Horoscope Today 8 May 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ' ୮ ହେଉଛି ଗୁରୁବାର। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
)
ମେଷ-ଆଜିର ଦିନଟି ଏତେ ଭଲ ରହିବ ନାହିଁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ,ନଚେତ୍ ପରିବାର ସଦସ୍ୟଙ୍କ ସହିତ ବିବାଦ ହୋଇପାରେ ।କର୍ମକ୍ଷେତ୍ରରେ ସହକର୍ମୀ ଏବଂ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସମର୍ଥନ ମିଳିବ । କର୍ମକ୍ଷେତ୍ରରେ ଟିକେ ସତର୍କ ରହିବାର ଆବଶ୍ୟକତା ଅଛି । ଯେକୌଣସି ଧାର୍ମିକ ସ୍ଥଳକୁ ଯାଆନ୍ତୁ ଏବଂ ଅସହାୟଙ୍କୁ ଦାନ କରନ୍ତୁ, ଆପଣଙ୍କୁ ଆଧ୍ୟାତ୍ମିକ ଶାନ୍ତି ମିଳିବ । କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଆପଣ ଆପଣଙ୍କ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ । ବୈବାହିକ ସୁଖ ବୃଦ୍ଧି ପାଇବ। ମାଆଙ୍କ ସାଥୀ ପାଇବେ। ବ୍ୟବସାୟରେ ଅସୁବିଧା ହୋଇପାରେ।
ALSO READ: Shani Jayanti 2025: ଶନି ଜୟନ୍ତୀରେ ପଡୁଛି ୨ଟି ଦୁର୍ଲଭ ଯୋଗ, ଏହିସବୁ ରାଶି ଉପରେ ହେବ ଟଙ୍କା ବର୍ଷା!
)
ବୃଷ-ଆଜି ଦିନଟି ଭଲ ରହିବ । ବିଶେଷ କରି, ବ୍ୟବସାୟ ଦୃଷ୍ଟିକୋଣରୁ ଲାଭବାନ୍ ହେବେ। କୌଣସି ସ୍ଥାନକୁ ଭ୍ରମଣ ପାଇଁ ମଧ୍ୟ ଯାଇପାରିବେ । ଆପଣ ବ୍ୟବସାୟିକ ଯାତ୍ରାରେ ମଧ୍ୟ ଯାଇପାରନ୍ତି, ଏହି ଯାତ୍ରା ଲାଭଦାୟକ ହେବ । ବନ୍ଧୁମାନଙ୍କଠାରୁ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ । ପ୍ରାର୍ଥୀମାନେ ସେମାନଙ୍କ ଆଶା ଅନୁଯାୟୀ ଫଳାଫଳ ପାଇବେ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ । ଆପଣ କୌଣସି କାରଣରୁ ଆପଣଙ୍କୁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିପାରେ ।
)
ମିଥୁନ-କର୍ମକ୍ଷେତ୍ରରେ ସଫଳତା ମିଳିବାରେ ବିଳମ୍ବ ହେବ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ। ଶାରୀରିକ କଷ୍ଟ ଅନୁଭବ କରିବେ। ଆତ୍ମନିର୍ଭରଶୀଳ ହୁଅନ୍ତୁ । ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡିବ। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ।
)
କର୍କଟ-ଆଜି ସକାଳୁ କିଛି ଭଲ ଖବର ମିଳିପାରେ। ମନ ଖୁସି ରହିବ। ପ୍ରତ୍ୟକ କାର୍ଯ୍ୟରେ ପରିବାରର ସମର୍ଥନ ପାଇବେ। କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନେ ଲାଭବାନ ହେବେ। ପତ୍ନୀ ଙ୍କ ସହ ସମୟ ଅତିବାହିତ କରିବେ। କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯାହା ଘରେ ଖୁସି ଆଣିବ । ନୂତନ କାମ ଆରମ୍ଭ କରିବା ପାଇଁ ସମୟ ଭଲ । ମାନସିକ ଭାବରେ ବହୁତ ଦୃଢ଼ ଅନୁଭବ କରିବେ । କାମ ପାଇଁ ଅଧିକ ସମୟ ଦେବା ବିଷୟରେ ବିଚାର କରନ୍ତୁ । ଆଳସ୍ୟକୁ ଏଡାନ୍ତୁ ।
)
ସିଂହ- ଆଜି ଆପଣଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ । ଆପଣ ନିଜ ଦାୟିତ୍ୱ ଭଲ ଭାବରେ ପାଳନ କରିବେ । ଚାକିରିରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ। ସମାଜରେ ପ୍ରଶଂସା ଏବଂ ସମ୍ମାନ ପାଇବେ । ପରିବାର ସହିତ ସମୟ ବିତାଇବେ । କାମରେ ବ୍ୟସ୍ତତା ଭିତରେ ରହିବ । ଆପଣଙ୍କ ଖାଦ୍ୟପେୟର ଯତ୍ନ ନିଅନ୍ତୁ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅପ୍ରତ୍ୟାଶିତ ଖର୍ଚ୍ଚ ବୃଦ୍ଧି ହେତୁ ଆପଣ ଚାପଗ୍ରସ୍ତ ଅନୁଭବ କରିବେ, ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଳସ୍ୟ ଅନୁଭବ କରିବେ।
)
କନ୍ୟା-ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ପ୍ରଗତି ପାଇଁ ସୁଯୋଗ ମିଳିପାରିବ। ଆୟ ବୃଦ୍ଧି ପାଇବ । କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ । ବ୍ୟବସାୟରୁ ଲାଭ ଯୋଗ ରହିଛି। କାର୍ଯ୍ୟରେ ବିଳମ୍ବ ହେବ। ତଥାପି, ବ୍ୟସ୍ତ ନହୋଇ ଶାନ୍ତ ରୁହନ୍ତୁ । ମନ ପ୍ରସନ୍ନ ରହିବ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭଦାୟକ।
)
ତୁଳା- ଆଜି ପରିବାରରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ, ସନ୍ଦେହ ଓ ଭୁଲ୍ ବୁଝାମଣା ଦେଖାଦେଇପାରେ। ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିବେ । ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ହାସଲ କରିବେ । ପୁରୁଣା ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
)
ବିଛା-ଆଜି ଦିନଟି ବିଛା ରାଶିଙ୍କ ପାଇଁ ଏକ ଶୁଭ ଦିନ ହେବ । ବ୍ୟବସାୟରେ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ କରିପାରିବେ। ଆଇନଗତ ମାମଲାରେ ଆପଣଙ୍କୁ ସଫଳତା ମିଳିପାରେ । ଚାକିରିରେ ବିଦେଶ ଯିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିଦ୍ୟାର୍ଥୀମାନେ ଲାଭବାନ ହେବେ। ମନ ଶାନ୍ତ ରହିବ। ବୈବାହିକ ସୁଖ ବୃଦ୍ଧି ପାଇବ।
)
ଧନୁ- ଆଜି କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ । ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ମିଳିବ । ଶରୀର ସୁସ୍ଥ ରହିବ,ଆର୍ଥିକ ଅଭିବୃଦ୍ଧି ଘଟିବ । ଗୃହିଣୀମାନେ ନିଜର ଦକ୍ଷତା ପ୍ରତିପାଦନ କରି ପରିବାରରେ ପ୍ରଶଂସାର ପାତ୍ର ହେବେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ଅପ୍ରିୟ ସତ କଥା କହି ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଫଳରେ ମନ ଭାରାକ୍ରାନ୍ତ ହେବ ।ତରବରିଆ ଭାବେ କୌଣସି କାମ କଲେ କ୍ଷତିରେ ପଡ଼ିପାରନ୍ତି। ନିଜର ଲୋକ ପରୋକ୍ଷରେ ସମାଲୋଚନା କରିବା ସହିତ ଅସହଯୋଗ କରିବେ ।
)
ମକର-ଆଜି ଯାନବାହନ ଚଳାଇବାବେଳେ ସତର୍କତା ଅବଲମ୍ବନ କରନ୍ତୁ । ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିପାରେ। ଆର୍ଥିକ ଅଭିବୃଦ୍ଧି ଘଟିବ। ଶତ୍ରୁମାନେ ପରାଜିତ ହେବେ, ବିଚାରଧୀନ ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ପୈତୃକ ସଂପତ୍ତି ସୀମାକୁ ନେଇ ପଡୋଶୀଙ୍କ ସହିତ ମନାନ୍ତର ହେବାର ସମ୍ଭାବନା ରହିଛି ।
)
କୁମ୍ଭ-ଆଜି କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ । ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।
)
ମୀନ- ଦିନଟି ଆପଣଙ୍କ ପାଇଁ ଠିକ-ଠାକ୍ ରହିବ। ମନ ଅଶାନ୍ତ ରହିପାରେ। ବନ୍ଧୁଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ। ପଣ ମାନସିକ ଭାବରେ ଖୁସି ଅନୁଭବ କରିବେ । ନୂତନ ସ୍ଥାନ ପରିଭ୍ରମଣରେ ଯିବେ । ବନ୍ଧୁମାନଙ୍କ ସାଥ୍ ଆପଣଙ୍କୁ ଉତ୍ସାହିତ କରିବ । ପ୍ରତିଯୋଗିତାରେ ଆଗରେ ରହିବେ । କୌଣସି ନୂତନ କାମ ଆରମ୍ଭ କରନ୍ତୁ ନାହିଁ, ଭଲ ସମୟ ପାଇଁ ଅପେକ୍ଷା କରନ୍ତୁ । ଆପଣ ଧାର୍ମିକ ଯାତ୍ରାରେ ଯାଇପାରନ୍ତି ।
ट्रेन्डिंग फोटोज़