Kendra Trikon Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ବୁଦ୍ଧି, ଧାର୍ମିକ କାର୍ଯ୍ୟ, ଦାନ, ପୁଣ୍ୟ ଓ ଧନର କାରକ ବୃହସ୍ପତି କର୍କଟ ରାଶିରେ ବିରାଜମାନ ଥିବା ବେଳେ ଆଜି ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିଛନ୍ତି। ସେହି ରାଶିକୁ ଆସନ୍ତାକାଲି ସକାଳ ୧୦ଟା ୧୦ ମିନିଟ୍ ସମୟରେ ରକ୍ତ,କ୍ରୋଧ, ସମ୍ପତ୍ତି ଓ ସାହାସର କାରକ ମଙ୍ଗଳ ଚଳନ କରିବେ। ନଭେମ୍ବର ୧୨ ତାରିଖରେ ପ୍ରଥମାଷ୍ଟମୀରେ ଶୁଭଯୋଗ ପଡୁଛି। ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ସବ ପ୍ରଥମାଷ୍ଟମୀରେ ପଡୁଥିବା ଶୁଭ ଯୋଗ କେନ୍ଦ୍ର ତ୍ରି-କୋଣ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ କିଛି ରାଶିଙ୍କ ଭାଗ୍ୟ ଉଦୟ କରିବ। ଯଦି ଜାତକରେ ବୃହସ୍ପତି ଓ ମଙ୍ଗଳଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଜୀବନରେ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେନ୍ଦ୍ର ତ୍ରି-କୋଣ ରାଜଯୋଗ କେଉଁ ରାଶିଙ୍କ ଭାଗ୍ୟ ଉଦୟ କରିବ।....
)
ମୀନ: ପ୍ରଥମାଷ୍ଟମୀରେ ପଡୁଥିବା କେନ୍ଦ୍ର ତ୍ରି-କୋଣ ରାଜଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ। କଠିନ ପରିଶ୍ରମର ଫଳ ମିଳିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏ-ହି ସମୟରେ କରନ୍ତୁ ଅଧିକ ଟଙ୍କା ଲାଭ ମିଳିବ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ର-ଛାତ୍ରୀଙ୍କ ଆଶା ପୂରା ହେବ। ଦିର୍ଘ ଦିନଧରି କୋର୍ଟ-କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସ୍ବାସ୍ଥ୍ୟ ଭଲ ରହିବ।
ALSO READ: Petrol Diesel Price Today: ରାଜ୍ୟରେ ବଢିଲା ତେଲ ରେଟ୍; ଲିଟର ପିଛା ଏତିକି ହେଲା ବୃଦ୍ଧି
ALSO READ: Abhijit Majumdar Health Update:କେମିତି ଅଛି ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟବସ୍ଥା? ଏମ୍ସ ଜାରି କଲା ବୁଲେଟିନ୍
)
ମେଷ: ପ୍ରଥମାଷ୍ଟମୀରେ ପଡୁଥିବା ତ୍ରି-କୋଣ ରାଜଯୋଗ ଏହି ରାଶିଙ୍କୁ ମାଲାମାଲ୍ କରିବ। ଆର୍ଥିକ ସ୍ଥିତି ଭଲ ରହିବ। କଳା, ସାହିତ୍ୟ, ମନୋରଂଜନ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। ଯଦି ଆପଣ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ମତ ନେଇ ବିନିଯୋଗ କରନ୍ତୁ, ଭଲ ରିଟର୍ଣ୍ଣ ପାଇବେ। କଥାବାର୍ତ୍ତାରେ ସଂଜମତା ରକ୍ଷା କରନ୍ତୁ ନଚେତ୍, ଅଯଥାରେ କର୍ମକ୍ଷେତ୍ରରେ ବିବାଦରେ ପଡିପାରନ୍ତି। ଅଟକି ଥିବା ପ୍ରମୋସନ୍ ମିଳିବା ସହ ଦରମାରେ ବୃଦ୍ଧି ହେବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
)
କର୍କଟ: ପ୍ରଥମାଷ୍ଟମୀରେ ପଡୁଥିବା ତ୍ରି-କୋଣ ରାଜଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ,ଚାକିରି ବଦଳାଇବା ପାଇଁ ଉଦ୍ୟମ କରୁଛନ୍ତି। ଚେଷ୍ଟା ଜାରି ରଖନ୍ତୁ,ଶୁଭଫଳ ପାଇବେ। ବ୍ୟବସାୟରେ ନିଜ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଏହି ସମୟରେ ଆତ୍ମ ବିଶ୍ବାସ ବଢିବ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁମାନେ ଦିର୍ଘ ଦିନ ଧରି, ଚାକିରି ଖୋଜୁଛନ୍ତି। ଏହି ସମୟରେ କୌଣସି ଏକ କମ୍ପାନୀରୁ ଭଲ ଚାକିରି ଅଫର ପାଇବେ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ କୁ ପୁଣି ଥରେ ଯୋଡି଼ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।
)
ବିଛା:ପ୍ରଥମାଷ୍ଟମୀରେ ପଡୁଥିବା ତ୍ରି-କୋଣ ରାଜଯୋଗ ଏହି ରାଶି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ, ବିଦେଶ ଯାତ୍ରା କରିବାକୁ ଇଚ୍ଛା ରଖିଛନ୍ତି। ସେମାନଙ୍କର ଆଶା ପୂରଣ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି। ଏହି ସମୟରେ ସେମାନଙ୍କର ସ୍ବପ୍ନ ସାକାର ହେବ। ଲଟେରୀରୁ ଲାଭବାନ୍ ହେବା ସହ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ।
)
ମକର:ପ୍ରଥମାଷ୍ଟମୀରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କୁ ଧନବାନ୍ କରିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଉଭୟ ବ୍ୟବସାୟୀ ଓ ଚାକିରିଆ ମାଲାମାଲ୍ ହେବେ। ସରକାରୀ ଚାକିରିଆମାନଙ୍କୁ ପ୍ରମୋସନ୍ ମିଳିବା ସହିତ ମନପସନ୍ଦର ସ୍ଥାନକୁ ଟ୍ରାନ୍ଫଫର ହେବ। ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଲୋକେ। ଏହି ସମୟରେ କରନ୍ତୁ। ଭଲ ଦ୍ବି-ପଇସା ଲାଭ ପାଇବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କର ଲାଭ ମିଳିବ। ଯେଉଁମାନେ ସିଙ୍ଗଲ୍ ଅଛନ୍ତି। ସେମାନଙ୍କୁ ଭଲ ଜୀବନ ସାଥୀ ମିଳିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଜମି କିମ୍ବା ଘର କିଣିବାର ସ୍ବପ୍ନ ପୂରଣ ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़