Rahu Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ରାହୁ ଧନିଷ୍ଠା ନକ୍ଷେତ୍ରରେ ଚଳନ କରିଛନ୍ତି। ରାହୁ ଏହି ରାଶିରେ ୧୫ ନଭେମ୍ବର ପର୍ଯ୍ୟନ୍ତ ରହିବେ। ଧନିଷ୍ଠା ନକ୍ଷତ୍ରକୁ ଧନ, ପ୍ରତିଷ୍ଠା, ଖ୍ୟାତି ,ସଫଳତା ଓ ସିଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଏ। ଯଦି ଜାତକରେ ରାହୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଆଜିଠାରୁ ଚମକିବାକୁ ଯାଉଛି।....
1/4ମେଷ: ରାହୁଙ୍କ ଚଳନ ଏହି ରାଶିଙ୍କୁ ମାଲାମାଲ୍ କରିବ। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହିସମୟରେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇବେ। ଆୟର ଉତ୍ସ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଭଲ ରହିବ।
2/4ମିଥୁନ : ରାହୁଙ୍କ ଚଳନ ଏହି ରାଶିକୁ ଧନବାନ୍ କରାଇବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ବିଶେଷକରି,ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବା ସହିତ ଦରମାରେ ବୃଦ୍ଧି ଘଟିବ। ଘରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ପୁରୁଣାରୋଗରୁ ମୁକ୍ତି ମିଳିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
3/4ସିଂହ: ରାହୁଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବାଣିଜ୍ୟ-ବ୍ୟବସାୟରୁ ଅଧିକ ଟଙ୍କା ଲାଭ ପାଇବେ। ଧାର୍ମିକ ଯାତ୍ରା କରିବେ। ପଡୋଶୀ କିମ୍ବା ବନ୍ଧୁ ବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ବିଦେଶ ଯାତ୍ରାର ଇଚ୍ଛା ପୂରଣ ହେବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ କମ୍ପାନୀରୁ ନୂଆ ଚାକିରି ମିଳିବ।
4/4କନ୍ୟା: ରାହୁଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ପରିବାର ଲୋକଙ୍କ ଠାରୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ମିଳିବ। ବିଶେଷକରି, ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ଆଶା କରିଛନ୍ତି। ସେମାନଙ୍କ ଇଚ୍ଛା ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାସ୍ଥ୍ୟ ଭଲ ରହିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଶୁଭ ଖବର ମିଳିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)