Advertisement
Photo Details/zeeodisha/odisha3097501
Zee OdishaPhotosSurya Gochar 2025: ସୂର୍ଯ୍ୟଙ୍କ କୃପାରୁ ଚମକିବ ଏହି ୫ରାଶିଙ୍କ ଭାଗ୍ୟ,ବର୍ଷ ସାରା ହେବ ଧନବର୍ଷା!
photoDetails0hindi

Surya Gochar 2025: ସୂର୍ଯ୍ୟଙ୍କ କୃପାରୁ ଚମକିବ ଏହି ୫ରାଶିଙ୍କ ଭାଗ୍ୟ,ବର୍ଷ ସାରା ହେବ ଧନବର୍ଷା!

Surya Gochar 2025:  ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏ-ହି କ୍ରମରେ, ଫେବୃଆରୀ ୧୩ରେ ସୂର୍ଯ୍ୟଦେବ ସକାଳ ୪ଟା ୧୪ ସମୟରେ କୁମ୍ଭ ରାଶିରେ ଚଳନ କରିବେ। ସୂର୍ଯ୍ୟଙ୍କ ଏ-ହି ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଯ-ଦି ଜାତକରେ,ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ,ବ୍ୟକ୍ତି ଜୀବନରେ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଆନ୍ତି। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବ।

1/5

ମେଷ-: ଫେବୃଆରୀରେ ସୂର୍ଯ୍ୟଙ୍କ ଚଳନ ଏ-ହି ରାଶିଙ୍କୁ ଧନବାନ୍ କରାଇବ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସଫଳ ହେବେ। କଳା, ସାହିତ୍ୟ, ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଥିବା ଲୋକେ ଶୁଭଫଳ ପାଇବେ। ଯେଉଁ କାର୍ଯ୍ୟରେ ହାତଦେବେ ସେଥିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ନୂଆ ଘର ଓ ଗାଡି କିଣିବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ।ଏହି ସମୟରେ ପରିବାରର ସମର୍ଥନ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।

ALSO READ: Mukhyamantri Kanya Bibaha Yojana 2026: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କେବଳ ଏମାନଙ୍କୁ ମିଳିବ ଲାଭ,ଜାଣନ୍ତୁ

2/5

ମିଥୁନ-:ସୂର୍ଯ୍ୟଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବ। ବିଶେଷକରି,ଆର୍ଥିକ ସ୍ଥିତି ମଜବୁତ୍ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ଠାରୁ କୌଣସି ପ୍ରତ୍ୟକ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଅଗ୍ରଗତି କରିବେ। ବିଦେଶରେ ଏକ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ଅବିବାହିତଙ୍କ ଲାଗି ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ। 

3/5

ସିଂହ-:ସୂର୍ଯ୍ୟଙ୍କ ଚଳନ ଏ-ହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସଙ୍କଟରୁ ମୁକ୍ତି ମିଳିବ। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା ରଖିଛନ୍ତି। ସେମାନେ ଏ-ହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ହେଲେ, କର୍ମକ୍ଷେତ୍ରରେ ଟେନସନ୍ ଲାଗି ରହିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ଯେଉଁମାନେ,ବିଦେଶରେ ବ୍ୟବସାୟ କରୁଛନ୍ତି। ସେମାନେ ଏ-ହି ସମୟରେ ମୋଟାଅଙ୍କର ଲାଭ ପାଇବେ। ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। 

4/5

ତୁଳା-: ସୂର୍ଯ୍ୟଙ୍କ ଚଳନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ସହ ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବା ସହ ଦରମାରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ।ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କର ଲାଭ ପାଇବେ।  ଶତ୍ରୃଙ୍କ ଉପରେ ବିଜୟ ଲାଭ କରିବେ। ପୁରୁଣା ମତଭେଦ ଦୂର ହେବ। ନୂଆ ଫ୍ଲାଟ୍ କିଣିବାର ଆଶା ପୂରା ହେବ। ପିତାମାତାଙ୍କ ସହ ସମ୍ପର୍କ ଆହୁରି ମଜବୁତ୍ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।  ପ୍ରେମୀ ବିବାହରେ ଆସୁଥିବା ବାଧା ବିଘ୍ନ ଦୂର ହେବ। 

5/5

ଧନୁ-: ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବା ସହ ଦରମାରେ ଅହେତୁକ ବୃଦ୍ଧି ପାଇବ। ଦି-ର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ପରିବାର ସହ ଦୂର ଯାତ୍ରା କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଲାଗିରହିଥିବା ସମସ୍ୟା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟ ଭଲ ଚାଲିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)