Guru Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଦେବଗୁରୁ ବୃହସ୍ପତି ବୃଷ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୧୯ ତାରିଖରେ, ୭ଟା ୨୮ ମିନିଟ୍ ସମୟରେ ରୋହିଣୀ ନକ୍ଷତ୍ରକୁ ଚଳନ କରିବେ। ଯାହାର ଶୁଭ ପ୍ରଭାବ କିଛି ରାଶି ଉପରେ ରହିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ବ୍ୟକ୍ତି ଜୀବନରେ ଅନେକ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହେବା ସହିତ ସମସ୍ତ ସୁଖ ସମୃଦ୍ଧି ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଚଳନ କେଉଁ ରାଶିଙ୍କ ଭାଗ୍ୟ ଚମକାଇବ...
)
ବୃଷ: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟୀମାନେ ଆଶା ଠାରୁ ଅଧିକ ଲାଭ ପାଇବେ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ ବିଦେଶ ଯିବାକୁ ମନ ବଳାଇଛନ୍ତି। ସେମାନଙ୍କ ସ୍ବପ୍ନ ସାକାର ହେବ। ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ସେୟାର ମାର୍କେଟ୍ ରୁ ଲାଭ ପାଇବେ। ସମାଜରେ ମାନ, ସମ୍ମାନ, ପ୍ରତିଷ୍ଠା ବଢିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମ ସମ୍ପର୍କରେ ଲାଗି ରହିଥିବା ସମସ୍ୟା ଦୂର ହେବ।
ALSO READ: Gold Rate Today: ସୁନା ଦରରେ ରେକର୍ଡ଼ ହ୍ରାସ, ଭରି ପିଛା ଏତେ ଶହ ଖସିଲା ରେଟ୍
)
କର୍କଟ: ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଚମକାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଯେଉଁମାନେ କୌଣସି ସଂସ୍ଥାରେ ବା ସେୟାର ମାର୍କେଟ୍ ରେ ପୁଂଜି ବିନିଯୋଗ କରିବା ପାଇଁ ଚାହୁଁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରିପାରିବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ।
)
ବିଛା: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ ବଡ଼ ପଦବୀ ପାଇବେ। ଆର୍ଥିକ ସଙ୍କଟ ଦୂର ହେବ। କମ୍ପିଟେଟିଭ୍ ଏ-କଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ଜୀବନ ସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ପ୍ରେମ ଜୀବନରେ ଆସୁଥିବା ସମସ୍ୟା ଦୂର ହେବା ସହିତ ପ୍ରେମ ବିବାହର ଯୋଗ ଫିଟିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଦରମା ବଢିବା ସହିତ ଆୟରେ ବୃଦ୍ଧି ଘଟିବ। ନୂଆ ଘର କିଣିବାର ସ୍ବପ୍ନ ପୂରଣ ହେବ। ଯେଉଁମାନେ ବିଦେଶରେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟ ବ୍ୟବସାୟରେ କାରବାର ବଢିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़