Dwadash Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ନ୍ୟାୟର ଦେବତା ଶନିଦେବ ମାର୍ଚ୍ଚ ୨୯ ତାରିଖ ଦିନ ମୀନ ରାଶିକୁ ଚଳନ କରିବେ। ଠିକ୍ ପରଦିନ ଅର୍ଥାତ୍ ୩୦ ମାର୍ଚ୍ଚ ରାତି ୯ଟା ୪୫ ମିନିଟ୍ ସମୟରେ ଗ୍ରହମାନଙ୍କ ରାଜକୁମାର ବୁଧ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ଶନି-ବୁଧଙ୍କ ମିଳନ କିଛି ରାଶି ପାଇଁ ଦୁର୍ଲଭ ଯୋଗ ବା ଦ୍ବାଦଶ ଯୋଗ ସୃଷ୍ଟି କରୁଛି। ଜାତକ ବା ରାଶିରେ ଶନି ଓ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ବାଣିଜ୍ୟ ବ୍ୟବସାୟରେ ସଫଳତା ପାଇଥାଆନ୍ତି। ତେବେ, ଆସନ୍ତୁ ଜାଣିବା ଶନି ଓ ବୁଧଙ୍କ କୃପାରୁ କେଉଁ ସବୁ ରାଶିର ଭାଗ୍ୟ ଚମକିବାକୁ ଯାଉଛି।....
)
ମେଷ: ଏହି ଦୁର୍ଲଭ ଯୋଗ ବା ଦ୍ବାଦଶ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, କ୍ୟାରିୟରକୁ ନେଇ ଖୁସି ଖବର ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମାରେ ବୃଦ୍ଧି ଘଟିବ। ପୁରୁଣା ନିବେଶରୁ ଲାଭ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। ବ୍ୟାଙ୍କିଂ, ଆର୍ଥିକ କାରବାର (ବ୍ୟବସାୟୀ) ଓ ମାର୍କେଟିଂ କରୁଥିବା ଲୋକମାନେ ଭଲ ଦ୍ବି-ପଇସା ରୋଜଗାର କରିବାରେ ସଫଳ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜକ୍ଟ କରିବେ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
)
ବୃଷ: ଶନି ଓ ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ । କଠିନ ପରିଶ୍ରମର ଫଳ ପାଇବା ସହ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ସହକର୍ମୀମାନେ ପ୍ରତ୍ୟକ କ୍ଷେତ୍ରରେ ସାହାର୍ଯ୍ୟ ଓ ସହଯୋଗ କରିବେ। ଆୟରେ ବୃଦ୍ଧି ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଯେଉଁମାନେ, ନୂଆ ଘର କିଣିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରଣ ହେବ। ସେୟାର ମାର୍କେଟ୍ କିମ୍ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି । ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ନିଜ ପରିବାର ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ନିର୍ମାଣ ବା କନଷ୍ଟ୍ରକସନ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ।
)
ମକର: ଦ୍ବାଦଶ ଯୋଗ ଏହି ରାଶିକୁ ଧନବାନ୍ କରାଇବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ବ୍ୟବସାୟ କରୁଥିବା ଲୋକେ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଆୟ ବଢିବ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। ଜୀବନରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ପ୍ରେମ ଜୀବନ ସୁଖମୟ ହେବ। ବିବାହର ଯୋଗ ଫିଟିବ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟ କରୁଥିବା ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़