Kalatmak Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶୁକ୍ର ମିଥୁନ ରାଶିରେ ଥିବା ବେଳେ ଚନ୍ଦ୍ର ଏହି ରାଶିକୁ ଚଳନ କରିଛନ୍ତି। ଗୋଟିଏ ରାଶିରେ୨ ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ବା କାଳତତ୍ମକ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ଶୁକ୍ର-ଚନ୍ଦ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଆଜୁଠାରୁ ଚମକିବାକୁ ଯାଉଛି।....
1/4ମିଥୁନ:- ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ବ୍ୟବସାୟୀ ପ୍ରତିନ୍ଦନ୍ଧ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଘରକୁ ଆସିବ। ଲଟେରୀରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲରହିବ।
2/4ସିଂହ:- ପଡୁଥିବା ଏହି ଶୁଭଯୋଗ ଏ ରାଶିଙ୍କୁ ମାଲାମାଲ୍ କରିବ। ଯେଉଁମାନେ ଜମି କିଣାବିକା-କରିବା କ୍ଷେତ୍ରରେ ନିୟୋଜିତ ଅଛନ୍ତି। ସେମାନଙ୍କ କାରବାର ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ। ନୂଆ ଗାଡି଼ କିଣିବାର ସ୍ବପ୍ନ ପୂରା ହେବ। ପ୍ରସାଶନିକ ,ସେବା, ଡାକ୍ତରୀ ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକଙ୍କର ପ୍ରମୋସନ୍ ହେବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ।
3/4ତୁଳା:- ଶୁକ୍ର-ଚନ୍ଦ୍ରଙ୍କ ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। କର୍ମକ୍ଷେତ୍ରରେ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଅନଲାଇନ୍ କାରବାର କରୁଥିବା ଲୋକଙ୍କ ଆୟ ଦ୍ବି ଗୁଣିତ ହେବ। ଯେଉଁମାନେ ସଂଚୟ କରିବା ପାଇଁ ଯୋଜନା କରିଛନ୍ତି, ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ। ଦିର୍ଘ ଦିନ ହେବ ଧରି କୋର୍ଟ-କଚେରୀରେ ଲାଗି ରହିଥିବା କେସ୍ ର ରାୟ ଆପଣଙ୍କ ସପକ୍ଷରେ ଯିବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ଭଲ ରିଟର୍ଣ୍ଣ ପାଇବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ନିଜ ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବେ। ନିଜ ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ବୈବାହିକ ଜୀବନ ସୁଖମୟ ହେବା ସହ ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ।
4/4କୁମ୍ଭ:- ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବା ସହ ବଡ଼ ଦାୟିତ୍ବ ମିଳିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଅନୁକୂଳ ରହିଛି। ବର୍ଷ -ତମାମ୍ ଟଙ୍କାର ଅଭାବ ରହିବ ନାହିଁ। ପ୍ରେମ ଜୀବନ ଖାସ୍ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)