Advertisement
Photo Details/zeeodisha/odisha2680409
Zee OdishaPhotosSurya Shani Yuti 2025: ସୂର୍ଯ୍ୟ-ଶନିଙ୍କ ଦୁର୍ଲଭ ଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍
photoDetails0hindi

Surya Shani Yuti 2025: ସୂର୍ଯ୍ୟ-ଶନିଙ୍କ ଦୁର୍ଲଭ ଯୋଗ, ଫିଟିବ ୫ ରାଶିଙ୍କ ଭାଗ୍ୟ, ହେବେ ମାଲାମାଲ୍

Surya Shani Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ  ସୂର୍ଯ୍ୟଙ୍କ ଆଜି ସକାଳ ୬ଟା ୫୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିକୁ ଶନିଦେବ ମାର୍ଚ୍ଚ ୨୯ ତାରିଖ ସକାଳ ୫ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ଶନିଙ୍କ ମିଳନ ଦୁର୍ଲଭ ଯୋଗ ବା ସୂର୍ଯ୍ୟ ଶନି ୟୁତି ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ସମସ୍ତ ସୁଖ-ସମୃଦ୍ଧି ଲାଭ କରିବା ସହିତ କ୍ୟାରିୟରରେ ସଫଳତା ଲାଭ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁସବୁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଇଛନ୍ତି ସୂର୍ଯ୍ୟ-ଶନି...

 

1/5

ମେଷ: ସୂର୍ଯ୍ୟ ଓ ଶନିଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ଲାଭ କରିବେ।  କ୍ୟାରିୟରକୁ ନେଇ  କୌଣସି ପ୍ରକାର ଖୁସି ଖବର ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମାରେ ବୃଦ୍ଧି ଘଟିବ। ବ୍ୟବସାୟୀମାନେ ବାଣିଜ୍ୟ -ବ୍ୟବସାୟରେ ଅଗ୍ରଗତି କରିବେ। କଠିନ ପରିଶ୍ରମର ଫଳ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ସମ୍ପର୍କ ମଜବୁତ୍ ହେବ। ପରିବାର ସହ ହୋଇଥିବା ତିକ୍ତତା ଦୂର ହେବ।  ବାକି ପଡିଥିବା ଟଙ୍କାକୁ ପାଇବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ,ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Viral Video: ମଞ୍ଚ ପଛପଟୁ ଭାଇରାଲ୍ ହେଲା ଯାତ୍ରା ଅଭିନେତ୍ରୀ କାବେରୀଙ୍କ ଏହି ଭିଡିଓ, ଦେଖନ୍ତୁ

2/5

ସିଂହ: ସୂର୍ଯ୍ୟ ଓ ଶନିଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଉଭୟ ବ୍ୟବସାୟ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ।  ଏହି ସମୟ ନୂଆ ବ୍ୟବସାୟ ଆରମ୍ଭ କଲେ ସମୟ ଅନୁକୂଳ ରହିବ।  ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ।  ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ନୂଆ ଘର କିଣିବାର ଆଶା ପୂରଣ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ।  ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। 

 

3/5

ଧନୁ: ସୂର୍ଯ୍ୟ ଓ ଶନିଙ୍କ ଚଳନ ଏ-ହି ରାଶିର ଭାଗ୍ୟ ଉଦୟ କରିବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। ଯେଉଁମାନେ ଚାକିରି ଖୋଜୁଛନ୍ତି,ସେମାନଙ୍କୁ କୌଣସି ଏ-କ ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରେ ଅଧିକ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ଟଙ୍କା ରୋଜଗାରର ନୂଆ ଉତ୍ସ ଖୋଲିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜ ପରିବାର ସହ ଦୂରଯାତ୍ରା କରିବେ। ପ୍ରେମୀମାନେ ନିଜ ସାଥୀଙ୍କୁ ଦାମୀ ଉପହାର ଦେବେ।     

 

4/5

କୁମ୍ଭ: ଶନି ଓ ସୂର୍ଯ୍ୟଙ୍କ କୃପା ଏହି ରାଶି ଉପରେ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା ଜାରି ରଖନ୍ତୁ ,ଶୁଭଫଳ ପାଇବେ। ଆର୍ଥିକ ସ୍ଥିତିରେ ମଜବୁତ୍ ହେବ। କମ୍ପିଟେଟିଭ ଏକଜାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିବ। ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ।  ବାଣିଜ୍ୟ- ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ନୂଆ କରି କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ।  ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। 

 

5/5

ମକର: ମକର ରାଶିଙ୍କ ପାଇଁ ଶୁଭ ଦିନ ଆରମ୍ଭ ହୋଇଛି। ଦିର୍ଘ ଦିନର ନୂଆ ଗାଡି କିଣିବାର ଆଶା ପୂରଣ ହେବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ।  ବ୍ୟାଙ୍କ୍ ବାଲାନ୍ସ ବଢିବ। ଯେଉଁମାନେ, ପୁଞ୍ଚି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଅଧିକ ଲାଭ ପାଇବେ। ବ୍ୟବସାୟୀ ମାନେ ନୂଆ ଯୋଜନାକୁ କାର୍ଯ୍ୟକାରୀ କରି ଅଧିକ ଲାଭ ପାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ସମ୍ପର୍କ ଆହୁରି ମଜବୁତ୍ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)