Horoscope Today 21 March 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୨୧ ହେଉଛି ଶୁକ୍ରବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ : ଆଜିର ଦିନଟି ଏତେ ଖାସ୍ ରହିବ ନାହିଁ। ଅତୀତ କଥା ଚିନ୍ତା କରି ମନଟା ଭାରି ଲାଗିବ। ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ । ଭିତରେ ଭିତରେ କୁହୁଳୁଥିବା ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ । କ୍ଳାନ୍ତି ଅନୁଭବ କରିବେ । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଭଲ ରହିବ।
ALSO READ: Shukra Gochar 2025: ଏହିସବୁ ରାଶିଙ୍କୁ ମାଲାମାଲ୍ କରିବେ ଶୁକ୍ର, ଅବିବାହିତଙ୍କର ଫିଟିବ ବିବାହ ଯୋଗ!
ବୃଷ : ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ଶେଷ କରିବାରେ ସଫଳ ହେବେ। ଆତ୍ମୀୟଙ୍କ ସହ ହୋଇଥିବା ମନମାଳିନ୍ୟ ଦୂର ହେବ। ପରିବାରରରେ ହସ-ଖୁସିର ମାହୋଲ୍ ଦେଖାଦେବ। ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ସୁଧାର ଆସିବ। ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କୌଣସି ସଭାସମିତିରେ ସମ୍ମାନୀତ ହେବେ।
ମିଥୁନ : ଅଟକି ରହିଥିବା କାମକୁ ପୂରାଦମ୍ରେ କରିବାର ନିଷ୍ପତ୍ତି ନେବେ । କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ । ଆଲୋଚନା ସମୟରେ ସାଧାରଣ କଥାକୁ କେନ୍ଦ୍ର କରି ପ୍ରିୟ ବନ୍ଧୁଟି କ୍ଷୁବ୍ଧ ହୋଇପାରନ୍ତି । ଆଜି ଆନୁଷ୍ଠାନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇ ଉଠିବ ।
କର୍କଟ: ଆଜି ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କର୍ମକ୍ଷେତ୍ରରେ ପାରୁପର୍ଯ୍ୟନ୍ତ ଚେଷ୍ଟା କରି କାମ କଲେ ମଧ୍ୟ ପଦୁଟିଏ ପ୍ରଶଂସା ଶୁଣିପାରିବେ ନାହିଁ । ଯାହାକୁ ନେଇ ମନ ଅଶାନ୍ତି ରହିବ। ପାରିବାରିକ ସ୍ତରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ।
ସିଂହ : ଆଜିର ଦିନଟି ଶୁଭ ରହିବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରିବେ। ନୂଆ ନିଯୁକ୍ତି ସୁଯୋଗ ଆସିବ। ଘରୋଇ କଥାରେ କିଛି ମତପାର୍ଥକ୍ୟ ସୃଷ୍ଟି ମାନସିକ ଅଶାନ୍ତିର କାରଣ ହେବ । କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ ।
କନ୍ୟା: ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ । ବନ୍ଧୁଙ୍କ ସହ ସାମାନ୍ୟ କଥାରେ ଅତିଶୟ ରାଗି ପରିସ୍ଥିତିକୁ ସରଗରମ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବିଶେଷ ଭାବରେ ବିଚଳିତ ହୋଇପାରନ୍ତି । ଯାହା ଆଶା କରୁଥିଲେ କିଛି ପରିମାଣରେ ଅବଶ୍ୟ ପାଇବେ ।
ତୁଳା: ଆଜି କର୍ମକ୍ଷେତ୍ରରେ ନୂଆ କାମ ହାତକୁ ନେବେ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀଙ୍କ ସହଯୋଗ ମିଳିବ। ପରିବାର ମଧ୍ୟରେ ପରସ୍ପରକୁ ଦୋଷ ଦେଇ ଅଶାନ୍ତି ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି ।
ବିଛା: ବ୍ୟବସାୟ, ପରିବହନ, ରାଜନୀତି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶା କରିବେ । ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ ।
ଧନୁ: ଆଜି ଦିନଟି ଶୁଭ ରହିବ। ପୂର୍ବରୁ ଯଦି କିଛି ସମସ୍ୟା ରହିଥାଏ ତାହା ମଧ୍ୟ ଅପରାହ୍ନରେ ସୁଧୁରିଯିବ । ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜିନିଷ କିଣାବିକା, ସବୁ କିଛି ପାଇଁ ଭଲ । କିନ୍ତୁ ପଡ଼ୋଶୀ, ସହକର୍ମୀଙ୍କ କାମରେ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ । ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି ।
ମକର: ଆଜି କର୍ମକ୍ଷେତ୍ରରେ ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ । କୌଣସି ଘଟଣାକୁ ନେଇ ନିଜ ଲୋକଙ୍କ ସହ କଳହ ହୋଇପାରେ। ଯାହାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ନିଜ ଆଶା ଅନୁଯାୟୀ କାମରେ ପ୍ରବୃତ୍ତ ରହିଲେ ସଫଳତା ପାଇବେ ।
କୁମ୍ଭ: ଆଜି ସକାଳୁ କୌଣସି ପ୍ରକାର ଖୁସି ଖବର ପାଇବେ। କର୍ମକ୍ଷେତ୍ରକୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି । ଆଲୋଚନା ପରିସରରେ କୌଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ । ଆଜିର ଭ୍ରମଣ ରାଜନୀତି, ପ୍ରଶାସନ, ସାହିତ୍ୟ ଓ ସଙ୍ଗଠନ ପାଇଁ ଭଲ ।
ମୀନ: ଆଜିର ଦିନଟି ଏତେ ଆପଣଙ୍କ ପାଇଁ ଖାସ୍ ରହିବ ନାହିଁ। ପରିବାରରେ ମନ ଭିତରର ଅଶାନ୍ତି ବିରକ୍ତିକର କଥାବାର୍ତ୍ତାର ରୂପ ନେଇପାରେ । ଆର୍ଥିକ ସଙ୍କଟ ସୁଧାରିବା ପରିପ୍ରେକ୍ଷୀରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ଜୟଯୁକ୍ତ ହେବାର ସମ୍ଭାବନା ରହିଛି ।
ट्रेन्डिंग फोटोज़