Advertisement
Photo Details/zeeodisha/odisha2693014
Zee OdishaPhotosToday Horoscope: ଆଜି ମିଥୁନ-ତୁଳା ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?
photoDetails0hindi

Today Horoscope: ଆଜି ମିଥୁନ-ତୁଳା ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

Horoscope Today 25 March 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୨୫ ହେଉଛି ମଙ୍ଗଳବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ :  ଆଜି ଦିନଟି ଶୁଭ ରହିବ। ବାରମ୍ବାର ବିଫଳ ହୋଇ ଆଜି ଶେଷ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ହାତ ମିଳାଇ କାମ କଲେ ତାହା ଆପଣଙ୍କ ପାଇଁ ହିତକର ହେବ ।  ଆଲୋଚନା କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ରହିବ । ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ । 

ALSO READ: Surya Shani Shukra Yuti 2025: ଶନି-ଶୁକ୍ର-ସୂର୍ଯ୍ୟଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଘର ଓ ଗାଡି଼

ALSO READ: Rajyog 2025: ଦିର୍ଘ ୩୦ ବର୍ଷ ପରେ ବୃହସ୍ପତି ଓ ବୁଧଙ୍କ ମିଳନ; ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ହେବ ଟଙ୍କା ବର୍ଷା

2/12

ବୃଷ : ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ।  ପରିସ୍ଥିତିର ତାଡ଼ନାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅନୁକୂଳ ଗ୍ରହସ୍ଥିତିରୁ ଖୁସି ମନରେ କାମ କରିବା ସହ ଚାହୁଁଥିବା ଜିନିଷ ପାଇବେ । ବନ୍ଧୁଙ୍କ ଆଦରବୋଳା ସମ୍ମାନଜନକ କଥା କେଇପଦ ଶୁଣି ଖୁସି ହୋଇପାରନ୍ତି ।

3/12

ମିଥୁନ: କର୍ମକ୍ଷେତ୍ରରେ ଗଡ଼ବଡ଼ ପରିସ୍ଥିତି ଦେଖାଦେବା ଆଶଙ୍କା ରହିଛି । ବିଜାତୀୟ ବ୍ୟକ୍ତିଙ୍କ ପ୍ରତିରୋଧରେ ପ୍ରଗତିର ପଥରୋଧ ଘଟିପାରେ । ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ବହୁତ ଭଲ । ସଭାସମିତି, ମାଲିମକଦ୍ଦମା କିମ୍ବା କଳା, ସାହିତ୍ୟ, ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିପାରେ । ଆର୍ଥିକ କ୍ଷତି  ମଧ୍ୟ ସହିବାର ସମ୍ଭାବନା ରହିଛି। 

4/12

କର୍କଟ : କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଅତୀତ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ । ଜାଣିଶୁଣି କେତେକ ସମ୍ପର୍କୀୟ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହୋଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ ।

 

5/12

ସିଂହ :  ଆଜି ଦିନଟି ବେଶ୍ ମଙ୍ଗଳମୟ ରହିବ। ଆପଣ ଆଜି ବାହାର ଲୋକମାନଙ୍କ ଦ୍ୱାରା ଯେତିକି କାମ କରିପାରିବେ, ଘରଲୋକଙ୍କଠାରୁ ସେତିକି ସହଯୋଗ ପାଇବେ ନାହିଁ । ନୂଆ ନିଯୁକ୍ତି ଅଫର ମିଳିବ। ଜମା ଭଲ ପଡ଼ୁନଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ । କେତେକ ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିପାରେ । 

 

6/12

କନ୍ୟା : ଆଜି ସ୍ଥଗିତ କାମ ସମ୍ପନ୍ନ କରିବାକୁ ଦୁଃସାହସିକ ପଦକ୍ଷେପ ନେବେ ।  ନିଜ ଉପରେ ଗୁରୁ ଦାୟିତ୍ୱ ଥିଲେ ମଧ୍ୟ ଆଜି ତାହା କରିବାରେ ପଛେଇ ଯିବେ । କୃତକର୍ମରେ ଅନୁତପ୍ତ ହେବା ସାଙ୍ଗକୁ ଘର ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇ ବସିବାକୁ ବାଧ୍ୟ ହେବେ । ନିଜର ବିଫଳତା ହେତୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ । 

 

7/12

ତୁଳା :  କର୍ମକ୍ଷେତ୍ରରୁ ଫେରିବା ବାଟରେ ଅପରାହ୍ନରେ କଳହର ସମ୍ମୁଖୀନ ହୋଇପାରନ୍ତି । ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ । ଯେତେ ଭଲ କାମ କଲେ ମଧ୍ୟ ତାହା ବିଚାରକୁ ଆସିବ ନାହିଁ । ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । 

 

8/12

ବିଛା : ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା, ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସଫଳତା ପାଇବେ। ସମସ୍ୟା ସମାଧାନ ହୋଇଯିବ । ସମ୍ପର୍କୀୟଙ୍କ ବେଖାତିର କଥା ଓ କାର୍ଯ୍ୟକଳାପରୁ କଷ୍ଟ ପାଇବେ । ପାରିବାରିକ ଜୀବନରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ଜୀବନଚର୍ଯ୍ୟାରେ ବ୍ୟତିକ୍ରମ ମାନସିକ ଅଶାନ୍ତିର କାରଣ ହେବ ।

 

9/12

ଧନୁ : ସଭାସମିତିରେ ଅଟକି ରହିଥିବା କାମ କିମ୍ବା ଆଲୋଚନାଟି ଆଜି ପୂର୍ଣ୍ଣାଙ୍ଗ ହୋଇଯିବ । ପରିସ୍ଥିତି ପ୍ରତି ସଜାଗ ରହି କାମ କରିବା ଦ୍ୱାରା ସବୁ ସମସ୍ୟାକୁ ସୁଧାରି ନେବେ । କଚେରି ମାମଲାର ଶୁଣାଣି ବିଳମ୍ବ ହେତୁ ଧୈର୍ଯ୍ୟଚ୍ୟୁତି ଘଟିପାରେ । ସାଧାରଣ ବ୍ୟକ୍ତିବିଶେଷଙ୍କ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବଢ଼ିବ । 

10/12

ମକର :  କାମରେ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ଠିକ୍‌ ହୋଇଯିବ । ଆଶା କରୁଥିବା କାମ ସକାଶେ ଅର୍ଥ ସାହାଯ୍ୟ ପାଇବେ । ପ୍ରତିବେଶୀଙ୍କ ସହ ମଧୁର ସମ୍ପର୍କ ସମସ୍ୟା ସମାଧାନରେ ସହାୟକ କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ବଡ଼ଭାଇପଣିଆକୁ ସହଜରେ ଗ୍ରହଣ କରିପାରିବେ ନାହିଁ । 

11/12

କୁମ୍ଭ : ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ । ବୈଷୟିକ କ୍ଷେତ୍ରରେ ବାଦବିବାଦ ଜଟିଳ ହେବ, ତଥାପି ଆପଣ ସଫଳତା ହାସଲ କରିବେ । ଗୃହ, ଭୂମି ସମ୍ପର୍କୀୟ ଦୁଶ୍ଚିନ୍ତା ରହି ପରକ୍ଷଣରେ ଦୂର ହୋଇଯିବ ।  ବନ୍ଧୁଟି ସ୍ବାର୍ଥକୁ ପ୍ରଥମେ ନିଜ ସକାଶେ ନେବାର ଉପକ୍ରମ କରିପାରେ । 

12/12

ମୀନ : ଆଜି ଆପଣ ସବୁ ପରିସ୍ଥିତି ପ୍ରତି ସତର୍କ ରହି କାମ କରିବା ଭଲ । ନୀରବ ରହିବାକୁ ବାଧ୍ୟ ହେବା ବ୍ୟତୀତ ଅନ୍ୟ ରାସ୍ତା ପାଇବେ ନାହିଁ । ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଆଜିର ଯାତ୍ରାରେ ସଫଳତା ମିଳିବ ଏବଂ କେତେକ ନୂତନ କାମର ପରିକଳ୍ପନା କରିବେ ।