Gastric Cancer: କ୍ୟାନସର୍ ବା କର୍କଟ, ଏହି ରୋଗର ନାଁ ଶୁଣିଲେ ମନରେ ଭୟ ଆସିଥାଏ। ସମସ୍ତଙ୍କ ମନରେ ଏହି ଭୟ ରହିଛି ଯେ, ଏହି ଘାତକ ରୋଗ ହେଲେ ମଣିଷର ମୃତ୍ୟୁ ସୁନିଶ୍ଚିତ। ହେଲେ, କ୍ୟାନସରକୁ ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରିପାରିଲେ। ଏଥିରୁ ଆରୋଗ୍ୟ ହେବା ସହଜ ବୋଲି କହିଛନ୍ତି ବିଶେଷଜ୍ଞ। ତେବେ, ଏବେ ଅଧିକ ଗ୍ୟାଷ୍ଟିକ୍ କ୍ୟାନସର୍ ବା ଷ୍ଟମାକ୍ କ୍ୟାନସର(ପେଟ କ୍ୟାନସର) ଏହା ଏଧିକ ମାତ୍ରାରେ ଜୀବନ ନେଉଛି। ତେବେ, ଆସନ୍ତୁ ଜାଣିବା ଗ୍ୟାଷ୍ଟିକ୍ କ୍ୟାନସର ହେବା ପୂର୍ବରୁ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଦେଇଥାଏ।....
1/9ଯଦି ଖାଦ୍ୟ ଖାଇବା ପରେ ପେଟରେ ଭାରୀପଣ ଅନୁଭବ ହେଉଛି କି ଛାତି ଜଳା, ପୋଡା ହେଉଛି। କିମ୍ବା ଖାଦ୍ୟ ହଜମରେ କୌଣସି ସମସ୍ୟା ଦେଖାଦେଉଛି। ତେବେ, ଏହା ଗ୍ୟାଷ୍ଟିକ୍ କ୍ୟାନସରର ପ୍ରାଥମିକ ଲକ୍ଷଣ ବୋଲି ବିବେଚନା କରାଯାଏ।
ALSO READ: Cancer: ଏହି ୫ଫଳ ଖାଇଲେ ହେବନି କ୍ୟାନସର୍,ସ୍ବାସ୍ଥ୍ୟ ବିଶେଷଜ୍ଞ ବଡ଼ ଖୁଲାସା!
2/9ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇଲେ ଏସିଡିଟି, ଗ୍ୟାସ୍ ଓ ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇଛି। ତେବେ,ଏହା ଗ୍ୟାଷ୍ଟିକ କର୍କଟର ଲକ୍ଷଣ ହୋଇପାରେ।
3/9ଶରୀର ଦୁର୍ବଳ ଲାଗିବା, ମୁଣ୍ତ ବୁଲାଇବା, ବାରମ୍ବାର ଚର୍ମ କୁଣ୍ତେଇହବା ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ମଧ୍ୟ ଗ୍ୟାଷ୍ଟିକ୍ କର୍କଟର ଲକ୍ଷଣ ହୋଇପାରେ।
4/9ଖାଦ୍ୟ ଖାଇବା ପରେ ବାନ୍ତି ଲାଗିବା , ପେଟ ଫୁଲିକି ରହିବା। ଏହି ଲକ୍ଷଣ ଯଦି ଆପଣଙ୍କ ଠାରେ ଦେଖାଦେଇଛି।
5/9ଓଜନ କମିବା ସହ ବାନ୍ତିରେ ରକ୍ତ ପଡିବା ଓ ଭୋକ କମ୍ ଲାଗିବା ଷ୍ଟୋମାକ୍ ବା ଗ୍ୟାଷ୍ଟିକ୍ କ୍ୟାନସରର ଲକ୍ଷଣ ହୋଇପାରେ।
6/9ତେବେ, ଯଦି ଏପରି ସମସ୍ୟା ଆପଣଙ୍କ ଶରୀରରେ ଦେଖାଦେଉଛି। ବିଳମ୍ବ ନ କରି, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
7/9ସ-ଠିକ୍ ସମୟରେ ଉପଚାର କରିବା ଦ୍ବାରା ଜୀବନ ବଞ୍ଚିପାରିବ। ତେବେ, କେତେକ କ୍ଷେତ୍ରରେ ଏହି ରୋଗ ବଂଶଗତ ହୋଇଥିବା ବେଳେ ଆଉ କେତେ ବେଳେ ଖରାପ୍ ଜୀବନ ଶୈଳୀ ଯୋଗୁଁ ହୋଇଥାଏ।
8/9ଏକ ରିପୋର୍ଟ ରୁ ଜଣାପଡିଛି ଯେ, ଏହି ଷ୍ଟୋମାକ୍ କ୍ୟାନସର ବିଶେଷକରି, ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅଧିକ ଦେଖାଦେଇଥାଏ। ଅଧିକ ଲୁଣଯୁକ୍ତ ଖାଦ୍ୟ ଓ ମଦ୍ୟପାନ ଭଳି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ଠାରେ ଅଧିକ ଦେଖାଦେଇଥାଏ।
9/9ଚିକିତ୍ସା ପଦ୍ଧତି: ତେବେ, ଏହି ରୋଗର ଚିକିତ୍ସା ସାଧାରଣତଃ କେମୋ ଥେରାପି, ସର୍ଜରୀ , ଟାର୍ଗେଟ୍-ଡ୍ ଥେରାପି ଓ ରେଡିଏସନ୍ ଥେରାପି ଦ୍ବାରା ହୋଇଥାଏ।
Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ପରାମର୍ଶ ଗୁଡ଼ିକ କେବଳ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ କୌଣସି ରୋଗର କୌଣସି ପ୍ରତିକାର ଭାବେ ନେବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଅନ୍ତୁ। ଜୀ ଓଡ଼ିଶା ନ୍ୟୁଜ୍ ଏପରି କୌଣସି ଦାବିର ସତ୍ୟତାକୁ ନିଶ୍ଚିତ କରେ ନାହିଁ।