Surya Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଆଜି ଅପରାହ୍ନ ୩ଟା ୨୦ ମିନିଟ୍ ସମୟରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ଉତ୍ତରା ଭଦ୍ରପଦା ନକ୍ଷତ୍ରରେ ପ୍ରବେଶ କରିବେ। ସେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି କ୍ୟାରିୟରେ ସଫଳତା ପାଇବା ସହିତ ବ୍ୟବସାୟରେ ଅଗ୍ରଗତି କରିଥାଆନ୍ତି। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଚଳନ କେଉଁ ସବୁ ରାଶିର ଭାଗ୍ୟ ଉଜ୍ଜଳ କରିବାକୁ ଯାଉଛି।...
)
ବୃଷ: ସୂର୍ଯ୍ୟଙ୍କ କୃପାରୁ ଚମକିବ ଏହି ରାଶିଙ୍କ ଭାଗ୍ୟ। କ୍ୟାରିୟରକୁ ନେଇ କୌଣସି ଶୁଭ ଖବର ପାଇବେ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ଅଫର କୌଣସି ଏକ କମ୍ପାନୀରୁ ମିଳିବ। ଏହି ସମୟ ମଧ୍ୟରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ବ୍ୟବସାୟୀମାନଙ୍କର ବ୍ୟବସାୟରେ ଲାଗି ରହିଥିବା ମାନ୍ଦା-ବସ୍ଥା ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି,ସେମାନଙ୍କର ସମ୍ପର୍କରେ ସୁଧାର ଆସିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ALSO READ: Gold Rate Today: ସୁନା ଦରରେ ଅହେତୁକ ବୃଦ୍ଧି, ଭରି ପିଛା ବଢିଲା ଏତେ ଶହ ଟଙ୍କା
ALSO READ: Guru Gochar 2025: ବୃହସ୍ପତିଙ୍କ ଶୁଭ ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ମାଲାମାଲ୍ ହେବା ସହ...
)
କର୍କଟ: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ କର୍ମକ୍ଷେତ୍ରରୁ କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ନିଜ ପରିବାର ସଦସ୍ୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିଛି। ପିତାମାତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ଠାରୁ କୌଣସି ପ୍ରକାର ଦାମୀ ଉପହାର ପାଇବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ।
)
ମୀନ: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଆର୍ଥିକ ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ବାକି ପଡିଥିବା ଟଙ୍କା ପାଇବାରେ ସମର୍ଥ ହେବେ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଯେଉଁମାନେ କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ସେମାନେ ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। କର୍ମକ୍ଷେତ୍ରରୁ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭ ରହିବ। ସ୍ବାସ୍ଥ୍ୟ ଭଲ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़