Advertisement
photoDetails0hindi

Top Family Pack: ଗୋଟିଏ Rechargeରେ ପୁରା ପରିବାରକୁ ମିଳିବ ଅନଲିମିଟେଡ୍ ଡାଟା, କଲ୍ସ ଓ ଅନେକ ସୁବିଧା

ଯଦି ଆପଣ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ମୋବାଇଲ ରିଚାର୍ଜ କରିବାକୁ ନେଇ ସମସ୍ୟାରେ ପଡୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି Top Family Pack । ଯେଉଁ ଚିଚାର୍ଜରେ ଆପଣ ସମସ୍ତ ଫ୍ୟାମିଲି ମେମ୍ବରଙ୍କୁ ସନ୍ତୁଷ୍ଟ କରିପାରିବେ । ଏହି ପ୍ଲାନରେ ଆପଣଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡ଼ିବନାହିଁ । ବାସ୍, ଗୋଟିଏ ଥର ପେମେଣ୍ଟରେ ଲାଭ ପାଇପାରିବେ । ଏପରି ପ୍ଲାନ ବିଷୟରେ ଜାଣନ୍ତୁ ସବିଶେଷ ସୂଚନା ଓ ବେଷ୍ଟ ଅପସନ ।

ଭୋଡାଫୋନ-ଆଇଡିଆ (Vi)ର ରେଡଏକ୍ସ (RedX) ପ୍ଲାନ

1/5
ଭୋଡାଫୋନ-ଆଇଡିଆ (Vi)ର ରେଡଏକ୍ସ (RedX) ପ୍ଲାନ

ଭୋଡାଫୋନ-ଆଇଡିଆ ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଓ ପରିବାର ପାଇଁ ପୋଷ୍ଟପେଡ ପ୍ଲାନ ଅଫର କରିଛି । ଫ୍ୟାମିଲ ୟୁଜର୍ସଙ୍କ ପାଇଁ Viର ସବୁଠାରୁ ହାଇ-ଏଡ ପ୍ଲାନ ୨,୨୯୯ ମୂଲ୍ୟ ସହିତ ଆସୁଛି । ଏହା ଏକ ରେଡଏକ୍ସ ପ୍ଲାନ ଅଟେ । ଭିଆଇର ରେଡଏକ୍ସ ପ୍ଲାନରେ ଏନେକ ଓଟିଟି ସବ୍ସକ୍ରିପସନ୍ସ, ସମେତ ଭିନ୍ନ ବେନିଫିଟ୍ସ ମଧ୍ୟ ମିଳୁଛି । ଏହି ପ୍ଲାନ ପରିବାରର ୫ ଜଣ ସଦସ୍ୟଙ୍କୁ ଅନଲିମିଟେଡ ଡାଟା କନେକ୍ଟିଭିଟି ପ୍ରଦାନ କରୁଛି । ଏଥିରେ ଅନଲିମିଟେଡ ଭଏସ କଲ ସହିତ ଉଭୟ ପ୍ରାଇମେରୀ ଓ ସେକେଣ୍ଡାରୀ କନେକ୍ସନ ପାଇଁ ମାସିକ ୩ ହଜାର SMS ପ୍ରଦାନ କରୁଛି ।

RedX ପ୍ଲାନ

2/5
RedX ପ୍ଲାନ

RedX ପ୍ଲାନରେ ୟୁଜର୍ସ କୌଣସି ଅତିରିକ୍ତ ଦେୟ ବିନା ଟିଭି ଓ ମୋବାଇଲରେ ନେଟଫ୍ଲିକ୍ସର ଏକବର୍ଷ ପାଇଁ ସବ୍ସକ୍ରିପସନ୍ସ ପାଇପାରିବେ । ଏହି ପ୍ଲାନରେ ୧,୪୯୯ ମୂଲ୍ୟର ଆମାଜନ ପ୍ରାଇମ ସବ୍ସକ୍ରିପସନ୍ସ ସହିତ ୪୯୯ ଟଙ୍କା ମୂଲ୍ୟର ଡିଜ୍ନି+ ହଟଷ୍ଟାର ମୋବାଇଲ ସବ୍ସକ୍ରିପସନ୍ସ ପାଇପାରିବେ । RedX ପ୍ଲାନରେ ଆପଣ ଅନ୍ତରାଷ୍ଟୀୟ ଓ ଘରୋଇ ବିମାନ ବନ୍ଦରର ଲାଉଞ୍ଜରେ ମଧ୍ୟ ପହଞ୍ଚିପାରିବେ ।

Jio ପ୍ରିମିୟମ ପ୍ଲାନ

3/5
Jio ପ୍ରିମିୟମ ପ୍ଲାନ

ଜିଓ ଇଣ୍ଡିଭିଜୁଆଲ ଓ ଫ୍ୟାମିଲି ପାଇଁ ଭିନ୍ନ ଭିନ୍ନ ପୋଷ୍ଟପେଡ ପ୍ଲାନ ଅଫର କରୁଛି । ଜିଓ- ୯୯୯ ପ୍ଲାନରେ ୩ଟି ଅତିରିକ୍ତ ସିମକାର୍ଡ ପ୍ରଦାନ କରୁଛି । ଏଥିରେ ୨୦୦ GB ଡାଟା ମିଳିବା ସହିତ ୫୦୦ GB ଡାଟା ରୋଲଓଭର ଅନୁମତି ଦେଉଛି । ୨୦୦ GB ଡାଟା ଶେଷ ହେବା ପରେ, ୟୁଜର୍ସଙ୍କୁ ପ୍ରତି ୧ GB ଡାଟା ପାଇଁ ୧୦ ଟଙ୍କା ଦେବାକୁ ପଡ଼ିବ । ଏହି ଅନଲିମିଟେଡ ପ୍ଲାନରେ ଅନଲିମିଟେଡ ଭଏସ କଲ ସହିତ ଦୈନିକ ୧୦୦ SMS ସୁବିଧା ମିଳିବ । ୯୯୯ ପ୍ଲାନରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜନୀ+ ହଟଷ୍ଟାର ସବ୍ସକ୍ରିପସନ୍ସ ରହିଛି ।

Airtelର ଫ୍ୟାମିଲି ପ୍ଲାନ

4/5
Airtelର ଫ୍ୟାମିଲି ପ୍ଲାନ

ଏୟାରଟେଲର ସବୁଠାରୁ ମହଙ୍ଗା ପୋଷ୍ଟପେଡ ପ୍ଲାନ ହେଉଛି ଇନଫିନିଟି ପ୍ଲାନ । ଯାହା ୟୁଜର୍ସଙ୍କୁ ୧୫୯୯ ଟଙ୍କାରେ ପ୍ରଦାନ କରୁଛି କମ୍ପାନୀ । ଏଥିରେ ୨୦୦ GB ପର୍ଯ୍ୟନ୍ତ ଡାଟା ରୋଲଓଭର ଓ  ୨୫୦ GB ମାସିକ ଡାଟା ସହିତ ଅନଲିମିଟେଡ କଲ ଓ ଦୈନିକ ଶହେ SMS ରହିଛି । ଏହି ପ୍ଲାନରେ ୨୦୦ ISD ମିନିଟ ଓ IR ପ୍ୟାକରେ ୧୦ ପ୍ରତିଶତ ରିହାତି ପ୍ରଦାନ କରୁଛି । ଇନଫିନିଟି ପ୍ଲାନରେ ଗୋଟିଏ ରେଗୁଲାର ସିମ ସହିତ ଗୋଟିଏ ଫ୍ରି ଏଡ-ଅନ ରେଗୁଲାର କନେକସନ ମିଳିବ । ସବ୍ସକ୍ରିପସନ ନେବା ପରେ ୟୁଜର୍ସଙ୍କୁ ଏୟାରଟେଲ ଥ୍ୟାକ୍ସ ଏକବର୍ଷ ପାଇଁ ମିଳିବ ।

BSNL ଫ୍ୟାମିଲି ପ୍ଲାନ

5/5
BSNL ଫ୍ୟାମିଲି ପ୍ଲାନ

ବିଏସଏନଏଲ ଫ୍ୟାମିଲି ପ୍ଲାନରେ ପ୍ରାଇମେରୀ କନେକସନ ସହ ୩ଟି ଫ୍ୟାମିଲି କନେସକନ ପ୍ରଦାନ କରୁଛି । ଏହି ପ୍ଲାନକୁ ୟୁଜର୍ସ ୯୯୯ ଟଙ୍କାରେ ପାଇପାରିବେ । ଦୈନିକ ୧୦୦ SMS, ଅନଲିମିଟେଡ ଭଏସ କଲ ସହିତ ୨୨୫ GB ଡାଟା ମିଳିବ । ଅତିରିକ୍ତ ରୋଲଓଭର ସହିତ ୭୫ GB ମୁକ୍ତ ଡାଟା ମିଳିବ ।