Guru Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଏହି କ୍ରମରେ ଦେବଗୁରୁ ବୃହସ୍ପତି ମୁଥୁନ ରାଶିରୁ ୧୮ ଅକ୍ଟୋବର ରାତି ୩ଟା ୯ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ।ସେହିଦିନ ଧନତେରାସ୍ ପଡୁଛି। ଧନତେରାସ୍ ରେ ବୃହସ୍ପତିଙ୍କ ଚଳନ ଦୁର୍ଲଭ ଯୋଗ ଓ ଗଜକେଶରୀ ରାଜଯୋଗ ସୃଷ୍ଟି କରୁଛି। ଏହି ୨ ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହେବା ସହ ପ୍ରଚୁର ଟଙ୍କା କମାଇଥାଏ। ତେବେ, ଆସନ୍ତୁ ଜାଣିବା ଧନତେରସ୍ ଦିନ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।...
)
କର୍କଟ: ଧନତେରାସ୍ ରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି,ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ , ଚାକିରି କରୁଛନ୍ତି। ସେମାନଙ୍କୁ କୌଣସି ନା କୌଣସି ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଦିର୍ଘ ଦିନ ଧରି, କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷକେ ଯିବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରୁବେ। ସ୍ବାସ୍ଥ୍ୟ ଭଲ ରହିବ।
ALSO READ: Heavy Rain Alert: ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ! ବିଜୁଳି ଘଡ଼ଘଡ଼ି ସହ ୨୧ ଜିଲ୍ଲାରେ ହେବ ଭୀଷଣ ବର୍ଷା
ALSO READ: Today Horoscope: ଆଜି ଏହିସବୁ ରାଶି ରୁହନ୍ତୁ ସତର୍କ!ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
)
ତୁଳା: ଧନତେରାସ୍ ରେ ପଡୁଥିବା ଏହି ୨ଟି ଦୁର୍ଲଭ ଯୋଗ ତୁଳା ରାଶିଙ୍କ ଭାଗ୍ୟ ଖୋଲିବ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ଲାଭ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ନୂଆ ସୁନା-ଅଳଙ୍କାର କ୍ରୟ କରିବେ। ପୁଞ୍ଜି ନିବେଶ ପାଇଁ ଯୋଜନା କରୁଥିଲେ ଏହି ସମୟରେ କରନ୍ତୁ ଭଲ ଲାଭ ପାଇବେ। ସ୍ବାମୀଙ୍କ ସହ ସମ୍ପର୍କ ଅଧିକ ମଜବୁତ୍ ହେବ। ବୈବାହିତ ଜୀବନରେ ଉନ୍ନତି ଆସିବ।
)
ବିଛା: ଧନତେରସ୍ ରେ ପଡୁଥିବା ୨ ଦୁର୍ଲଭ ଯୋଗ ଏହି ରାଶିଙ୍କୁ ମାଲାମାଲ୍ କରିବ। ବିଶେଷକରି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବେ। ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ପରିବାର ସହ ହୋଇଥିବା ମନୋ ମାଳିନ୍ୟ ଦୂର ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ସତର୍କ ରହିବାକୁ ପଡିବ। ଖାଦ୍ୟପେୟ ଓ ବ୍ୟାୟମ୍ ନିୟମିତ କଲେ ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
)
ଧନୁ:ଧନତେରାସ୍-ରେ ପଡୁଥିବା ୨ଟି ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରୁ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। କଳା, ସାହିତ୍ୟ, ବାଣିଜ୍ୟ, ସାମ୍ବାଦିକତା ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଲୋକେ କୌଣସି ଏକ ସଭା ସମିତିରୁ ସମ୍ମାନୀତ ହେବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ଆଶା ପୂରା ହେବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଏକ ଖୁସି ଖବର ପାଇବେ। ପ୍ରେମ ସମ୍ପର୍କରେ ସୁଧାର ଆସିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ।
)
ମକର: ଧନତେରାସ୍ ରୁ ମକର ରାଶିଙ୍କ ଜୀବନରେ ଏକ ବଡ଼ ପରିର୍ତ୍ତନ ଆସିବ। ଆର୍ଥିକ ସଙ୍କଟ ଦୂର ହେବ। କର୍ମକ୍ଷେତ୍ରରୁ ଦୀପାବଳୀ ବୋନସ୍ ମିଳିବ। ବାଣିଜ୍ୟ -ବ୍ୟବସାୟରେ ଅଟକି ଥିବା ଟଙ୍କା ମିଳିବ। ନୂଆ ଘର -ଗାଡି କିଣିବାର ଆଶା ପୂରା ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ସେୟାର ମାର୍କେଟ୍ ରୁ ଟଙ୍କା ବିନିଯୋଗ କଲେ , ଏହି ସମୟରେ ଭଲ ରିଟର୍ଣ୍ଣ ମିଳିବ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବ। ଘରେ ସୁଖ-ଶାନ୍ତିର ମାହୋଲ୍ ଦେଖିବାକୁ ମିଳିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
)
କୁମ୍ଭ: ଧନତେରାସ୍ ରେ ପଡୁଥିବା ୨ଟି ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ନୂତନ ନିଯୁକ୍ତ ମିଳିବ। ବିଦେଶରେ ବାଣିଜ୍ୟ ବ୍ୟବସାୟ କରିବାକୁ ଚାହୁଁଥିବା ବ୍ୟବସାୟୀମାନେ ଏହି ସମୟରେ ଯୋଜନାକୁ କାର୍ଯ୍ୟକାରୀ କଲେ ଦ୍ବି-ଗୁଣା ଲାଭ ପାଇବେ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ହେବ। ନିଜ ପରିବାର ସଦସ୍ୟଙ୍କ ଠାରୁ ସମର୍ଥନ ମିଳିବ।
)
ମୀନ: ଧନତେରାସ୍ ରେ ପଡୁଥିବା ଏହି ୨ଟି ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ଲାଭ ମିଳିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବ। କର୍ମକ୍ଷେତ୍ରରୁ ସମ୍ମାନୀତ ହେବେ। କାହା ସହ କଥାବାର୍ତ୍ତା ସମୟରେ ସତର୍କ ରୁହନ୍ତୁ,ନଚେତ୍ ସମ୍ପର୍କ ଭାଙ୍ଗିପାରେ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ଭଲ ଲାଭ ମିଳିବ। ପୁରୁଣା ନିବେଶରୁ ଲାଭ ଉଠାଇବେ। ଅବିବାହିତଙ୍କ ପାଇଁ ସମୟ ଖାସ୍ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़