Horoscope Today 14 November 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୪ ହେଉଛି ଶୁକ୍ରବାର। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
)
ମେଷ: ଦିନଟି ଆପଣଙ୍କ ଲାଗି ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ ବ୍ୟସ୍ତବହୁଳ ରହିପାରନ୍ତି। ଅର୍ଥ ସମ୍ପର୍କିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସହ ପରୋକ୍ଷ ଶତ୍ରୁତା ବଢିପାରେ। ଦୂରଯାତ୍ରା ରୁ ଅଶୁଭ ଫଳ ମିଳିପାରେ। ନିଜ ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ଆପଣଙ୍କୁ ମନଲୋଭା କଥା କହିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
ALSO READ: Vakri Guru 2025: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ,୫ରାଶିଙ୍କ ଉପରେ ୨୦୨୬ ଯାଏଁ ହେବ ଟଙ୍କା ବର୍ଷା!
)
ବୃଷ: ଆଜିକା ଦିନରେ ପ୍ରତ୍ୟେକ କ୍ଷେତ୍ରରେ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଭଲ। ନ-ଚେତ ଆପଣଙ୍କର କୌଣସି ପ୍ରକାର କ୍ଷତି ହୋଇପାରେ। ବିଭିନ୍ନ ସମସ୍ୟାକୁ ସାମ୍ନା କରିପାରନ୍ତି। ବ୍ୟସ୍ତତା ବୃଦ୍ଧି ପାଇବା ସହ ଆର୍ଥିକ କ୍ଷତି ବି କୌଣସି କାରଣ ପାଇଁ ସହିପାରନ୍ତି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଜରୁରୀ। ନିଜ ଲୋକଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ।
)
ମିଥୁନ: ଆଜି ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ବିବାଦ ସୃଷ୍ଟି ହୋଇପାରେ। ସକାଳୁ ସକାଳୁ ଆପଣଙ୍କୁ ଦୂରଯାତ୍ରା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଦିନଟି ଭଲ ରହିବ। ବୃହସ୍ପତିଙ୍କ କୃପାରୁ ପ୍ରତିଷ୍ଠାଲାଭ ପାଇପାରନ୍ତି। କଠୋର ପରିଶ୍ରମରୁ କ୍ଲାନ୍ତି ଅନୁଭବ କରିବେ। ଶାରୀରିକ ଅସୁସ୍ଥତା ଭୋଗିପାରନ୍ତି।
)
କର୍କଟ: ଆଜି କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ ରେ କଟିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ପ୍ରେମୀଙ୍କ ଲାଗି ଦିନଟି ଶୁଭ ରହିବ। ଭାଙ୍ଗି ଯାଇଥିବା ସମ୍ପର୍କକୁ ପୁଣି ଥରେ ଲାଳିତ୍ୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ସଜାଡି ନେବେ। ନିଜ ସନ୍ତାନଙ୍କ ଠାରୁ ଶୁଭଖବର ପାଇବେ। କେତେକ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତ କରିବେ।
)
ସି˚ହ: ଆଜି କର୍ମକ୍ଷେତ୍ରରେ ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁ ଓ ପରିବାର ଲୋକେ ଅସହଯୋଗ କରିବେ। ବିଶେଷକରି, ଭୁଲ୍ ବୁଝାମଣାରୁ ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ,ନଚେତ୍ ଅସୁବିଧାରେ ପଡିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।
)
କନ୍ୟା: ବ୍ୟବସାୟିକ କ୍ଷେତ୍ରରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ମନ ଖୁସି ରହିବ। ଆଜି ଚେଷ୍ଟା କରୁଥିବା କାମ କଦାପି ବ୍ୟର୍ଥ ହେବ ନାହିଁ। କାର୍ଯ୍ୟବ୍ୟସ୍ତତା ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ। ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
)
ତୁଳା: ଏହି ରାଶିଙ୍କ ଲାଗି ଦିନଟି ଅଶୁଭ ରହିପାରେ। ଜମି-ଜମା କାରଣକୁ ନେଇ କୌଣସି ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ କିମ୍ବା ବାଦ-ବିବାଦ ଲାଗିପାରେ। ଏବଂ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବାରୁ ବ୍ୟବସାୟରେ ମନାନ୍ତର ଦେଖାଦେବ। କର୍ମକ୍ଷେତ୍ରରେ ହେବାକୁ ଥିବା ପଦୋନ୍ନତି ମିଳି ନପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବା ଯୋଗଁ ମନ ଭଲ ରହିବ ନାହିଁ। ମାନସିକ ଅସ୍ଥିରତା ଲାଗି ରହିବ।ପରିବାର ଲୋକଙ୍କ ସହ ଦୂରଯାତ୍ରା କରିବେ।
)
ବିଛା: ଆଜି କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ଭାବୁଛନ୍ତି,ବାସ୍ତବରେ ସେପରି ହେବନି। ମନରେ ଶାନ୍ତି ବଜାୟୀ ରଖନ୍ତୁ। ବନ୍ଧୁଙ୍କ ସହାନୁଭୂତିରୁ ବିବାଦୀୟ ଘଟଣାର ସମାଧାନ କରିବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ। ଲାଗି ରହିଥିବା ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ।
)
ଧନୁ: ସ୍ବାସ୍ଥ୍ୟ ଜନିତ ସମସ୍ୟା ପୂର୍ବପରି ରହିବା ହେତୁ ସାମୟିକ ଚିନ୍ତାରେ ରହିବେ। ଆଜି ନୂତନ ଯୋଜନାଟିକୁ ଉତ୍ସାହର କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି। କର୍ମକ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ କରିବେ। ଆପଣଙ୍କ କଥା ଏବଂ କାମରେ ତାଳମେଳ ରହିବ ନାହିଁ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି।
)
ମକର: ଆଜି ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ପାରିବାରିକ ଜୀବନରେ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ଅସୁବିଧା ସେପରି କିଛି ରହିବ ନାହିଁ। ଅନ୍ୟମାନଙ୍କ କଥାକୁ ଗୁରୁ୍ତ୍ୱ ନ ଦେଇ କେତେକ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।
)
କୁମ୍ଭ:ଆଜିର ଦୂରଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ସମସ୍ୟା ଦେଖାଦେଇପାରେ। ଦିର୍ଘ ଦିନରୁ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ଯାହାକୁ ନେଇ ଆପଣ ଖୁସି ରହିବେ। ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। ଏବଂ ଘରେ ଆମୋଦ ପ୍ରମୋଦର ବାତାବରଣ ସୃଷ୍ଟି ହୋଇପାରେ।
)
ମୀନ: ଆଜି ସଭାସମିତି, ସତ୍ସଙ୍ଗ, ରାଜନୀତି ଓ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟକରୁଥିବା ଲୋକଙ୍କ ପାଇଁ ଦିନଟି ଭଲରେ କଟିବ। ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ट्रेन्डिंग फोटोज़