Guru Nakshatra Parivartan 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରି ଥାଆନ୍ତି। ବୃହସ୍ପତିଙ୍କୁ ଧନ, ଦାନ, ଜ୍ଞାନ, ସନ୍ତାନ, ଶିକ୍ଷା, ସ୍ବାସ୍ଥ୍ୟ , ବିବାହ ଓ ସମୃଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏ-ହି କ୍ରମରେ ଦେବଗୁରୁ ବୃହସ୍ପତି ଏପ୍ରିଲ୍ ୧୦ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ମୃଗଶିରା ନକ୍ଷତ୍ରକୁ ଚଳନ କରିବେ। ବୃହସ୍ପତିଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ସମସ୍ତ ସୁଖ-ସମୃଦ୍ଧି ଲାଭ କରିବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
)
ମେଷ: ମେଷ ରାଶିର ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ବ୍ୟବସାୟରେ ଅଧିକ ଟଙ୍କା ନିବେଶ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଲାଭ ଦ୍ବି-ଗୁଣିତ ମିଳିବ। ଆୟର ଉତ୍ସ ବୃଦ୍ଧି ହେବ। ବିଶେଷକରି, ମାର୍କେଟିଂ, ଅନଲାଇନ୍ କାରବାର ଓ ପରିବହନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁ ମାନେ ସିଙ୍ଗଲ୍ ଅଛନ୍ତି ସେମାନେ କୌଣସି ପ୍ରକାର ନୂତନ ସମ୍ପର୍କରେ ଆସିବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: Shani Gochar 2025: ମାର୍ଚ୍ଚ ୨୯ରେ ଶନିଙ୍କ ଶୁଭ ଚଳନ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ
ALSO READ: Today Horoscope: ଆଜି ତୁଳା-ମୀନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
)
ବୃଷ: ବୃଷ ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବା ସହ ଦରମା ବଢିବ। ପ୍ରେମ ବିବାହ ପାଇଁ ସମୟ ଅନୁକୂଳ ରହିବ। ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ଧାର-କରଜ କରି ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିଛି। ପିତାମାତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।
)
ସିଂହ: ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। କ୍ୟାରିୟରେ ଅଗ୍ରଗତି କରିବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିଛି। କୌଣସି ଏକ କମ୍ପାନୀରୁ ଅଫର ଲେଟର ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ନୂଆ ଦାୟିତ୍ବ ମିଳିପାରେ। ଯାହା ଆପଣଙ୍କ କ୍ୟାରିୟର ପାଇଁ ଏକ ମାଇଲ୍-ଖୁଣ୍ଟ ସାଜିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ।
)
ତୁଳା: ବୃହସ୍ପତିଙ୍କ ଶୁଭ ଦୃଷ୍ଟି ଏହି ରାଶି ଉପରେ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ବିଦେଶ ଯାତ୍ରା ସହ ଉଚ୍ଚ ଶିକ୍ଷାପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରାଛାତ୍ରୀଙ୍କ ଆଶା ପୂରା ହେବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥାନ ଯାତ୍ରା କରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़