Panchgrahi Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ମାର୍ଚ୍ଚ ୧୪ ତାରିଖ ଦିନ ସୂର୍ଯ୍ୟ ମୀନ ରାଶିକୁ ଚଳନ କରିବାକୁ ଥିବା ବେଳେ ମାର୍ଚ୍ଚ ୨୮ ତାରିଖ ସକାଳ ୬ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଚନ୍ଦ୍ର- ରାହୁ-ଶୁକ୍ର-ବୁଧ ମଧ୍ୟ ପ୍ରବେଶ କରିବେ। ଗୋଟିଏ ରାଶିରେ ୫ ଗ୍ରହଙ୍କ ମିଳନ ଦୁର୍ଲଭ ଯୋଗ ବା ପଞ୍ଚଗ୍ରାହୀ ଯୋଗ ସୃଷ୍ଟି କରୁଛି। ଏହି ପଞ୍ଚଗ୍ରାହୀ ଯୋଗ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ଯଦି ଜାତକରେ ଶୁକ୍ର-ରାହୁ-ବୁଧ-ଚନ୍ଦ୍ର ଓ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରୁହେ। ତେବେ, ବ୍ୟକ୍ତି ଜୀବନରେ ଅଗ୍ରଗତି କରିବ। ତେବେ, ଆସନ୍ତୁ ଜାଣିବା ପଞ୍ଚଗ୍ରାହୀ ଯୋଗ କେଉଁ ରାଶିର ଭାଗ୍ୟ ଉଦୟ କରିବ।....
)
ବୃଷ: ପଞ୍ଚଗ୍ରାହୀ ଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମାରେ ବୃଦ୍ଧି ହେବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ଯେଉଁମାନେ,ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ଭଲ କମ୍ପାନୀରୁ ଚାକିରି ନେଇ ଅଫର ଆସିବ। ବ୍ୟବସାୟୀମାନେ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ କାରବାର ଭଲ ହେବ। ନୂଆ ଘର କିଣିବାର ଆଶା ପୂରଣ ହେବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ।
ALSO READ: Weather Update: ତାତିରେ ଜଳୁଛି ଓଡ଼ିଶା! ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା
)
ମକର: ପଞ୍ଚଗ୍ରାହୀ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ନୂଆ ନିଯୁକ୍ତି ନେଇ ଅଫର ଲେଟର ମିଳିବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ପାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ଭଲ କାମ କରିଥିବା ଯୋଗୁଁ ସମ୍ମାନୀତ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଭଲ ରେଜଲ୍ଟ କରିବେ। ଜୀବନ ସାଥୀଙ୍କ ସହ ଦୂରଯାତ୍ରା କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଧାର୍ମିକ କାର୍ଯ୍ୟପାଇଁ ମନବଳିବ।
)
କୁମ୍ଭ: ପଞ୍ଚଗ୍ରାହୀ ଯୋଗ ଏ-ହି ରାଶି ପାଇଁ ଶୁଭ ସମୟ ଆଣିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଅଧା ପଡିରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖିଥିବା ଆଶାୟୀଙ୍କ ଆଶା ପୂରା ହେବ। ବିଦେଶରେ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ଲୋକେ ଆଶା ପୂରା ହେବ। ପୁଞ୍ଚି ବିନିଯୋଗ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ବିନିଯୋଗ କଲେ ଦ୍ବି-ଗୁଣା ଲାଭ ପାଇବେ । ନୂଆ ଘର ଓ ଗାଡି଼ କିଣିବାର ଆଶା ପୂରଣ ହେବ। । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़