July Rajyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସୂର୍ଯ୍ୟ ଦେବ କର୍କଟ ରାଶିରେ ଥିବା ବେଳେ ବୁଧ ସେହି ରାଜିକୁ ଆଜି ସକାଳ ୬ଟା ୪୦ ମିନିଟ୍ ରେ ଚଳନ କରିବେ। ସୂର୍ଯ୍ୟ ଓ ବୁଧଙ୍କ ସଂଯୋଗ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଛି। ଏହି ରାଜଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବ। ଯଦି ଜାତକରେ ବୁଧ-ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ଆସନ୍ତୁ ନଜର ପକାଇବା କେଉଁ ରାଶିଙ୍କ ଭାଗ୍ୟ ଆଜିଠାରୁ ଚମକିବ।...
1/3ବୃଷ: ଜୁଲାଇରେ ପଡୁଥିବା ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ସିଙ୍ଗଲ୍ ଥିବା ଲୋକମାନଙ୍କୁ ଭଲ ଜୀବନ ସାଥୀ ମିଳିବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
2/3ସିଂହ:ଜୁଲାଇରେ ପଡୁଥିବା ବୁଦ୍ଧାଦିତ୍ୟ ରାଜଯୋଗ ଏ-ହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅ-ପ୍ରତ୍ୟାଶିତ ଲାଭ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ନେଇ ଅଫର ମିଳିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ପରିବାର ଲୋକଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପିତାମାତାଙ୍କ ସହିତ ଦୂର ଯାତ୍ରା କରିବେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଲଟେରୀରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ।
3/3କନ୍ୟା: ଜୁଲାଇରେ ପଡୁଥିବା ଦୁର୍ଲଭ ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ରିୟଲି-ଇ-ଷ୍ଟେଟ୍ ରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ଘର ଓ ଗାଡ଼ି କିଣିବାର ସ୍ବପ୍ନ ସାକାର ହେବ। ତରବରିବଆ ଭାବେ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଭଲ ଦ୍ବି-ପଇସା ଲାଭ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଭଲ ରେଜଲ୍ଟ କରିବେ। ପୁଂଜି ବିନିଯୋଗ କରିବା ପାଇଁ ଯୋଜନା କରୁଥିବା ଲୋକେ ଏ-ହି ସମୟରେ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)