Advertisement
Photo Details/zeeodisha/odisha2679680
Zee OdishaPhotosSurya Gochar 2025: ମାର୍ଚ୍ଚ ୩୧ରୁ ଉଦୟ ହେବ ତିନି ରାଶିଙ୍କ ଭାଗ୍ୟ! ଆରମ୍ଭ ହେବ ଶୁଭ ଦିନ
photoDetails0hindi

Surya Gochar 2025: ମାର୍ଚ୍ଚ ୩୧ରୁ ଉଦୟ ହେବ ତିନି ରାଶିଙ୍କ ଭାଗ୍ୟ! ଆରମ୍ଭ ହେବ ଶୁଭ ଦିନ

Surya Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମାର୍ଚ୍ଚ ୩୧ ତାରିଖ, ଅପରାହ୍ନ ୨ଟା ୮ ମିନିଟ୍ ସମୟରେ ପୂର୍ବଭଦ୍ର ନକ୍ଷତ୍ରରୁ ବାହାରି ରେବତୀ ନକ୍ଷତ୍ରକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରୁହେ। ତେବେ, ବ୍ୟକ୍ତି ଜୀବନରେ ସୁଖି ହେବା ସହିତ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ପାଇଥାଏ। ତେବେ,ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଚଳନ କେଉଁ ସବୁ ରାଶିର ଭାଗ୍ୟ ଚମକାଉଛି।....

 

1/3

କର୍କଟ-: ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଆୟ ବଢିବ। ଶିକ୍ଷା, ରିସର୍ଚ୍ଚ, ମେଡିକାଲ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୈତୃକ ସମ୍ପତ୍ତୁ ଲାଭ ପାଇବେ। ବ୍ୟବସାୟୀମାନଙ୍କର ବ୍ୟବସାୟରେ ଲାଗି ରହିଥିବା ମାନ୍ଦା ବସ୍ଥା ଦୂର ହେବ। ଆର୍ଥିକ କାରବାର ବଢିବ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନେ ଜଣେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଲାଭ ପାଇବେ। ଅବିବାହିତଙ୍କ ବିବାହର ଯୋଗ ଫିଟିବ। ପରିବାର ସହ ଦୂର ଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Holi 2025 Grah Gochar: ହୋଲିରେ ପଡୁଛି ଦୁର୍ଲଭ ଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!

ALSO READ:  Viral Video: ନିଜ ଝିଅ ସହ କେମିତି ମସ୍ତି କରୁଛନ୍ତି ତୁଳସୀ ସିରିଏଲର ଅଭିନେତ୍ରୀ ଇପସିତା? ଦେଖନ୍ତୁ

2/3

ବିଛା-: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ନୂଆ ଚାକିରି ନେଇ କୌଣସି ସ୍ଥାନରୁ ଅଫର ମିଳିବ।  ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ସେମାନଙ୍କ ସ୍ବପ୍ନ ପୂରଣ ହେବ। ସେୟାର ବଜାରରୁ ଲାଭବାନ୍ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରେମୀ-ମାନଙ୍କ ପାଇଁ ସମୟ ଶୁଭ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କରେ ସୁଧାର ଆସିବ। ଧାର୍ମିକ କାର୍ଯ୍ୟ କଳାପରେ ମନ ବଳାଇବେ। ରାଜ୍ୟ ବାହାରୁ ଚାକିରି ଅଫର ପାଇ ଖୁସି ହେବ।  

 

3/3

ମୀନ: ମୀନ ରାଶିଙ୍କ ପାଇଁ ସମୟ ଶୁଭ ରହିବ।  ଆର୍ଥିକ ସ୍ଥିତି ବଦଳିବ।  ଚାକିରି ବ୍ୟବ ଓ ସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟ ପାତ୍ର ହେବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ।ଦିର୍ଘ ଦିନର କାର୍ କିଣିବାର ସ୍ବପ୍ନ ପୂରଣ ହେବ। ଅଟକି ରହିଥିବା କାର୍ଯ୍ୟ ଶେଷ କରିବାରେ ସମର୍ଥ ହେବେ। ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଶୁଭ ରହିବ। ନିଜ ସାଥୀଙ୍କ ସହିତ୍ ଡେଟ୍ ରେ ଯିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)