Advertisement
Photo Details/zeeodisha/odisha2722456
photoDetails0hindi

Today Horoscope: ଆଜି ସତର୍କ ରୁହନ୍ତୁ ଏହିସବୁ ରାଶି,ବଢିପାରେ ଅଡୁଆ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

Horoscope Today 19 April 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୯ ହେଉଛି ଶନିବାର। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।

 

1/12

ମେଷ- ଆଜିର ଦିନଟି ବେଶ୍ ଶୁଭ ରହିବ। ଗୃହରେ କିଛି ନୂତନ ଶୁଭ କାର୍ଯ୍ୟାରମ୍ଭ ହେବ। ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଏକଦଶ ଚନ୍ଦ୍ର ଯୋଗୁଁ ଅଧିକ ଆୟ ର ଯୋଗ ରହିବ ।  ରାଜନୀତିରେ ପଦୋନ୍ନତିର ଯୋଗ ରହିଛି । ନୂଆ ଚାକିରି ଆପଣଙ୍କ ହାତ ପାଖରେ ପହଞ୍ଚିବ। 

 

2/12

ବୃଷ- ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।  ଆୟ ଠାରୁ ବ୍ୟୟ ଅଧିକ ହେବ । ଅଙ୍ଗରେ ଆଘାତ ଲାଗିପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ ବିବାଦର ପରିସ୍ଥିତି ସୃଷ୍ଟି ହୋଇପାରେ ।

 

3/12

ମିଥୁନ-ଦିନଟି ଠିକ୍-ଠାକ୍ ରହିବ। ଚାକିରି କ୍ଷେତ୍ରରେ ଉନ୍ନତି ଯୋଗ ରହିଛି । ବ୍ୟବସାୟରେ ସୁଫଳ ମିଳିବ । ଅଳଙ୍କାର କ୍ରୟ କରି ପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ପାଠ ରେ ମନ ଲାଗିବ ନାହିଁ । ଭୂମି କ୍ରୟ କରିବେ । ପ୍ରେମ ସମ୍ପର୍କ ରେ ନିଜକୁ ଭାଗ୍ୟ ଶାଳୀ ମାନେ କରିବେ । ବନ୍ଧୁ ସୁଖ ପ୍ରାପ୍ତ କରିବେ ।

 

4/12

କର୍କଟ-ଦିନଟିରେ ଅଧିକ ଧନ ଉପାର୍ଜନର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ । ଚାଷ ଭଲ ହେବ । କାର୍ଯ୍ୟ କ୍ଷେତ୍ରରେ ଆଶା ଅନୁସାରେ ସଫଳତା ପ୍ରାପ୍ତ ହେବ । ଷଷ୍ଠ ଚନ୍ଦ୍ର ଯୋଗୁଁ ସର୍ବ ପ୍ରକାର ଶୁଭ ଫଳ ପ୍ରାପ୍ତ ହେବ। 

 

5/12

ସିଂହ- ଦିନଟି ଟିକେ ସତର୍କତାର ସହ ଚଳିବାକୁ ପଡିବ। ଆର୍ଥିକ ଦୂରାବସ୍ଥା ଦେଖା ଦେବ । ଅର୍ଥ ବିଷୟରେ ଚିନ୍ତା କରିବେ।  ଚଲାପଥରେ ବାଧା ସୃଷ୍ଟି ହେବ ।  ବନ୍ଧୁଙ୍କ ସହ କିଛଦିନ ବିଶେଷ ଆଲୋଚନାରେ ଦିନରେ କଟିବ । ଦାମ୍ପତ୍ୟ ଜୀବନରେ ବିବାଦର ସମ୍ଭାବନା ଅଛି ।

 

6/12

କନ୍ୟା-ବ୍ୟସ୍ତତା ଭିତରେ ଦିନଟି କଟିବ । କର୍ଯ୍ୟହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରିଶ୍ରମର ଫଳ ବହୁତ୍ ଭଲ ରହିବ । ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ । କୌଣସି ସ୍ଥାନରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇ ପାରେ। ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେବ। 

 

7/12

ତୁଳା- ଦିର୍ଘ ଦିନ ହେବ ଲାଗି ରହିଥିବା ମାଲି ମୋକଦ୍ଦମାର  ଅନ୍ତ ଘଟିବ । ଭ୍ରମଣର ଯୋଗ ରହିଛି । କୌଣସି ଉଚ୍ଚ ସ୍ଥାନ ରୁ ସମ୍ମାନ ପ୍ରାପ୍ତି ହୋଇ ପାରେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ସରକାରୀ ଚାକିରି ରେ ସ୍ଥାନ ପରିବର୍ତ୍ତନ ର ଯୋଗ ରହିଛି ।

 

8/12

ବିଛା- କୌଣସି କାର୍ଯ୍ୟ ପାଇଁ ଅଧିକ ଅପେକ୍ଷା କରିବାକୁ ପଡ଼ିବ । ଅର୍ଥ ବ୍ୟୟ ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ ମାନସିକ ଚିନ୍ତାରେ ରହିବେ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। 

 

9/12

ଧନୁ -ଦିନଟି ଭଲ ଫଳ ପ୍ରଦାନ କରିବ । ନୂତନ ବ୍ୟବସାୟ ଆରମ୍ଭ ଆଜି କଲେ ଶୁଭ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ସହଯୋଗ ମିଳିବ ।

 

10/12

ମକର -ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ । ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବ୍ୟୟ ବୃଦ୍ଧି ହେବେ ।  ପରିବାର ରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇ ପାରେ । ଅଳସ୍ୟତା ଗ୍ରାସ କରିବ।ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

 

11/12

କୁମ୍ଭ - ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ ।  ପରିବାରରେ ବାଦ ବିବାଦ ଲାଗି ରହିବ । ମନ ହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗିପାରେ ।

 

12/12

ମୀନ - ଆଜି ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । କର୍ମ କ୍ଷେତ୍ର ରେ ସହଯୋଗ ଓ ଶିକ୍ଷା କ୍ଷେତ୍ର ରେ ସଫଳତା ର ଯୋଗ ରହିଛି । ବନ୍ଧୁଙ୍କ ଗମନ ଗୃହ କୁ ହେବ । 

 

;