Shani Uday 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୨୯ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଏବଂ ପରେ, ଏପ୍ରିଲ୍ ୬ ତାରିଖ ଦିନ ୫ଟା ୫ ମିନିଟ୍ ସମୟରେ ସେହି ରାଶିର ଉଦୟ ହେବେ। ମୀନ ରାଶିରେ ଶନିଙ୍କ ଉଦୟ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ସୁଖି ମଧ୍ୟ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁସବୁ ରାଶିଙ୍କ ଭାଗ୍ୟ ଶନିଦେବ ଚମକାଇବାକୁ ଯାଉଛନ୍ତି।
)
ବୃଷ : ମୀନ ରାଶିରେ ଶନିଙ୍କ ଉଦୟ ଏହି ରାଶିର ଭାଗ୍ୟ ଚମକାଇବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଧାର-କରଜ କରିଛନ୍ତି, ସେସବୁକୁ ସୁଝିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବୃଦ୍ଧି ହେବ। ବ୍ୟବସାୟରେ ଅଗ୍ରଗତି ହେବ। ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନିଜ ପିତାମାତାଙ୍କ ସହିତ ଦୂରଯାତ୍ରା କରିବେ। ନିଜ ସନ୍ତାନମାନଙ୍କ ଠାରୁ ଖୁସି ଖବର ପାଇବେ। ଯେଉଁମାନେ ନୂଆ କରି ବିବାହ କରିବାକୁ ଯୋଜନା କରିଛନ୍ତି। ସେମାନେ ସନ୍ତାନ ପ୍ରାପ୍ତି ନେଇ ଶୁଭ ଖବର ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ।
ALSO READ: Today Horoscope: ତୁଳା -ମୀନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?
ALSO READ: Dwadash Yog 2025: ମାର୍ଚ୍ଚରେ ଶନି-ବୁଧଙ୍କ ଦ୍ବାଦଶ ଯୋଗ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ !
)
ତୁଳା: ଶନିଙ୍କ କୃପାରୁ ଚମକିବ ଏ-ହି ରାଶିର ଭାଗ୍ୟ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି ସ୍ଥାନରୁ ଚାକିରି ଅଫର ନେଇ ଖୁସି ଖବର ପାଇବେ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଲାଭ ପାଇବେ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୃମାନେ ମିତ୍ର ଭଳି ବ୍ୟବହାର କରିବେ। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
)
ବିଛା: ଶନିଙ୍କ ଉଦୟ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଏହି ସମୟ ମଧ୍ୟରେ ଜୀବନରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଯେଉଁମାନେ ବିଦେଶରେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ପ୍ରେମ କରୁଥିବା ବ୍ୟକ୍ତି ବିଶେଷ ମାନେ ନିଜ ସାଥୀଙ୍କ ସହ ବିବାହ ସମ୍ପନ୍ନ ହେବ। ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଟଙ୍କା ସଂଚୟ କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ।
)
ମକର: ଶନିଙ୍କ ଉଦୟ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବଅପେକ୍ଷା ମଜବୁତ୍ ହେବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଚାକିରିଆମାନେ କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବେ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ପରିବାର ମଧ୍ୟରେ ହୋଇଥିବା ମତଭେଦ ଦୂର ହେବ । ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ଭଲ ରହିବ। ଯେଉଁମାନେ ପୁଞ୍ଚି ବିନିଯୋଗ କରିବାକୁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘର ଓ ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़