Health Tips:ତାଳସଜ , ଖାସ୍ କରି ଗ୍ରୀଷ୍ମ ଦିନରେ ଏହି ଫଳଟି ବିଶେଷକରି ଗାଁ ଗହଳୀରେ ମିଳିଥାଏ। ସହରରେ ମଧ୍ୟ ଏହାର ଖୁବ୍ ଚାହିଦା ଅଧିକ ରହିଛି। ତେବେ, ଆସନ୍ତୁ ଜାଣିବା ଏହି ତାଳ ସଜ ଖାଇବା ଦ୍ବାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ।
ତାଳସଜରେ ଫାଇବର, ଭିଟାମିନ୍ ଏ, ଭିଟାମିନ୍ କେ ଭରପୂର ପରିମାଣରେ ଥାଏ। ଏହାକୁ ଖାଇବା ମାତ୍ରେ ଶରୀର ହାଇଡ୍ରେଟ୍ ହେବା ସହ ପେଟ ଥଣ୍ତା ରହିଥାଏ।
ALSO READ: Aloevera: ଏହିସବୁ ରୋଗକୁ ଚୁଟକିରେ ଦୂର କରିଥାଏ ଆଲୋଭେରା
ତାଳସଜ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ । ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି। ଯାହା ସୁଗାରକୁ ନିୟନ୍ତ୍ରଣ କରିଥାଏ। ସେଥିପାଇଁ ଡାଇବେଟିସ୍ ରୋଗୀମାନେ ଏହାକୁ ଆରାମରେ ଖାଇପାରିବେ ।
ସେହିପରି ତାଳସଜ ମେଟାବୋଲିଜିମ୍ କୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦୁର୍ବଳ ମେଟାବୋଲିଜିମ୍ ହେତୁ ଲୋକମାନଙ୍କ ଓଜନ ବଢିବା ଆରମ୍ଭ କରିଥାଏ । ଫଳରେ ଲୋକମାନେ ମୋଟାପାର ଶିକାର ହୋଇଥାଆନ୍ତି। ଏହି ଫାଇବର ଯୁକ୍ତ ଫଳ ଖାଇବା ଦ୍ୱାରା ମେଟାବୋଲିଜିମ୍ ଶୀଘ୍ର ବଢିଥାଏ ।
ଏହାକୁ ଖାଇବା ଦ୍ୱାରା ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରନ୍ତି ନାହିଁ ।
ତାଳସଜ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। କାହିଁକିନ ଏଥିରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଥାଏ।
କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ଗ୍ୟାସ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ଏହି ଫଳ
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़