Advertisement
Photo Details/zeeodisha/odisha2744469
Zee OdishaPhotosRajyog 2025: କେନ୍ଦ୍ର ତ୍ରିକୋଣ ରାଜଯୋଗ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ପୁଳାପୁଳା ଟଙ୍କା ସହ ଚାକିରିରେ ହେବ ପଦୋନ୍ନତି!
photoDetails0hindi

Rajyog 2025: କେନ୍ଦ୍ର ତ୍ରିକୋଣ ରାଜଯୋଗ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ପୁଳାପୁଳା ଟଙ୍କା ସହ ଚାକିରିରେ ହେବ ପଦୋନ୍ନତି!

Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ପ୍ରେମ , ସମ୍ପର୍କ, ସୌନ୍ଦର୍ଯ୍ୟର କାରକ ଶୁକ୍ର ଆସନ୍ତା ଜୁନ୍ ମାସ ୨୯ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ବୃଷ ରାଶିକୁ ଚଳନ କରିବେ। ଶୁକ୍ରଙ୍କ ଏ-ହି ଚଳନ ଦୁର୍ଲଭ ଯୋଗ ବା କେନ୍ଦ୍ର ତ୍ରି-କୋଣ ରାଜଯୋଗ ସୃଷ୍ଟି କରୁଛି। ଏହି କେନ୍ଦ୍ର-ତ୍ରି-କୋଣ ରାଜଯୋଗ ରାଶି ଚକ୍ରରେ ଥିବା କିଛି ରାଶି ପାଇଁ ବରଦାନ ପାଲଟିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଏହି ତ୍ରି-କୋଣ-ରାଜଯୋଗ ଆସନ୍ତାମାସରେ କେଉଁ ରାଶିକୁ ମାଲାମାଲ୍ କରିବାକୁ ଯାଉଛି।...

1/5

ବୃଷ: କେନ୍ଦ୍ର ତ୍ରି-କୋଣ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଏହି ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସମର୍ଥ ହେବେ। ଯେଉଁଥିରୁ ମୋଟା-ଅଙ୍କର ଟଙ୍କା ରୋଜଗାର କରିବାରେ ସମର୍ଥ ହେବେ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ବିବାହିତ ଲୋକମାନଙ୍କର ନିଜ ସ୍ତ୍ରୀଙ୍କ ସହ ହୋଇଥିବା ମନୋ ମାଳିନ୍ୟ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ଧାର୍ମିକ ସ୍ଥଳ ଯାତ୍ରା କରିବେ।  

ALSO READ: Odisha Weather Report: ଆସନ୍ତା ୨୪ ଘଣ୍ଟାରେ ଏହିସବୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା, ଆଲର୍ଟ ଜାରି

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

2/5

ସିଂହ:କେନ୍ଦ୍ର ତ୍ରି-କୋଣ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ବିଶେଷ କପି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବା ସହ କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ନୂଆ ଚୁକ୍ତି ଫାଇନାଲ୍ କରିବେ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସମର୍ଥନ କରିବ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ଘରେ କୌଣସି ଶୁଭ କାର୍ଯ୍ୟ ହେବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ନିଜ ପ୍ରେମୀ ବା ସାଥୀଙ୍କ ସହ ବିବାହର ଯୋଗ ରହିଛି। 

3/5

କନ୍ୟା: କେନ୍ଦ୍ର ତ୍ରି-କୋଣ ରାଜଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଆର୍ଥିକ ସ୍ଥିତି ବଦଳିବ। ଦିର୍ଘ ଦିନର ଘର ଓ ଗାଡ଼ି କିଣିବାର ଆଶା ପୂରା ହେବ। ବିଦେଶ ଯାତ୍ରାର ଯୋଦ ରହିଛି। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିଛି। ଏହି ସମୟରେ କୌଣସି ଏକ ବଡ଼ କମ୍ପାନୀରୁ ଚାକିରି ନେଇ ଅଫର ମିଳିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏ-ହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ପରିବାର , ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ସହ ହୋଇଥିବା ମନୋ ମାଳିନ୍ୟ ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।    

 

4/5

ବିଛା:  ତ୍ରି-କୋଣ କେନ୍ଦ୍ରିୟ ରାଜଯୋଗ ଏହି ରାଶିକୁ ମାଲାମାଲ୍ କରିବ। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ବିଦେଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଲୋକଙ୍କ ଆଶା ଫଳବତୀ ହେବ। ଯେଉଁମାନେ ପୁଞ୍ଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ବିନିଯୋଗ କଲେ ଅଧିକ ଲାଭ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ସମୟ ଖାସ୍ ରହିବ। ଭଲ ରେଜଲ୍ଟ କରିବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। କ୍ବାଲିଟି ସମୟ ଅତିବାହିତ କରିବେ। 

 

5/5

ଧନୁ: ତ୍ରି-କୋଣ କେନ୍ଦ୍ରିୟ ରାଜଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ସରକାରୀ ଚାକିରିଆମାନଙ୍କର ପଦୋନ୍ନତି ହେବା ସହ ମନପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟୀରୁ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଧୀଙ୍କୁ ପଛରେ ପକାଇବାରେ ସାମର୍ଥ ହେବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ  କେସ୍ ର ରାୟ ଆପଣଙ୍କ ସପକ୍ଷରେ ଯିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ପୂରା ହେବ। 

 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)