Surya Shani Shukra Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ମାର୍ଚ୍ଚ ୨୯ ତାରିଖ ରାତି ୧୧ଟା ୦୧ ମିନିଟ୍ ସମୟରେ ଶନି ମହାରାଜ୍ କୁମ୍ଭ ରାଶି ଛାଡି ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ଶୁକ୍ର ଓ ସୂର୍ଯ୍ୟଦେବ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନିଗ୍ରହଙ୍କ ଶୁଭ ମିଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଶନି-ଶୁକ୍ର-ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ-ହେବା ସହିତ ସମସ୍ତ ସୁଖ ସମୃଦ୍ଧି ହାସଲ କରିଥାଏ। ଏବଂ କ୍ୟାରିୟରରେ ଅଗ୍ରଗତି କରିଥାଏ। ତେବେ, ଆସନ୍ତୁ ଜାଣିବା ଶନି-ଶୁକ୍ର ଓ ସୂର୍ଯ୍ୟଙ୍କ କୃପାରୁ କେଉଁ ସବୁ ରାଶିର ଭାଗ୍ୟ ଚମକିବାକୁ ଯାଉଛି।...
ବୃଷ: ଶନି-ସୂର୍ଯ୍ୟ-ଶୁକ୍ରଙ୍କ ଶୁଭ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସରେ ବୃଦ୍ଧି ହେବ। ବିବାହିତଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ଜୀବନ ସାଥୀଙ୍କ ସହ ହୋଇଥିବା ମନମାଳିନ୍ୟ ଦୂର ହେବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ନୂଆ ଘର କିମ୍ବା ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ପ୍ରେମୀମାନଙ୍କ ଲାଗି ସମୟ ଖାସ୍ ରହିବ। ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ।
ALSO READ: Weather Update: କାଳବୈଶାଖି ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
ସିଂହ: ଶନି-ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। ବିଶେଷକରି, କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଏହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଶୁଭ ଖବର ମିଳିବ। ନୂଆ ନିଯୁକ୍ତି ନେଇ କୌଣସି ଏକ କମ୍ପାନୀରୁ ଅଫର ଲେଟର ମିଳିବ। ବ୍ୟବସାୟୀମାନେ ବିଦେଶରେ ଚାଲିଥିବା ବାଣିଜ୍ୟ-ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଜୀବନ ସାଥୀଙ୍କ ସହ ହୋଇଥିବା ମତଭେଦ ଦୂର ହେବ। ଅବିବାହିତଙ୍କର ବିବାହର ଯୋଗ ଫିଟିବ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: ଶନି-ସୂର୍ଯ୍ୟ-ଶୁକ୍ରଙ୍କ ମିଳିନ ଏହି ରାଶିକୁ ମାଲାମାଲ୍ କରିବ। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ଘଟିବ। ବ୍ୟବସାରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ପାର୍ଟନର-ସିପ୍ ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଧୀଙ୍କୁ ପଛରେ ପକାଇବାରେ ସକ୍ଷମ ହେବେ। ବିଦେଶରେ ପାଠପଢିବା ପାଇଁ ଇଚ୍ଛା ରଖିଥିବା ଆଶାୟୀଙ୍କ ଆଶା ପୂରା ହେବ। ପୁଞ୍ଜି ନିବେଶ ପାଇଁ ସମୟ ଭଲ ରହିଛି। ଏହି ସମୟରେ ବିନିଯୋଗ କଲେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ ।ସାଥୀଙ୍କ ସହ ଦୂରଯାତ୍ରା କରିବେ। ଏବଂ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़