Advertisement
Photo Details/zeeodisha/odisha2964920
Zee OdishaPhotosToday Horoscope: ଆଜି ସିଂହ-ମକର ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?
photoDetails0hindi

Today Horoscope: ଆଜି ସିଂହ-ମକର ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 17 October 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅକ୍ଟୋବର ୧୭ ହେଉଛି ଶୁକ୍ରବାର। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

1/12

ମେଷ: ଆଜିର ଦିନଟି ଠିକ୍-ଠାକ୍ ରହିବ।  ଦିର୍ଘ ଦିନ ଧରି ଲାଗି ରହିଥିବା ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ। ଚେଷ୍ଟା କରୁଥିବା କାମ ହାସଲରୁ ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ  ଓ ସହକର୍ମୀଙ୍କ ସହଯୋଗ ଓ ସମ୍ମାନ ମିଳିବ। କିନ୍ତୁ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। 

ALSO READ: Sun Transit 2025: ସୂର୍ଯ୍ୟଙ୍କ ଶୁଭ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ! ଆରମ୍ଭ ହେବ ଶୁଭ ସମୟ...

2/12

ବୃଷ:ବାଣିଜ୍ୟ, ବ୍ୟବସାୟ, ଜମିଜମା  ଓ ନିଜ ପିଲାଙ୍କ କଥା ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପରିବାରର ସହ ଦୂରଯାତ୍ରା କରିବେ। ଋଣଭାର କ୍ରମଶଃ ବୃଦ୍ଧି ପାଉଥିବାରୁ ଚିନ୍ତା କରିବେ। ସ୍ବାସ୍ଥ୍ୟ ଭଲ ରହିବ ନାହିଁ। 

3/12

ମିଥୁନ: ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ  ମିଳିବ। କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ଯେଉଁଥି ପାଇଁ ଆପଣଙ୍କୁ ପ୍ରସ୍ତୁତ ରହିବାକୁ ପଡିବ। ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ସ୍ବାସ୍ଥ୍ୟ ବସ୍ଥାରେ ସୁଧାର ଆସିବ। 

4/12

କର୍କଟ: ଜୀବନରେ ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବାଣିଜ୍ୟ -ବ୍ୟବସାୟ , ପରିବହନ ଓ ଦୂର ଯାତ୍ରା ପ୍ରଭୃତିରେ ସଫଳତା ହାସଲ କରିବେ। କୌଣସି ସ୍ପର୍ଶକାତର କଥାରେ ହସ୍ତକ୍ଷେପ କଲେ ମନସ୍ତାପ କରିବେ। ବନ୍ଧୁଙ୍କ ସହାୟତାରେ ଅର୍ଥ ସାଙ୍ଗକୁ ପାରିବାରିକ ସୁଖ ସମ୍ମାନ ମଧ୍ୟ ମିଳିବ। 

5/12

ସି˚ହ: ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ନିଜ ତରଫରୁ କୌଣସି ଭୁଲ୍‌ ନ କଲେ ମଧ୍ୟ ମିଥ୍ୟାରୋପ ଲାଗିପାରେ। ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ଅପରାହ୍ନରେ ତାହା ଟିକିଏ ବିଳମ୍ବରେ ପାଇବେ। ପଡ଼ୋଶୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ। ଦେହ ଭଲ ରହିବ। 

6/12

କନ୍ୟା: ଆଜି ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ପରିସ୍ଥିତି ଓ ପରିବେଶର ବିଷମତା ଫଳରେ କର୍ମ କ୍ଷେତ୍ରରେ ଧୀରେ ସୁସ୍ଥେ ଗତି କରିବାକୁ ବାଧ୍ୟ ହେବେ। ପରିବାରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ପ୍ରିୟଜନଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ତେଣୁ ସତର୍କ ରୁହନ୍ତୁ। 

 

7/12

ତୁଳା:  ଆଜି ଦିନଟି ପ୍ରଶାସନିକ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ। ନିର୍ମାଣ ଓ ପରିବହନ ରେ ଲାଭ ପାଇବେ। ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରିବେ କିନ୍ତୁ ଆଶାନୁରୂପ ଫଳ ପାଇବେ ନାହିଁ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ଯାତ୍ରା ସମୟରେ କୌଣସି ଦାମୀ ଜିନିଷ ହଜି ଯିବାର ସମ୍ଭାବନା ଯଥେଷ୍ଟ ରହିଛି।

8/12

ବିଛା: ଆଜି କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।  ଏବଂ କୌଣସି ପ୍ରକାର ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିଲେ ମଧ୍ୟ କାମ ହାସଲ କରିପାରିବେ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇ ଯିବ। ପରିବାର ଭିତରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ।  

9/12

ଧନୁ: ଆଜି କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ୍ ଶୁଭ ରହିବ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଅଧା-ରହିଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ।

 

10/12

ମକର: ଆଜି ଆର୍ଥିକ ଅନଟନ ଲାଗି ରହିବା ଦ୍ୱାରା କେତେକ କାମ ବାଧା ପ୍ରାପ୍ତ ହୋଇପାରେ। ପ୍ରଶାସନ ଓ ପରିବହନରେ ସମସ୍ୟାର ସମାଧାନର ରାସ୍ତା ଖୋଲିଯିବ। ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।  ପ୍ରଥମେ କାମଟି କରିସାରିବା ପରେ ଚିନ୍ତା କରି ମନସ୍ତାପ କରିବାକୁ ପଡ଼ିବ।   

11/12

କୁମ୍ଭ:  ଆଜିର ଦିନଟି ଏତେ ଭଲ ରହିବ ନାହିଁ। ଫନ୍ଦି-ଫିକର କରିବା ପରେ ଶତ୍ରୁତା କରୁଥିବା ବ୍ୟକ୍ତି ପଛରେ ନାନା-ଦି କଥା କହିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ। ସମସ୍ତ ସୁବିଧା ଥିଲେ, ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହେବ ନାହିଁ। ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ।

12/12

ମୀନ: ଆଜି କର୍ମକ୍ଷେତ୍ରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।ଅଫିସରେ କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ। ଯାହାକୁ ନେଇ ଚିନ୍ତାରେ ରହିବେ।  ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ ରହିବ। କୌଣସି ଅ-ସମର୍ଥିତ ସୂତ୍ରରୁ କୌଣସି ଖବର କିମ୍ବା ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ।