Prevention of kidney Disease: କିଡନୀ ଖରାପ ହେବାରୁ ବଞ୍ଚିବା ପାଇଁ ଆପଣ ଅନେକ ଉପାୟ ଅବଲମ୍ବନ କରିପାରିବେ। ଯେପରିକି ଏକ ସୁସ୍ଥ ଜୀବନଶୈଳୀ, ରକ୍ତଚାପ ଏବଂ ସୁଗାର ଲେବନ ନିୟନ୍ତ୍ରଣ ରଖିବା ଓ କିଡନୀ ପାଇଁ କ୍ଷତିକାରକ ଔଷଧ ସେବନ କରିବା ଠାରୁ ଦୂରେଇ ରହିବା। ଏଠାରେ ଆମେ ସେହି ୬ ପ୍ରମୁଖ କଥା କହୁଛୁ ଯାହାକୁ ପାଳନ କରି ଆପଣ ନିଜର କିଡନୀ ଖରାପରୁ ରକ୍ଷା ପାଇପାରିବେ।
)
୧. ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ପାଣି ପିଇବା ଦ୍ଵାରା କିଡନୀ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ପ୍ରତିଦିନ ଅତି କମରେ ୮-୧୦ ଗ୍ଲାସ ପାଣି ପିଇବାକୁ ଲକ୍ଷ୍ୟ ରଖନ୍ତୁ।
)
୨. ସୁସ୍ଥ ଖାଦ୍ୟପେୟ ଖାଆନ୍ତୁ: ଫଳ, ସବୁଜ ପନିପରିବା ଓ ପ୍ରୋଟିନ୍ ଯୁକ୍ତ ଏକ ସନ୍ତୁଳିତ ଖାଦ୍ୟ ବୃକକ୍ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଲୁଣ ଏବଂ ଚିନି କମ୍ ଖାଅନ୍ତୁ।
)
୩. ନିୟମିତ ବ୍ୟାୟାମ କରନ୍ତୁ: ନିୟମିତ ଶାରୀରିକ କାର୍ଯ୍ୟକଳାପ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ମଧୁମେହର ବିପଦକୁ କମ କରିବାରେ ସାହାଯ୍ୟ କରେ। ଯାହା ଦ୍ୱାରା କିଡନୀ ରୋଗ ଦୂରେଇ ରହିବ।
)
୪. ରକ୍ତଚାପ ଏବଂ ମଧୁମେହ ନିୟନ୍ତ୍ରଣ କରନ୍ତୁ: ଉଚ୍ଚ ରକ୍ତଚାପ ଏବଂ ମଧୁମେହ କିଡନୀ ରୋଗର ପ୍ରମୁଖ କାରଣ। ନିୟମିତ ଯାଞ୍ଚ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ଅବସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରାଯାଇପାରିବ।
)
୫. ଧୂମପାନ ଏବଂ ମଦ୍ୟପାନ ପରିହାର କରନ୍ତୁ: ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନ କିଡନୀ ରୋଗର ବିପଦକୁ ବୃଦ୍ଧି କରିପାରେ। ଏହି ଅଭ୍ୟାସଗୁଡ଼ିକୁ ଛାଡିବା ଦ୍ଵାରା କିଡନୀ ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରେ।
)
୬. ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ: ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କିଡନୀ ରୋଗକୁ ଶୀଘ୍ର ଚିହ୍ନଟ କରିବାରେ ଏବଂ ଉପଯୁକ୍ତ ଚିକିତ୍ସା ଆରମ୍ଭ କରିବାରେ ସାହାଯ୍ୟ କରିପାରିବ।
)
Disclaimer: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ କୌଣସି ପ୍ରତିକାର ଭାବେ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଜୀ ଓଡି଼ଶା ଏହାକୁ ନିଶ୍ଚିତ କରେ ନାହିଁ।
ट्रेन्डिंग फोटोज़