Love Horoscope: ୩ ସେପ୍ଟେମ୍ବର ପ୍ରେମ ଓ ସମ୍ପର୍କ ଦୃଷ୍ଟିରୁ ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। କେତେକ ରାଶିର ଲୋକଙ୍କ ସମ୍ପର୍କରେ ପ୍ରେମ ଓ ବିଶ୍ୱାସ ବଢ଼ିବାର ସମ୍ଭାବନା ଥିବାବେଳେ, ଆଉ କେତେକଙ୍କୁ ପାର୍ଟନରଙ୍କ ସହ ଚାଲିଥିବା ମନୋମାଳିନ୍ୟ ଦୂର କରିବାର ସୁଯୋଗ ମିଳିପାରେ। ସିଙ୍ଗଲ୍ ଲୋକଙ୍କ ପାଇଁ ମଧ୍ୟ ନୂଆ ପରିଚୟ କିମ୍ବା ପ୍ରେମ ସମ୍ପର୍କର ସଙ୍କେତ ମିଳିପାରେ। ଆସନ୍ତୁ ଜାଣିବା ମେଷରୁ ମୀନ ପର୍ଯ୍ୟନ୍ତ ୧୨ ରାଶିର ଲଭ୍ ରାଶିଫଳ।
Love Horoscope: ୩ ସେପ୍ଟେମ୍ବର ପ୍ରେମ ଓ ସମ୍ପର୍କ ଦୃଷ୍ଟିରୁ ଅନେକ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିପାରେ। କେତେକ ରାଶିର ଲୋକଙ୍କ ସମ୍ପର୍କରେ ପ୍ରେମ ଓ ବିଶ୍ୱାସ ବଢ଼ିବାର ସମ୍ଭାବନା ଥିବାବେଳେ, ଆଉ କେତେକଙ୍କୁ ପାର୍ଟନରଙ୍କ ସହ ଚାଲିଥିବା ମନୋମାଳିନ୍ୟ ଦୂର କରିବାର ସୁଯୋଗ ମିଳିପାରେ। ସିଙ୍ଗଲ୍ ଲୋକଙ୍କ ପାଇଁ ମଧ୍ୟ ନୂଆ ପରିଚୟ କିମ୍ବା ପ୍ରେମ ସମ୍ପର୍କର ସଙ୍କେତ ମିଳିପାରେ। ଆସନ୍ତୁ ଜାଣିବା ମେଷରୁ ମୀନ ପର୍ଯ୍ୟନ୍ତ ୧୨ ରାଶିର ଲଭ୍ ରାଶିଫଳ।
1/13ମେଷ ରାଶି: ଆଜି ପାର୍ଟନରଙ୍କ ସହ କୌଣସି ଛୋଟ କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ତେଣୁ ଛୋଟ କଥାକୁ ବଡ଼ କରିବାରୁ ଦୂରେଇ ରୁହନ୍ତୁ। ଖୋଲା ମନରେ ଆଲୋଚନା କଲେ ଭୁଲ ବୁଝାବୁଝି ଦୂର ହୋଇପାରେ। ସିଙ୍ଗଲ୍ ଯୁବକ-ଯୁବତୀ ନିଜ ସ୍ୱାଧୀନତାକୁ ଉପଭୋଗ କରିବେ।
2/13ବୃଷ ରାଶି: ପ୍ରେମ ଦୃଷ୍ଟିରୁ ଆଜିର ଦିନ ରୋମାଣ୍ଟିକ୍ ରହିପାରେ। ପାର୍ଟନରଙ୍କ ସହ ବୁଲିବା କିମ୍ବା ରୋମାଣ୍ଟିକ୍ ଡେଟ୍ର ଯୋଜନା ହୋଇପାରେ। ସିଙ୍ଗଲ୍ ଲୋକମାନେ ନିଜ କ୍ରଶ୍ଙ୍କୁ ଦୂରରୁ ଦେଖି ମଧ୍ୟ ଖୁସି ଅନୁଭବ କରିପାରନ୍ତି।
3/13ମିଥୁନ ରାଶି: ପୁରୁଣା କଥାକୁ ପଛରେ ପକାଇ ପରସ୍ପରକୁ ବୁଝିବାକୁ ଚେଷ୍ଟା କରିବେ। ଏହାଦ୍ୱାରା ସମ୍ପର୍କରେ ସୁଧାର ଆସିପାରେ। ତେବେ ସିଙ୍ଗଲ୍ ଲୋକମାନେ ନିଜ କ୍ରଶ୍ଙ୍କୁ ଅନ୍ୟ କାହା ସହ ଦେଖିଲେ ମନ ଖରାପ ହୋଇପାରେ।
4/13କର୍କଟ ରାଶି: ପାର୍ଟନରଙ୍କ ସହ ଲମ୍ବା କିମ୍ବା ବିଦେଶ ଯାତ୍ରା ପାଇଁ ଯୋଜନା କରିପାରନ୍ତି। ସମ୍ପର୍କରେ ପ୍ରେମ ଓ ଆପଣାପଣିଆ ଭାବ ବଜାୟ ରହିବ। ସିଙ୍ଗଲ୍ ଲୋକଙ୍କ ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ପ୍ରବେଶ ହୋଇପାରେ।
5/13ସିଂହ ରାଶି: ପାର୍ଟନର ଆଜି ଆପଣଙ୍କ ପ୍ରେମରେ ଡୁବିଥିବା ଭଳି ଅନୁଭବ ହେବ। ଦିନଟିକୁ ସ୍ମରଣୀୟ କରିବା ପାଇଁ ସେ କିଛି ନୂଆ କରିବାକୁ ଚେଷ୍ଟା କରିପାରନ୍ତି। ସିଙ୍ଗଲ୍ ଲୋକମାନେ କ୍ରଶ୍ଙ୍କ ସମ୍ମୁଖରେ ନିଜ ମନର କଥା କହିବାକୁ ଚେଷ୍ଟା କରିପାରନ୍ତି।
6/13କନ୍ୟା ରାଶି: ପାର୍ଟନର ବ୍ୟସ୍ତ ସମୟ ମଧ୍ୟରୁ ସମୟ ବାହାର କରି ଆପଣଙ୍କ ସହ କ୍ୱାଲିଟି ଟାଇମ୍ ବିତାଇବେ। ଏହାଦ୍ୱାରା ସମ୍ପର୍କରେ ନିକଟତା ଓ ଆପଣାପଣିଆ ଭାବ ବଢ଼ିପାରେ। ସିଙ୍ଗଲ୍ ଲୋକମାନେ ନିଜ ଭାବନାକୁ ନେଇ ଭଲ ଭାବରେ ଚିନ୍ତା କରି ଆଗକୁ ବଢ଼ନ୍ତୁ।
7/13ତୁଳା ରାଶି: ଆଜି ଲଭ୍ ଲାଇଫ୍ରେ ରୋମାନ୍ସ ଓ ଖୁସି ବଜାୟ ରହିପାରେ। ପାର୍ଟନର ପୁରୁଣା କଥାକୁ ଭୁଲି ସମ୍ପର୍କରେ ମଧୁରତା ବଢ଼ାଇବାକୁ ପ୍ରୟାସ କରିପାରନ୍ତି। ସିଙ୍ଗଲ୍ ଲୋକମାନେ ଭାବନାରେ ପଡ଼ି ତୁରନ୍ତ କୌଣସି ବଡ଼ ନିଷ୍ପତ୍ତି ନନିଅନ୍ତୁ।
8/13ବିଛା ରାଶି: ପ୍ରେମ ମାମଲାରେ ଦିନଟି ବେଶ୍ ଖାସ ହୋଇପାରେ। ପାର୍ଟନର ଆପଣଙ୍କୁ ଖୁସି କରିବା ପାଇଁ ପ୍ରଶଂସା କରିବା ସହ ପ୍ରେମଭରା କଥା କହିପାରନ୍ତି। ସିଙ୍ଗଲ୍ ଲୋକମାନେ ନୂଆ ଲୋକଙ୍କ ସହ କଥାବାର୍ତ୍ତା ମାଧ୍ୟମରେ ଏକ ବିଶେଷ କନେକ୍ସନ୍ ଖୋଜିପାରନ୍ତି।
9/13ଧନୁ ରାଶି: ପ୍ରେମ ଜୀବନରେ ଆଜି କିଛି ଉତ୍ଥାନ-ପତନ ଦେଖାଦେଇପାରେ। ପାର୍ଟନର କୌଣସି କଥାକୁ ନେଇ ଚିନ୍ତିତ ଥାଇପାରନ୍ତି। ତେଣୁ ତାଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସିଙ୍ଗଲ୍ ଲୋକମାନେ ଇସାରାରେ କ୍ରଶ୍ଙ୍କୁ ନିଜ ମନର କଥା ଜଣାଇପାରନ୍ତି।
10/13ମକର ରାଶି: ଆଜି ଆପଣ ଓ ପାର୍ଟନରଙ୍କ ମଧ୍ୟରେ ପ୍ରେମ ଓ ଆପଣାପଣିଆ ଭାବ ବଢ଼ିବ। ଏକାଠି ବିତାଇଥିବା ସମୟ ସମ୍ପର୍କକୁ ଆହୁରି ମଜବୁତ କରିପାରେ। ସିଙ୍ଗଲ୍ ଲୋକମାନେ କ୍ରଶ୍ଙ୍କୁ ସାମ୍ନାରେ ଦେଖି ବେଶ୍ ଖୁସି ହୋଇପାରନ୍ତି।
11/13କୁମ୍ଭ ରାଶି: ଲଭ୍ ଲାଇଫ୍ରେ ଏକ ନୂଆ ରୋମାଣ୍ଟିକ୍ ଆରମ୍ଭର ସଙ୍କେତ ମିଳିପାରେ। ପାର୍ଟନରଙ୍କଠାରୁ କୌଣସି ସୁନ୍ଦର ସର୍ପ୍ରାଇଜ୍ କିମ୍ବା ଉପହାର ମିଳିପାରେ। ସିଙ୍ଗଲ୍ ଲୋକମାନେ ବନ୍ଧୁମାନଙ୍କ ସହ ବୁଲିବାର ଯୋଜନା କରିପାରନ୍ତି।
12/13ମୀନ ରାଶି: ଆଜି ପାର୍ଟନର ଆପଣଙ୍କ ପାଇଁ କିଛି ବିଶେଷ କରିବା ସହ ପ୍ରେମର ସୁନ୍ଦର ଇଜହାର କରିପାରନ୍ତି। କପଲ୍ମାନେ ଏକାଠି ରୋମାଣ୍ଟିକ୍ ମୁଭି ଡେଟ୍ର ଯୋଜନା କରିପାରନ୍ତି। ସିଙ୍ଗଲ୍ ଲୋକଙ୍କୁ କ୍ରଶ୍ଙ୍କ ସହ କଥାବାର୍ତ୍ତା କିମ୍ବା ସାକ୍ଷାତ ହେବାର ସୁଯୋଗ ମିଳିପାରେ।
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।