Guru Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତିଙ୍କୁ ଧନ, ଦାନ, ସନ୍ତାନ, ସୁଖ, ଜ୍ଞାନ, ପୁଣ୍ୟ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ମେ ୧୫ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ମିଥୁନ ରାଶିରେ ପ୍ରବେଶ କରିବେ। ମିଥୁନ ରାଶିରେ ବୃହସ୍ପତିଙ୍କ ଚଳନ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତ୍ ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ସମସ୍ତ ସୁଖ-ସମୃଦ୍ଧି ପ୍ରାପ୍ତ କରିବା ସହିତ ଅମାପ ଧନ ସମ୍ପତ୍ତିର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ବୃହସ୍ପତି କେଉଁ ସବୁ ରାଶିକୁ ମାଲାମାଲ୍ କରିବାକୁ ଯାଉଛନ୍ତି।
)
ମିଥୁନ: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସମର୍ଥ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ବ୍ୟବସାୟରେ ଅଗ୍ରଗତି କରିବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରତ୍ୟକ କାର୍ଯ୍ୟରେ ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ପିତାମାତାଙ୍କ ସହିତ ଧାର୍ମିକ ସ୍ଥଳ ଯାତ୍ରା କରିବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ।
ALSO READ: Weather Update: କମିବ ତାତି, ଆଜି ଏହିସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ସମ୍ଭାବନା
)
ସିଂହ: ବୃହସ୍ପତିଙ୍କ କୃପାରୁ ଚମକିବ ଏହି ରାଶିର ଭାଗ୍ୟ। ଆର୍ଥିକ ସ୍ଥିତି ପୂର୍ବଅପେକ୍ଷା ମଜବୁତ୍ ହେବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ କମ୍ପାନୀରୁ ଭଲ ଚାକିରି ଅଫର ମିଳିବ। ଏହି ସମୟରେ ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଯେଉଁମାନେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବିନିଯୋଗ କଲେ ଭଲ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ଜନିତ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭ ପାଇବେ। ଧାର୍ମିକ କାର୍ଯ୍ୟ-କଳାପ ପାଇଁ ମନବଳିବ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ।
)
ମକର: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କ୍ୟାରିୟରରେ ଅଗ୍ରଗତି କରିବେ। ବିଦେଶରେ ଉଚ୍ଚ ଶିକ୍ଷା ପାଇବା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ସେମାନଙ୍କ ଆଶା ପୂରା ହେବ। ନୂଆ ଘର କିଣିବା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ଆଶା ପୂରା ହେବ। ବାଣିଜ୍ୟ -ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରାଇ ଅଧିକ ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଭଲ ରେଜଲ୍ଟ ପାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂର ଯାତ୍ରା କରିବେ। ଅବିବାହିତଙ୍କ ବିବାହର ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
)
ବିଛା: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବରଦାନ ପାଲଟିବ। ଦିର୍ଘ ଦିନ ଧରି ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବିଶେଷକରି, ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଯେଉଁମାନେ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ , ସଫଳତା ପାଇବେ। ନୂଆ ନିଯୁକ୍ତି ନେଇ ଅଫର ମିଳିବ। ବ୍ୟବସାୟୀମାନେ ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
)
ମୀନ: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶିଙ୍କୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତିରେ ବେଶ୍ ସୁଧାର ଆସିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ନୂଆ ଗାଡି କିଣିବାର ଆଶା ପୂରା ହେବ। ଦାମ୍ପତ୍ୟ ଜୀବନ ଅଧିକ ସୁଖମୟ ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़