Horoscope Today 19 may 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ୧୯ ମେ' ୨୦୨୬ ହେଉଛି ମଙ୍ଗଳବାର। ତେବେ,ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
1/12ମେଷ- ଦିନଟି ଠିକ୍-ଠାକ୍ ରହିବ। ଆପଣ ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସମ୍ପାଦନ କରିବେ। ଆପଣଙ୍କର ପରାକ୍ରମ ଓ ସାହସ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସ୍ଥିର ରହିବ। କୌଣସି ବଡ଼ କ୍ଷତି ହେବ ନାହିଁ। ଛୋଟ ଦୂରତା ଯାତ୍ରା ଲାଭଦାୟକ ହେବ। ବନ୍ଧୁଙ୍କ ସହ ଭେଟ ହେବାର ଯୋଗ ରହିଛି।
2/12ବୃଷ- ଆପଣଙ୍କ ପାଇଁ ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ କୌଣସି ସ୍ଥିର କାର୍ଯ୍ୟରେ ଅଚାନକ ବାଧା ସୃଷ୍ଟି ହୋଇପାରେ। ଅର୍ଥନୈତିକ କ୍ଷେତ୍ରରେ ଅର୍ଥ ହାନିର ଆଶଙ୍କା ରହିଛି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ବିଷୟକୁ ନେଇ କଳହ ଯୋଗ ବଢ଼ିପାରେ, ତେଣୁ ଶାନ୍ତ ରହିବା ଉଚିତ୍।
3/12ମିଥୁନ- ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ। ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସିଦ୍ଧି ହେବ। ଅର୍ଥ ଲାଭର ଯୋଗ ରହିଛି। ଦୁଶ୍ଚିନ୍ତାମୁକ୍ତି ମିଳିବାରୁ ଆପଣ ମାନସିକ ଶାନ୍ତି ଅନୁଭବ କରିବେ ଏବଂ ଉତ୍ସାହର ସହ କାର୍ଯ୍ୟ କରିବେ। ପରିବାର ଓ ବନ୍ଧୁବର୍ଗଙ୍କ ସହଯୋଗ ମିଳିବ।
4/12କର୍କଟ-ଆପଣଙ୍କ ପାଇଁ ଦିନଟି ସକାରାତ୍ମକ ରହିବ। ବ୍ୟବସାୟରେ ଉନ୍ନତି ହେବ ଏବଂ ଲାଭ ମିଳିବ। କୌଣସି ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଛି। ଯାହା ଭବିଷ୍ୟତରେ ଲାଭଦାୟକ ହେବ। ମାନସିକ ସ୍ତରରେ ଶାନ୍ତି ରହିବ।
5/12ସିଂହ-ଦିନଟି ଆର୍ଥିକ ସ୍ଥିତି କୋଣରୁ ଭଲ ରହିବ। ନୂତନ ଆୟର ପଥ ଖୋଲିବ। ପୂର୍ବରୁ ଆରମ୍ଭ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିବ।ଧନ ଲାଭ ହେବାର ପ୍ରବଳ ଯୋଗ ରହିଛି ଏବଂ ବ୍ୟବସାୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନୂଆ ଚୁକ୍ତି କରିବାର ସୁଯୋଗ ମିଳିପାରେ। ସମ୍ପର୍କରେ ମଧୁରତା ବଜାୟ ରହିବ।
6/12କନ୍ୟା-ଆପଣଙ୍କ ପାଇଁ ଦିନଟି ଅଶୁଭ ରହିବ। କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ କରିବା ସତ୍ତ୍ୱେ କାର୍ଯ୍ୟରେ ବାଧା ଉପୁଜିବ। ଯେ-କୌଣସି ନିଷ୍ପତ୍ତି ନେବାରେ ସ୍ଥିର ରହିବାକୁ ଚେଷ୍ଟା କରନ୍ତୁ। ପରିବାର ସହ ସମୟ କାଟିବା ଦ୍ୱାରା ମାନସିକ ଶାନ୍ତି ମିଳିବ। ଆପଣଙ୍କୁ ନିଜର କ୍ରୋଧ ନିୟନ୍ତ୍ରଣରେ ରଖିବାକୁ ପଡିବ, ନଚେତ୍ ସମସ୍ୟା ବଢ଼ିପାରେ।
7/12ତୁଳା-ଉଚ୍ଚ ଶିକ୍ଷା ପାଇଁ ଦିନଟି ଉତ୍ତମ ଅଟେ। ଆପଣ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହେବେ। ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବାରୁ ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଧର୍ମ କାର୍ଯ୍ୟରେ ଲାଭ ମିଳିବ ଏବଂ ମନରେ ମାନସିକ ଶାନ୍ତି ରହିବ ଏବଂ ସମସ୍ତ ଚିନ୍ତା ଦୂର ହେବ।
8/12ବିଛା-ଆପଣଙ୍କ ପାଇଁ ଦିନଟି ଶୁଭ ଫଳଦାୟୀ ରହିବ। ଆପଣ କୌଣସି ବଡ଼ ବିପଦରୁ ରକ୍ଷା ପାଇବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଏବଂ ପୂର୍ବରୁ ଥିବା ଚିନ୍ତା ଦୂର ହେବ। ଦୁର୍ଘଟଣାରୁ ମୁକ୍ତି ମିଳିବାର ଯୋଗ ରହିଛି। ଉତ୍ତମ ସ୍ୱାସ୍ଥ୍ୟ ଅନୁଭବ କରିବେ।
9/12ଧନୁ-ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। ଆପଣଙ୍କର ଚିନ୍ତାଧାରା ସ୍ଥିର ରହିବ ଏବଂ ନିର୍ଣ୍ଣୟ ନେବାରେ କୌଣସି ଅସୁବିଧା ହେବ ନାହିଁ। ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ବଢ଼ିବ ଏବଂ ଦାମ୍ପତ୍ୟ ସୁଖ ପ୍ରାପ୍ତ ହେବ। କର୍ମ କ୍ଷେତ୍ରରେ ବିକାଶ ହେବ।
10/12ମକର-ଦିନଟି ଏ ରାଶି ପାଇଁ ଏତେ ଖାସ୍ ରହିବ ନାହିଁ। କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ କ୍ଷତିର ଆଶଙ୍କା ରହିଛି। ଆପଣଙ୍କର ପରିଶ୍ରମ ଅନ୍ୟମାନଙ୍କ ଦ୍ୱାରା ପରିହାସର କାରଣ ହୋଇପାରେ। କର୍ମ କ୍ଷେତ୍ରରେ କୌଣସି ବାଧା ଉପୁଜିପାରେ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆପଣ ରୋଗାକ୍ରାନ୍ତ ହୋଇପାରନ୍ତି, ତେଣୁ ସତର୍କ ରୁହନ୍ତୁ।
11/12କୁମ୍ଭ-ଆର୍ଥିକ ଦିଗ ସାଧାରଣ ରହିବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ଏବଂ ବିଦ୍ୟା ଲାଭ ହେବ। ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ନୂଆ ନିଷ୍ପତ୍ତି ନେବାରେ ସଫଳ ହେବେ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ରହିଛି।
12/12ମୀନ-ଆପଣଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସମ୍ପତ୍ତି କିମ୍ବା ଯାନବାହାନ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ଆପଣଙ୍କୁ ସୁଖ ପ୍ରାପ୍ତି ହେବାର ଯୋଗ ରହିଛି ଏବଂ ପାରିବାରିକ ଜୀବନ ଶାନ୍ତ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)