମାନେ ଦିର୍ଘ ଦିନ ହେବ, ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ଏହି ସମୟରେ କରନ୍ତୁ ଭଲ ଲାଭ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କଠିନ ପରିଶ୍ରମର ଫଳ ପାଇବେ। ନିଜ ସନ୍ତାନ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ନିଯୁକ୍ତି ସୁଯୋଗ ମିଳିବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀମାନଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।ସ୍ବାସ୍ଥ୍ୟ ଭଲ ରହିବ।

5/5

ମକର-: ଧନତେରସ୍ ରୁ ଫିଟିବ  ମକର ରାଶିର ଲୋକଙ୍କ ଭାଗ୍ୟ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରୁ ବୋନସ୍ ପାଇବେ। ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ବିଦେଶରେ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ ଭଲ ଦ୍ବି-ପଇସା ବ୍ୟବସାୟରୁ ମିଳିବ। ପରିବାର ସଦସ୍ୟଙ୍କ ଠାରୁ ଦାମୀ ଉପହାର ପାଇବେ। ସମାଜରେ ମାନ-ସମ୍ମାନ ବଢିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଲଟେରୀରୁ ଲାଭବାନ୍ ହେବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)