Horoscope Today 1 November 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧ ହେଉଛି ଶନିବାର। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
1/12ମେଷ:ଆଜି ଶନିଦେବଙ୍କ ଶୁଭଦୃଷ୍ଟି ଯୋଗୁଁ ଦିନଟି ଅନୁକୂଳ ରହିବ। ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିବେ। ଦୀର୍ଘ ଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ଖୁସି ରହିବେ। ବିଶେଷକରି ସାମ୍ବାଦିକତା, ବାଣିଜ୍ୟ ଓ , ଶିଳ୍ପରୁ ଲାଭ ଆଶାନୁରୂପ ପାଇପାରିବେ। କିଛି ନିକଟ ସମ୍ପର୍କୀୟଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ।
ALSO READ: Eighth Pay Commission Updates: ଅଷ୍ଟମ ବେତନ ଲାଗୁ ହେଲେ ଗ୍ରୃପ C ଓ D କର୍ମଚାରୀଙ୍କ କେତେ ବଢିବ ଦରମା? ଜାଣନ୍ତୁ
2/12ବୃଷ: ଆଜି କୌଣସି ବିବାଦରେ ପଶିଲେ ଅପଦସ୍ଥ ହୋଇପାରନ୍ତି। ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ଅସହଯୋଗ କରିବେ। ଫଳରେ ଆପଣ ସମସ୍ୟାରେ ପଡିବେ। ଘରେ ବନ୍ଧୁ ମିଳନରେ ଆମୋଦ ପ୍ରମୋଦର ସୁଅ ଛୁଟିବ। ପଡ଼ୋଶୀଙ୍କ ଦ୍ୱାରା ଘରୋଇ ବ୍ୟାପାରରେ ହସ୍ତକ୍ଷେପ ମାଧ୍ୟମରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ।
3/12ମିଥୁନ:କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିବେ। ଆଜି ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ ପ୍ରଭାବ ହେତୁ ଭାଇ ଭଉଣୀ , ବନ୍ଧୁ ଓ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। ସାହିତ୍ୟ,କଳା ଓ ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ମନରେ ଅସ୍ଥିରତା ଲାଗି ରହିବାରୁ ଅନ୍ୟମାନଙ୍କ କଥା ଆପଣଙ୍କୁ ଭଲ ଲାଗିବ ନାହିଁ।
4/12କର୍କଟ: ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ହେଲେ, କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରନ୍ତି। ଚନ୍ଦ୍ର ଓ ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି ହେତୁ ଭାଇ କିମ୍ବା ସହକର୍ମୀଙ୍କ ହେତୁକ ସମସ୍ୟାରେ ବ୍ୟସ୍ତତା ପ୍ରକାଶ କରିବେ। କିଛି ମତ ମନ୍ତବ୍ୟ ଦେବା ପୂର୍ବରୁ ଭାବିଚିନ୍ତି କହିବା ଭଲ। ନଚେତ୍ ଫସିବେ। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ବନ୍ଧୁଙ୍କ ଠାରୁ ସାହାଯ୍ୟ-ସହଯୋଗ ପାଇବେ।
5/12ସି˚ହ: ଦିନଟି ଏତେ ଖାସ୍ ରହିବ ନାହିଁ। ବୃହସ୍ପତିଙ୍କ ଦୃଷ୍ଟିରୁ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବାର ଆଶା କରାଯାଇପାରେ। ପୂର୍ବରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ହେଲେ, ଶୁକ୍ର - ରବିଙ୍କ ଯୋଗୁ ହେତୁ କାମଗୁଡ଼ିକ ଅଧୁରା ରହିଯିବ। ଆପଣ କାହାର ମିଠା କଥାରେ ଭାସି ଯାଆନ୍ତୁ ନାହିଁ, ଯାହାକି ପରବର୍ତ୍ତୀ ସମୟରେ ସମସ୍ୟା ସୃଷ୍ଟି କରିପାରେ। ସନ୍ତାନଙ୍କ ବେଖାତିର କାମ ଯୋଗୁ ମାନସିକ ସ୍ଥିରତା ହରାଇବେ।
6/12କନ୍ୟା: ଆଜିର ଦିନଟି ଅଶୁଭ ରହିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ଯୁକ୍ତିତର୍କର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ହାତକୁ ଚାହିଁ ବସିପାରନ୍ତି। ଆନୁଷ୍ଠାନିକ କାମରେ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ଯୋଗୁ ଆଶ୍ୱସ୍ତି ଲାଭ କରିବେ।
7/12ତୁଳା: ଆଜି ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟରେ କାର୍ଯ୍ୟ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସାହାର୍ଯ୍ୟ-ସହଯୋଗ ପାଇବେ। ସହକର୍ମୀଙ୍କ ଦୌରାତ୍ମ୍ୟ କ୍ରମଶଃ କମିବ ଏବଂ ମିତ୍ରମାନଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହେବ। ବୟସ୍କ ବ୍ୟକ୍ତିଙ୍କଠାରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ।
8/12ବିଛା: ଆଜି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିବ। ବନ୍ଧୁଙ୍କ ପ୍ରେରଣାରେ ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଆଜି ପାପଗ୍ରହମାନେ ରାଶିକୁ ପ୍ରଭାବିତ କରୁଥିବାରୁ ହେବାକୁ ଥିବା କାର୍ଯ୍ୟରେ ବାଧା ଆସିବ। ନିଜର ଲୋକଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ହେଲେ, ଶୁକ୍ରଙ୍କ ନୀଚତ୍ୱ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ।
9/12ଧନୁ: ଆଜି କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ପରିବାରରେ ଛୋଟ କଥାକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ। ଅଭାବ ନଥିଲେ ମଧ୍ୟ ଶାନ୍ତି ପାଇବା କଷ୍ଟକର ହୋଇପାରେ। ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ରହିବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ।
10/12ମକର: ଆଜିର ଦିନଟି ମକର ରାଶିଙ୍କ ପାଇଁ ଅଶୁଭ ପ୍ରମାଣିତ ହୋଇପାରେ। ଭୁଲ୍ ନିଷ୍ପତ୍ତି ନେଇ ହରଡଘଣାରେ ପଡ଼ିପାରନ୍ତି। ପିଲାଙ୍କର କିଛି ସମସ୍ୟାକୁ ନେଇ ହଠାତ୍ ବିବ୍ରତ ହୋଇପାରନ୍ତି। ଜମିଜମା-ପରିବହନରେ ଲାଗି ରହିଥିବା ସମସ୍ୟା କମିଯିବା ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ କେତୁଙ୍କ କୁପ୍ରଭାବରୁ ମାନସିକ ସ୍ଥିତି ଭଲ ରହିବ ନାହିଁ।
11/12କୁମ୍ଭ: ଆଜି ଜମିଜମା କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। କର୍ତ୍ତବ୍ୟର ଦ୍ୱାହି ଦେଇ ଅନ୍ୟ ପାଇଁ କଷ୍ଟ ସ୍ବୀକାର କରିପାରନ୍ତି। ସାଇନୋଇସାଟିସ୍ ଭଳି ରୋଗ ଜନିତ ମୁଣ୍ଡବ୍ୟଥା କିମ୍ବା କ୍ରନିକ୍ ରୋଗ ପୀଡ଼ାକୁ ନିମନ୍ତ୍ରଣ କରିପାରେ।
12/12ମୀନ: ଆଜି ଭୁଲ୍ ବୁଝାମଣା ହେତୁ ପରିବାରରେ କଳହ ଲାଗିପାରେ। ପରିବହନ, ବ୍ୟବସାୟ ଓ ଜମିଜମାକୁ କେନ୍ଦ୍ରକରି ସୁଫଳ ପାଇପାରନ୍ତି। ଜଣେ ବନ୍ଧୁଙ୍କ କଥାରେ ପଡ଼ି କୌଣସି କାମ କରିବା ଦ୍ୱାରା ଅନ୍ୟ ଜଣେ ବନ୍ଧୁଙ୍କର ସମସ୍ୟା ସୃଷ୍ଟି ହୋଇପାରେ। କୌଣସି ଶୁଣା ଖବରକୁ ନେଇ ସନ୍ତାନଙ୍କ ଉପରେ ଆଘାତ ପାଇପାରନ୍ତି।