Shukra Shani Yog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନିଦେବ ମୀନ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଆଜି ସକାଳ ୬ଟା ୪୧ ମିନିଟ୍ ସମୟରେ ପ୍ରେମ ସମ୍ପର୍କ ଓ ସୌନ୍ଦର୍ଯ୍ୟର କାରକ ଶନିଦେବ ଚଳନ କରିଛନ୍ତି। ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଶନି-ଶୁକ୍ର ଯୋଗ ବା ସତଙ୍ଗ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ ଦିର୍ଘ ୫୦୦ ବର୍ଷ ପରେ ସୃଷ୍ଟି ହୋଇଛି। ଯଦି ଜାତକରେ ଶନି-ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ସମସ୍ତ ଧନ-ଐଶ୍ବର୍ଯ୍ୟ ପ୍ରାପ୍ତ କରିବା ସହିତ ଅକାଳ ଦୁର୍ଘଟଣାକୁ ଏଡାଇଥାଏ। ତେବେ, ଆସନ୍ତୁ ଜାଣିବା ଶନି-ଶୁକ୍ରଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।...
)
ମିଥୁନ:ସତଙ୍ଗ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କଠିନ ପରିଶ୍ରମର ଫଳ ମିଳିବ। ବ୍ୟବସାୟରେ ନୂଆ ଯୋଜନାକୁ କାର୍ଯ୍ୟକାରୀ କରି ଅଧିକ ଟଙ୍କା ଲାଭ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାକୁ ପଡିପାରେ। ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିପାରେ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। ପରିବାର ମଧ୍ୟରେ ହୋଇଥିବା ଭୁଲ ବୁଝାବଣା ଦୂର ହେବ। ହେଲେ, ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: Surya Gochar 2026: ମକର ସଂକ୍ରାନ୍ତିରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ,ବର୍ଷ ଆରମ୍ଭରୁ ହେବ ଟଙ୍କା ବର୍ଷା
)
କନ୍ୟା: ଶନି ଓ ଶୁକ୍ରଙ୍କ ଆର୍ଶିବାଦ ଏହି ରାଶି ଉପରେ ବିଶେଷ ଭାବେ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ଠିକ୍ ରହିଲେ ମଧ୍ୟ ଚାକିରିକୁ ନେଇ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ କୌଣସି ପ୍ରକାର ଛଟେଇର ଶୀକାର ହୋଇପାରନ୍ତି। କର୍ମକ୍ଷେତ୍ରରେ ଲାଗି ରହିଥିବା ପୁରୁଣା ବିବାଦର ଅନ୍ତ ଘଟିବ। ହେଲେ, ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। ଶିକ୍ଷା , ଦକ୍ଷତା,ଆଇଟି ଓ ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଟେନସନ୍ କମିବ। ନିଜ ପତ୍ନୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ।
)
ଧନୁ:ସତଙ୍ଗ ଯୋଗ ଏ-ହି ରାଶିଙ୍କୁ ଧନବାନ୍ କରିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ଯେଉଁ କାମରେ ହାତଦେବେ,ସେଥିରେ ସଫଳତା ପାଇବେ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ରହିବ। ଯେଉଁମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ମନ ଭିତରେ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ,ଦଳ ପକ୍ଷରୁ ଭଲ ପଦବୀ ପାଇବେ। ନିଜ ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ପ୍ରେମୀ ମାନଙ୍କ ଲାଗି ସମୟ ଖାସ୍ ରହିବ।
)
କୁମ୍ଭ: ଶନି ଓ ମଙ୍ଗଳଙ୍କ ଶୁଭଦୃଷ୍ଟି ଏହି ରାଶିଙ୍କୁ ଧନବାନ୍ କରାଇବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ବରିଷ୍ଠ ଅଧିକାରୀଙ୍କର ପ୍ରିୟପାତ୍ର ହେବେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀ ଓ ଅଧିକାରୀଙ୍କ ସାହାର୍ଯ୍ୟ ସହଯୋଗ ମିଳିବ। ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ। ବ୍ୟବସାୟୀରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ଆୟର ଏକ ନୂତନ ଉତ୍ସ ଖୋଲିବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ହେଲେ କୌଣସି କଥାକୁ ନେଇ ସାମାନ୍ୟ ଟେନସନ୍ ରେ ରହିବେ। ପୈତୃକ ସମ୍ପତ୍ତିରୁ ଭଲ ଲାଭ ପାଇବେ। ପ୍ରେମୀମାନେ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେଯିବେ।
)
ବିଛା: ଶନି-ମଙ୍ଗଳଙ୍କ ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ। କର୍ମକ୍ଷେତ୍ରରୁ ଶୁଭ ଫଳ ପାଇବେ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି, ଏହି ସମୟରେ ଚେଷ୍ଟା ଜାରି ରଖନ୍ତୁ ସଫଳତା ପାଇବେ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ବିଦେଶ ଯାତ୍ରା କରିପାରନ୍ତି। ସଞ୍ଚୟ ବୃଦ୍ଧି ପାଇବ। ଆଶା କରିଥିବା ଦିଗରୁ ଭଲ ଖବର ପାଇବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ପିତାମାତାଙ୍କ ସହ ସମ୍ପର୍କ ଅଧିକ ମଜବୁତ୍ ହେବ। ଭାଇ ଭଉଣୀଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़