Advertisement
Photo Details/zeeodisha/odisha3035781
Zee OdishaPhotosSamkon Yog 2026: ସମକୋଣ ଯୋଗ ଫିଟାଇବ ଏହି ୫ରାଶିଙ୍କ ଭାଗ୍ୟ,ନୂଆବର୍ଷରୁ ହେବ ଧନ ବର୍ଷା ସହ...
photoDetails0hindi

Samkon Yog 2026: ସମକୋଣ ଯୋଗ ଫିଟାଇବ ଏହି ୫ରାଶିଙ୍କ ଭାଗ୍ୟ,ନୂଆବର୍ଷରୁ ହେବ ଧନ ବର୍ଷା ସହ...

2026 Predictions: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ୨୦୨୬ରୁ ଜାନୁଆରୀ ୧ ରୁ ଏକାଧିକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜାନୁଆରୀ ୧ ସନ୍ଧ୍ୟା ୭ଟା ବାଜି ୧ ମିନିଟ୍ ସମୟରେ ବୁଧ ଓ ବରୁଣ ଗ୍ରହ ପରପ୍ପର ଠାରୁ ୯୦ ଡିଗ୍ରୀ ବିପରୀତ କୋଣରେ ରହିବେ। ଯାହା ଫଳରେ ସମକୋଣ ଯୋଗ ବା ଶୁଭଯୋଗ ସୃଷ୍ଟି ହୋଇଛି।  ଜାନୁଆରୀ ୧ ତାରିଖରେ ପଡୁଥିବା ଏହି ସମକୋଣ ଯୋଗ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ବୁଧ ଓ  ବରୁଣଙ୍କ ସ୍ଥିତି ମଜବୁତ୍ ଥାଏ।ତେବେ,ବ୍ୟକ୍ତି ଜୀବନରେ ସଫଳତା ହାସଲ୍ କରିବା ସହିତ କ୍ୟାରିୟରେ ଅଗ୍ରଗତି କରିଥାଏ। ଏବଂ ଅମାପ ଧନ ସମ୍ପତ୍ତିର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ୧ ଜାନୁଆରୀ,୨୦୨୬ ରେ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...

1/5

ବୃଷ: ସମକୋଣ ଯୋଗ ଏ-ହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହିତ ଯେଉଁମାନେ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ବ୍ୟବସାୟରେ ନୂଆ ଯୋଜନାକୁ କାର୍ଯ୍ୟକାରୀ କରି,ଅଧିକ ଟଙ୍କା ଲାଭ ପାଇବେ। ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଜୀବନରେ କୌଣସି ପ୍ରକାର ନିସ୍ପତ୍ତି ନେବାକୁ ପଡିପାରେ। ପ୍ରେମ ସମ୍ପର୍କରେ ସୁଧାର ଆସିବ। ପୁରୁଣା ନିବେଶରୁ ଲାଭାବନ୍ ହେବେ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: ବୁଧଙ୍କ ଓଲଟା ଚଳନ,ଏହିଦିନଠୁ ଚମକିବ ୫ରାଶିଙ୍କ ଭାଗ୍ୟ; ଚାକିରିରେ ମିଳିବ ପ୍ରମୋସନ୍ ସହ କିଣିବେ ନୂଆ ଗାଡି଼

2/5

ସିଂହ: ସମକୋଣ ଯୋଗ ଏହି ରାଶିଙ୍କ ଭାଗ୍ୟ ନୂଆ ବର୍ଷରୁ ଉଦୟ କରିବ।  ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ।  ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ।  ନୂଆ ଘର ଓ ଗାଡ଼ି କିଣିବାର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ମିଳିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ।  ଆୟର ନୂତନ ଉତ୍ସ ଖୋଲିବ। ସ୍ବାସ୍ଥ୍ୟ ଭଲ ରହିବ। 

3/5

ଧନୁ: ସମକୋଣ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। କଳା,ସାହିତ୍ୟ,ବିଜ୍ଞାନ,ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନିଜ କର୍ମକ୍ଷେତ୍ରରୁ ସମ୍ମାନୀତ ହେବେ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିଛି। ଏହି ସମୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। ପୈତୃକ ସମ୍ପତ୍ତିରୁ ଅଧିକ ଭାଗ ମିଳିବ। ଦିର୍ଘ ଦିନ ଧରି,କୋର୍ଟ-କଚେରୀରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ସ୍ବପ୍ନ ସାକାର ହେବ। ରିୟଲି-ଇ-ଷ୍ଟେଟ୍ ଓ ଠିକା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ସରକାରଙ୍କ ଠାରୁ ନୂଆ ପ୍ରୋଜେକ୍ଟ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବେ। ନିଜ ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ହେଲେ ପତ୍ନୀଙ୍କ ସ୍ବାସ୍ଥ୍ୟକୁ ନେଇ ଟେନସନ୍ ରେ ରହିବେ।

 

4/5

ମୀନ: ସମକୋଣ ଯୋଗ ଏହି ରାଶିଙ୍କୁ ଧନବାନ୍ କରିବ। ବିଶେଷକରି,ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବା ସହ ଦରମା ବଢିବ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ଭଲ ଦ୍ବି-ପଇସା ଲାଭ ମିଳିବ। ଯେଉଁମାନେ,ଦିର୍ଘ ଦିନ ହେବ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏ-ହି ସମୟରେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ହାସଲ କରିବେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ଦ୍ବି-ପଇସା ଲାଭ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନିଜ ପତ୍ନୀଙ୍କ ଲାଗି ଦାମୀ ଉପହାର କ୍ରୟ କରିବେ।

5/5

ବିଛା: ସମକୋଣ ଯୋଗ ଏହି ରାଶିଙ୍କୁ ମାଲାମାଲ୍ କରିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରୁ କଠିନ ପରିଶ୍ରମର ଫଳ ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କୁ ଭୁରି ଭୁରି ପ୍ରଂଶସା କରିବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ମୋଟାଅଙ୍କର ଲାଭ ମିଳିବ। ଭାଇଭଉଣୀଙ୍କ ସହ ହୋଇଥିବା ମତଭେଦ ଦୂର ହେବ। ଅନଲାଇନ୍ କାରବାର କରୁଥିବା ଲୋକଙ୍କ ବ୍ୟବସାୟର ଅଗ୍ରଗତି କରିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)