Advertisement
Photo Details/zeeodisha/odisha3001850
Zee OdishaPhotosଶନିଙ୍କ ଓଲଟା ଚଳନ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ! ବ୍ୟବସାୟରେ ହେବ ଉନ୍ନତି,ଚାକିରିଆଙ୍କୁ ମିଳିବ ପ୍ରମୋସନ୍
photoDetails0hindi

ଶନିଙ୍କ ଓଲଟା ଚଳନ ଫିଟାଇବ ଏହିସବୁ ରାଶିଙ୍କ ଭାଗ୍ୟ! ବ୍ୟବସାୟରେ ହେବ ଉନ୍ନତି,ଚାକିରିଆଙ୍କୁ ମିଳିବ ପ୍ରମୋସନ୍

Shani Margi 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନିଦେବ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ନଭେମ୍ବର ୨୮ ତାରିଖ ସକାଳ ୧୦ଟା ୧୫ ମିନିଟ୍ ସମୟରେ ସେହି ରାଶିରେ ଓଲଟା ଚଳନ କରିବେ। ଶନିଙ୍କ ଓଲଟା ଚଳନ କିଛି ରାଶିଙ୍କ ପାଇଁ ବେଶ୍ ଶୁଭ ପ୍ରମାଣିତ ହେବ। ଯଦି, ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥିବ , ତେବେ ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ଅକାଳ ମୃତ୍ୟୁମୁଖର ବର୍ତ୍ତିଥାଏ। ତେବେ, ଆସନ୍ତୁ ଜାଣିବା ଶନିଙ୍କ କୃପା କେଉଁ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି।...

1/5

ବୃଷ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି,ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ କରିବେ। ଯେଉଁମାନେ, ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରିଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ, ଭଲ ରିଟର୍ଣ୍ଣ ପାଇବେ। ନିଜ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍  ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଭଲ ରେଜଲ୍ଟ କରିବେ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Vakri Guru 2025: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ,୫ରାଶିଙ୍କ ଉପରେ ୨୦୨୬ ଯାଏଁ ହେବ ଟଙ୍କା ବର୍ଷା!

ALSO READ: Low Pressure: ଶୀତରେ ପୁଣି ଆସୁଛି ଲଘୁଚାପ! ଏହିସବୁ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

 

2/5

କୁମ୍ଭ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ବିଶେଷକରି,ଦିର୍ଘ ୨ ବର୍ଷ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ଶନିଙ୍କ ସାଢେସତିରୁ ଆଶ୍ବସ୍ତି ମିଳିବା ସହ କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ଯେଉଁମାନେ ଦିର୍ଘ ଦିନ ଧରି, ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଏ-ହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ମୋଟାଅଙ୍କର ଲାଭ ମିଳିବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନୂଆ ଗାଡି ଓ ଘର କିଣିବାରେ ସ୍ବପ୍ନ ସାକାର ହେବ। ପରିବାରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ।ସ୍ବାସ୍ଥ୍ୟରେ ଉନ୍ନତି ହେବ।

3/5

ମୀନ: ଶନିଙ୍କ ଓଲଟା ଚଳନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ,ସରକାରୀ ଚାକିରି କରୁଛନ୍ତି। ସେମାନଙ୍କୁ ପଦୋନ୍ନତି ମିଳିବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। କଠିନ ପରିଶ୍ରମର ଫଳ ମିଳିବ। ଜମି କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଅଗ୍ରଗତି କରିବା ସହ ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। ବିଦେଶ ଯାତ୍ରା କରିବେ। ଜୀବନରେ ନୂଆ ଚ୍ୟାଲେଞ୍ଜ ଆସିଲେ ମଧ୍ୟ ତାହାକୁ ସାମ୍ନା କରିବା ପାଇଁ  ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଆସିବ। ନିଜ ପତ୍ନୀଙ୍କ ଲାଗି ଦାମୀ ଉପହାର କ୍ରୟ କରିବେ। ସିଙ୍ଗଲ୍ ଥିବା ବ୍ୟକ୍ତି ବିଶେଷଙ୍କ ଜୀବନରେ ସାଥୀ ଆସିବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂଆ କରି ବିବାହ କରିଥିବା ଦମ୍ପତ୍ତି ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ।

 

4/5

ବିଛା: ଶନିଙ୍କ ଓଲଟା ଚଳନ ଏହି ରାଶିଙ୍କ ଭାଗ୍ୟ ଫିଟାଇବ। ଘରୋଇ କମ୍ପାନୀରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ ଚାକିରି ବଦଳାଇବାକୁ ଯୋଜନା କରୁଛନ୍ତି। ଚେଷ୍ଟା ଜାରି ରଖନ୍ତୁ,ଭଲ ଅଫର ମିଳିବ। ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କର ଲାଭ ମିଳିବ। ଲଟେରୀରୁ ଲାଭବାନ୍ ହେବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। କଳା,ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କୌଣସି ସଭା ସମିତିରେ ସମ୍ମାନୀତ ହେବେ। ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିବ। ନିଜ ସାଥୀଙ୍ ସହ ଡେଟ୍ ରେ ଯିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ।

5/5

ମିଥୁନ: ଶନିଙ୍କ ଓଲଟା ଚଳନ ଏ-ହି ରାଶିଙ୍କୁ ଧନବାନ୍ କରିବ। ବିଶେଷକରି,ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ୍ ମଜବୁତ୍ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ।  ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀ ଲାଗି ସମୟ  ଭଲ ରହିବ। ସେମାନଙ୍କ ଆଶା ପୂରା ହେବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅନଲାଇନ୍ କାରବାର କରୁଥିବା ଲୋକେ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ବ୍ୟାଙ୍କିଂ ଓ ବୀମା କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ହେଲେ, ପ୍ରେମୀମାନଙ୍କୁ ଏହି ସମୟରେ ଧୋକା ମିଳିପାରେ। ଦେହ-ମନ ଭଲ ରହିବ।     (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)