Horoscope Today 8 November 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୮ ହେଉଛି ଶନିବାର। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
1/12ମେଷ:ଆଜିର ଦିନଟି ଅନୁକୂଳ ରହିବ। ଆପଣଙ୍କ କାର୍ଯ୍ୟରେ ଦିର୍ଘ ଦିନ ହେବ ଲାଗି ରହିଥିବା ବାଧାବିଘ୍ନ ଦୂର ହେବ। ଆର୍ଥିକ ସ୍ଥିତି ବେଶ୍ ଭଲ ରହିବ। କର୍ମକ୍ଷେତ୍ରରେ ଆଜି କାମ ସୀମିତ ରହିବ। ଯାହାକୁ ନେଇ ଆପଣ ଖୁସି ଅନୁଭବ କରିବେ। ବ୍ୟବସାୟରେ ଧ୍ୟାନ ଦେବା ଦ୍ୱାରା ସଫଳତା ମିଳିବ । ହେଲେ,ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ରହିବ ।
2/12ବୃଷ:ଆଜି ଆୟ ବଢିଲେ ମଧ୍ୟ ସେହି ଅନୁସାରେ ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ। ଶିକ୍ଷାରେ ଅଗ୍ରଗତି କରିବେ। କଳା, ସାହିତ୍ୟ, ବିଜ୍ଞାନ ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ସମାଜରେ ସମ୍ମାନ ବୃଦ୍ଧି ପାଇବ । ହେଲ, ନିଜ ସ୍ତ୍ରୀ ଏବଂ ପିଲାମାନଙ୍କ ସମସ୍ୟାକୁ ନେଇ ଚିନ୍ତାରେ ରହିବ । ଆଜିର ଦିନଟି ଯାତ୍ରା, ବ୍ୟବସାୟ ଓ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବେ। ଆନୁଷ୍ଠାନିକ କାମ ସକାଶେ ଦିନଟି ପ୍ରଶସ୍ତ ରହିବ।
3/12ମିଥୁନ:ଆଜି କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟରେ କ୍ଷତି ସହିବେ। ଯାହା ଉପରେ ଆପଣ ଭରସା କରିଥିବେ ସେହି ଲୋକଟି ଭରସା ଭାଙ୍ଗିବ। ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡ଼ିବେ। ଠିକ-ସମୟରେ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ବନ୍ଧୁଙ୍କ ଠାରୁ ଆବଶ୍ୟକ ସହଯୋଗ ପାଇବାର ସୁଯୋଗ ମିଳିବ।
4/12କର୍କଟ: ଆଜି ଆର୍ଥିକ ସ୍ଥିତି କିଛି ପ୍ରତିବନ୍ଧକ ଉପୁଜିପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ହେବ। ଧାର୍ମିକ ଯାତ୍ରା କରିବେ। ବ୍ୟବସାୟରେ ଉନ୍ନତି ପାଇଁ ସୁଯୋଗ ଲାଭଦାୟକ ସାବ୍ୟସ୍ତ ହେବ । ଆପଣ ନିଜର ପ୍ରିୟ ଜିନିଷ କିମ୍ବା ନୂତନ ପୋଷାକ କିମ୍ବା ଅଳଙ୍କାର ପାଇବେ । ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ । ଭଲ ସମୟ ପାଇଁ ଅପେକ୍ଷା କରନ୍ତୁ ।
5/12ସିଂହ: ଆଜି ପରିବାରରେ ବିଭିନ୍ନ ସମସ୍ୟାର ସାମ୍ନା କରି ନ ପାରି ବିବ୍ରତ ହୋଇପାରନ୍ତି। । ବିଶେଷକରି, ପଡ଼ୋଶୀ ଏବଂ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନରେ ଅସୁବିଧା ହେବ ନାହିଁ। ପ୍ରତ୍ୟକ କାର୍ଯ୍ୟରେ ବନ୍ଧୁଙ୍କ ଅକୁଣ୍ଠ ସମର୍ଥନ ପାଇ କାମ ହାସଲ କରିବେ। କିନ୍ତୁ, ରୋଜଗାର ତୁଳନାରେ ଖର୍ଚ୍ଚାଧିକ୍ୟ ମନସ୍ତାପର କାରଣ ହୋଇପାରେ। ସ୍ବାସ୍ଥ୍ୟ ଭଲ ରହିବ।
6/12କନ୍ୟା: ଆଜି ଶିଳ୍ପ ଏବଂ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିଲେ ମଧ୍ୟ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ସମସ୍ୟା ବଢିବା କାରଣରୁ ଟେନସନ୍ ରେ ରହିବେ। ଜମିଜମା ବିବାଦରେ ଆଶାଜନକ ଫଳ ଲାଭ କରିବେ। ହେଲେ, ଆଜି କିଛି ପଦକ୍ଷେପ ନେବା ପୂର୍ବରୁ ଭାବି ଚିନ୍ତିନିଅନ୍ତୁ।
7/12ତୁଳା: ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିବ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ବେଶ୍ ଅଧିକ ରହିଛି। ବିଶେଷକରି, ଅଧୀନସ୍ଥ କର୍ମଚାରୀଙ୍କ ଠାରୁ ଆପଣଙ୍କୁ ବହୁତ କମ୍ ସମର୍ଥନ ମିଳିବ । ଛାତ୍ରଛାତ୍ରୀମାନେ ଅଧ୍ୟୟନ ଦୁର୍ବଳ ରହିବ । ଆଜି ଆପଣ ବିଭିନ୍ନ କ୍ଷେତ୍ରରେ ସନ୍ତୋଷଜନକ ସଫଳତା ପାଇବେ । ପିଲାମାନଙ୍କ ସହିତ ହୋଇଥିବା ସମସ୍ୟା ସମାଧାନ ହେବ ।
8/12ବିଛା: ଆଜିର ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରି ଓଲଟା ଫଳ ପାଇବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍ ହେବନାହିଁ। ନିଜ ପ୍ରିୟ ଜନଙ୍କ ଠାରୁ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ଆଜି ଫେରନ୍ତା ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଅପେକ୍ଷା କରି ବ୍ୟସ୍ତ ହେବେ। ପୁରାତନ ରୋଗରୁ ମୁକ୍ତି ମିଳିବ। ନିଜ ପ୍ରେମୀଙ୍କ ସହ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିଯାଇପାରେ। ଏବଂ ଶତ୍ରୁତା ଯୋଗୁ ମନ ହଲ୍ଚଲ୍ ହେବ।
9/12ଧନୁ: ଆଜି କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପାଇବେ। ହେଲେ, ବ୍ୟବସାୟରେ ମାନସିକ ଅସ୍ଥିରତା ସାଙ୍ଗକୁ କଡା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିପାରେ। ବନ୍ଧୁ ଠିକ୍ ସମୟରେ ନ ଫେରିବାରୁ ପ୍ରତୀକ୍ଷା ଯନ୍ତ୍ରଣା ତୀବ୍ର ହୋଇପାରେ। ଆଜି ଆପଣ ଯେତେ ଶତ ଚେଷ୍ଟା କଲେ ମଧ୍ୟ ସବୁ କାମ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ପ୍ରେମୀଙ୍କ ଲାଗି ଦିନଟି ଅନୁକୂଳ ରହିବ।
10/12ମକର: ଆଜି ବ୍ୟବସାୟରେ ଅଟକି ରହିଥିବା ଲାଭ ମିଳିପାରେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ନିଜ ବ୍ୟବସାୟୀ ପାର୍ଟନରଙ୍କ ସହ ଦୂରଯାତ୍ରା କରିପାରନ୍ତି। ନୂତନ ନିଯୁକ୍ତି ନେଇ ସୁଯୋଗ ମିଳିବ। ବନ୍ଧୁଙ୍କ ସହ ହୋଇଥିବା କିଛି ଭୁଲ ଧାରଣା ଦୂର ହେବ । ପ୍ରଶାସନିକ ଅଧିକାରୀଙ୍କ ସହାନୁଭୂତି ମିଳିବ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
11/12କୁମ୍ଭ:ଆଜି ଶନିଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବା କାରଣରୁ ପ୍ରତ୍ୟକ କାର୍ଯ୍ୟରେ ଶୁଭଫଳ ପାଇବେ। ଆଜି ଆପଣ ଯାହା ଆଶା ରଖିଛନ୍ତି, ତାହା ପାଇବେ। କିନ୍ତୁ କର୍ମକ୍ଷେତ୍ରରେ ଅନ୍ୟ ସହକର୍ମୀଙ୍କ ପାଇଁ ବିବାଦ ଘେରକୁ ଆସିପାରନ୍ତି। ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କଲେ କୈଫିୟତ୍ ଦେବାକୁ ପଡ଼ିପାରେ। ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ବ୍ୟବସାୟରେ କିଛି ସମସ୍ୟା ଦେଖାଦେଇପାରେ।
12/12ମୀନ: ଆଜି କର୍ମକ୍ଷେତ୍ରରେ ମନୋବଳ ଟାଣ ରହିବା ସହ ଅଟକିଥିବା କାମକୁ ଶେଷ କରିବାରେ ସଫଳ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ଲାଭ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ସଫଳତା ଅବଶ୍ୟ ମିଳିବ। ହେଲେ, ପାରିବାରିକ ଜୀବନରେ ଲାଗି ରହିଥିବା ଝିନଝଟ୍ରୁ ମୁକ୍ତି ମିଳିବ ନାହିଁ।ସତ୍ସଙ୍ଗ ଓ ଧର୍ମଚର୍ଚ୍ଚାରେ ଯୋଗ ଦେବେ।