Advertisement
Photo Details/zeeodisha/odisha2693208
Zee OdishaPhotosPana Sankranti 2025: ପଣା ସଂକ୍ରାନ୍ତିରେ ପଡୁଛି ଦୁର୍ଲଭ ଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ହେବ ଟଙ୍କାବର୍ଷା
photoDetails0hindi

Pana Sankranti 2025: ପଣା ସଂକ୍ରାନ୍ତିରେ ପଡୁଛି ଦୁର୍ଲଭ ଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ହେବ ଟଙ୍କାବର୍ଷା

Pana Sankranti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟ ଏପ୍ରିଲ ୧୪ ତାରିଖ ସକାଳ ୧୦ ଟା ୩୦ ମିନିଟ୍ ସମୟରେ ମୀନ ରାଶିରୁ ବାହାରି ମେଷ ରାଶିକୁ ଚଳନ କରିବେ। ଏହି ଦିନ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପଡୁଥିବାରୁ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ କ୍ୟାରିୟରେ ଅଗ୍ରଗତି କରିବେ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହିତ ପ୍ରତ୍ୟକ କ୍ଷେତ୍ରରେ ସଫଳତା ସାଉଁଟିଥାଏ। ତେବେ, ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିରେ ସୂର୍ଯ୍ୟଙ୍କ ଚଳନ କେଉଁ ରାଶିର ଭାଗ୍ୟ ଚମକାଉଛି....

1/4

ବୃଷ: ପଣା ସଂକ୍ରାନ୍ତିରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିକୁ ମାଲାମାଲ୍ କରିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଫଳ ମିଳିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। କର୍ମକ୍ଷତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପରିବାର ଭିତରେ ହୋଇଥିବା ମନମାଳିନ୍ୟ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ନିଜ ସାଥୀଙ୍କ ସହ ଦୂର ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

ALSO READ: KL Rahul: ବାପା ହେଲେ କେ.ଏଲ୍‌ ରାହୁଲ, ଜାଣନ୍ତୁ କନ୍ୟା ନା ପୁତ୍ର ସନ୍ତାନ?

ALSO READ: Today Horoscope: ଆଜି ମିଥୁନ-ତୁଳା ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

2/4

ମିଥୁନ: ପଣା ସଂକ୍ରାନ୍ତିରେ ପଡି଼ଥିବା ଦୁର୍ଲଭ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟରେ ଅଗ୍ରଗତି କରିବେ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଦିର୍ଘ ଦିନ ଧରି କୋର୍ଟ -କଚେରୀରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ।  ନୂଆ ଧର କିଣିବାର ଆଶା ପୂରଣ ହେବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ କୌଣସି ପ୍ରେମ ସମ୍ପର୍କରେ ନାହାଁନ୍ତି, ସେମାନେ ନୂଆ କୌଣସି ସମ୍ପର୍କରେ ଆସିପାରନ୍ତି। ପିତାମାତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ।

3/4

ତୁଳା: ପଣା ସଂକ୍ରାନ୍ତିରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ,ଭଲ ରେଜଲ୍ଟ କରିବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ଏ-ହି ସମୟରେ ପଦୋନ୍ନତି ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ।  ଯେଉଁମାନେ ପୁ଼ଂଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ଲାଭ ପାଇବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଏକ ସଂସ୍ଥାରୁ ଚାକିରି ନେଇ ଅଫର ମିଳିବ। ଆର୍ଥିକ ସ୍ଥିତି ବଦଳିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ନିଜ-ସ୍ତ୍ରୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ।

 

4/4

ମକର: ପଣା ସଂକ୍ରାନ୍ତିରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଫିଟାଇବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଧୀଙ୍କୁ ପଛରେ ପକାଇବାରେ ସଫଳ ହେବେ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କଠିନ ପରିଶ୍ରମର ଫଳ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ପିତାମାତାଙ୍କ ସହ ହୋଇଥିବା ମତଭେଦ ଦୂର ହେବ। ଲଟେରିରୁ ଲାଭବାନ୍ ହେବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)