Advertisement
Photo Details/zeeodisha/odisha2668700
Zee OdishaPhotosShani Uday 2025: ମାର୍ଚ୍ଚ ୨୯ରୁ ଚମକିବ ଏହି ତିନି ରାଶିଙ୍କ ଭାଗ୍ୟ, ବର୍ଷସାରା ଟଙ୍କା ବର୍ଷା କରିବେ ନ୍ୟାୟର ଦେବତା ଶନି!
photoDetails0hindi

Shani Uday 2025: ମାର୍ଚ୍ଚ ୨୯ରୁ ଚମକିବ ଏହି ତିନି ରାଶିଙ୍କ ଭାଗ୍ୟ, ବର୍ଷସାରା ଟଙ୍କା ବର୍ଷା କରିବେ ନ୍ୟାୟର ଦେବତା ଶନି!

Shani Uday 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୨୯ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ଗୋଚର ବା ଉଦୟ କରିବେ। ଶନିଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ପ୍ରାୟ ୩୦ ବର୍ଷ ପରେ ଶନି ମୀନରାଶିକୁ ଚଳନ କରୁଛନ୍ତି। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ସମସ୍ତ କ୍ଷେତ୍ରରେ  ସଫଳତା ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନିଦେବ କେଉଁ ସବୁ ରାଶିକୁ ମାଲାମାଲ୍ କରିବାକୁ ଯାଉଛନ୍ତି।....

1/3

ମିଥୁନ: ମାସ ଶେଷରେ ଶନିଙ୍କ ଉଦୟ ହେବା ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଘରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିବେ।  ବିଶେଷକରି, ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ  ପଦୋନ୍ନତି ମିଳିବା ସହିତ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ କାରବାରରେ ଲାଭ ଭଲ ହେବ। ନୂଆ ଯୋଜନା ବ୍ୟବସାୟରେ କାର୍ଯ୍ୟକାରୀ କରି ଭଲ ଦ୍ବି-ପଇସା ଲାଭ ପାଇବେ। ପ୍ରେମ-ସମ୍ପର୍କରେ ସୁଧାର ଆସିବ।  ପାରିବାରିକ ଜୀବନ ସୁଖମୟ ହେବା ସହ ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। 

ALSO READ: March 2025 Grah Gochar: ଆଜିଠୁ ଫିଟିବ ଏହି ୫ରାଶିଙ୍କ ଭାଗ୍ୟ, ମାସ ସାରା ଧନ ବର୍ଷା କରିବେ ୨ଟି ବଡ଼ ଗ୍ରହ

ALSO READ: ବିବାହ ବନ୍ଧନରେ ବାନ୍ଧି ହେଲେ ସୁରଙ୍କ ସାନପୁଅ ମନ୍ମଥ, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନ ସାଥୀ?

 

 

2/3

ବୃଷ:  ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଶନିଙ୍କ ବିଶେଷ କୃପା ରହିବ।  ବ୍ୟବସାୟୀମାନେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଧୁରିବ। ଯେଉଁମାନେ ଦିର୍ଘ ଦିନ ହେବ,ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ କାରବାରରେ ଲାଭ ବଢିବ। ଚାକିରିଆମାନେ, କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବରିଷ୍ଠ ଅଧିକାରୀ ଓ ସହକର୍ମୀମାନେ ପ୍ରତ୍ୟକ କ୍ଷେତ୍ରରେ ସହଯୋଗ କରିବେ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ। ବିଦେଶରେ ପାଠ ପଢିବାର ସ୍ବପ୍ନ ସାକାର ହେବ। ଯେଉଁମାନେ,  ପୁଞ୍ଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି,ସେମାନଙ୍କ ପାଇଁ ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପ୍ରେମ ଜୀବନ ପୂର୍ବ ଅପେକ୍ଷା ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

3/3
ମକର:  ଶନିଙ୍କ ଉଦୟ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବ।   ବାଣିଜ୍ୟ- ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବା ସହ ଲାଭ ଅଧିକ ପାଇବେ। ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିଛି। ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ନୂଆ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ଜୀବନ ସାଥୀଙ୍କ ଠାରୁ ଆର୍ଥିକ ସମର୍ଥନ ମିଳିବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ପରିବାର ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।   (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)