Advertisement
Photo Details/zeeodisha/odisha2737865
Zee OdishaPhotosNavpancham Rajyog 2025: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ନବପଞ୍ଚମ ରାଜଯୋଗ,ମିଳିବ ପୁଳାପୁଳା ଟଙ୍କା
photoDetails0hindi

Navpancham Rajyog 2025: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ନବପଞ୍ଚମ ରାଜଯୋଗ,ମିଳିବ ପୁଳାପୁଳା ଟଙ୍କା

Navpancham Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଛାୟା ଗ୍ରହଗ୍ରହ ରାହୁ ମେ ୧୮ ତାରିଖ ସକାଳ ୯ଟା ୪୯ ମିନିଟ୍ ସମୟରେ କୁମ୍ଭ ରାଶିରେ ଚଳନ କରିବେ। ଯେଉଁରାଶିରେ କି ବୃହସ୍ପତି ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ରାହୁ-ବୃହସ୍ପତିଙ୍କ ମିଳନ ନବପଞ୍ଚମ ରାଜଯୋଗ ସୃଷ୍ଟି କରୁଛି। ଏହି ନବପଞ୍ଚମ ରାଜଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟ ମଇ ୧୮ ରୁ ଚମକିବାକୁ ଯାଉଛି।....

1/3

ମିଥୁନ: ନବପଞ୍ଚମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଯେଉଁମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଚା ରଖିଛନ୍ତି,ସେମାନଙ୍କ ଆଶା ପୂରା ହେବ।ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବା ନେଇ ଯୋଗ ରହିଛି।  ଏହି ସମୟ ମଧ୍ୟରେ କୋର୍ଟ-କଚେରୀରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଏବଂ କୋର୍ଟଙ୍କ ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ। ପରିବାରରେ ହୋଇଥିବା ଭୁଲ ବୁଝାବଣା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: MahaLakshmi Rajyog 2025: ୧୦୦ ବର୍ଷ ପରେ ପଡୁଛି ମହାଲକ୍ଷ୍ମୀ ରାଜଯୋଗ,ଫିଟିବ ୫ରାଶିଙ୍କ ଭାଗ୍ୟ;ହେବ ଟଙ୍କା ବର୍ଷା!

ALSO READ: LPG Price Down: ଗ୍ୟାସ ଦରକୁ ନେଇ ଆସିଲା ଖୁସି ଖବର,ସିଲିଣ୍ଡର ପିଛା କମିଲା ଏତିକି ଟଙ୍କା

 

2/3

କନ୍ୟା : ନବପଞ୍ଜମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ପୁଞ୍ଜି ନିବେଶ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଟଙ୍କା ଲାଭ ପାଇବେ। ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି।ବ୍ୟବସାୟରେ ଅଗ୍ରଗତି କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଅନଲାଇନ୍ କାରବାର କରୁଥିବା ଲୋକଙ୍କ ବ୍ୟବସାୟରେ ବୃଦ୍ଧି ହେବ। ନୂଆ ଘର ଓ ଗାଡି କିଣିବାର ସ୍ବପ୍ନ ପୂରା ହେବ। ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ସେମାନଙ୍କ ଆଶା ପୂରା ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। 

 

3/3

ଧନୁ: ନବପଞ୍ଚମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀମାନେ ପୁରୁଣା ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସକ୍ଷମ ହେବେ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ମିଳିବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପରିବାର ଲୋକଙ୍କ ସହ ହୋଇଥିବା ବିବାଦର ଅନ୍ତ ଘଟିବ। ପରିବାର ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ।  

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)