Weekly Special Horoscope 12 to 18 may 2025: ଆରମ୍ଭ ହେବାକୁ ଯାଉଛି ମେ'ମାସର ତୃତୀୟ ସପ୍ତାହ। ନୂଆ ସପ୍ତାହରେ ମେ ୧୪ ତାରିଖ ସକାଳ ୬ଟା ୪ ମିନିଟ୍ ସମୟରେ ସୂର୍ଯ୍ୟ ବୃଷ ରାଶିକୁ ଚଳନ କରିବାକୁ ଥିବା ବେଳେ ବୃହସ୍ପତି ସେହିଦିନ ମିଥୁନ ରାଶିକୁ ଗୋଚର କରିବେ। ଫଳରେ ୨ଟି ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଏହି ୨ଟି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ,ଆସନ୍ତୁ ଜାଣିବା ନୂଆ ସପ୍ତାହରେ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ?
)
ମେଷ:ନୂଆ ସପ୍ତାହଟି ଏହି ରାଶିଙ୍କ ପାଇଁ ବେଶ୍ ଆନନ୍ଦଦାୟକ ରହିବ। କର୍ମକ୍ଷେତ୍ରରେ ମହିଳା ମାନେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଭୋଗିପାରନ୍ତି। ତେଣୁ ସ୍ବାସ୍ଥ୍ୟକୁ ନେଇ ସଚେନତ ରୁହନ୍ତୁ। ବ୍ୟବସାୟିକ ଦୃଷ୍ଟିକୋଣରୁ କିଛି ଚ୍ୟାଲେଂଜର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ବ୍ୟବସାୟିକ ପ୍ରତିଦ୍ବନ୍ଦୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି। ବ୍ୟବସାୟରେ ଆଶାନୁରୂପକ ଫଳପାଇବେ ନାହିଁ। ବୈବାହିକ ଜୀବନ ସୁଖମୟ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସପ୍ତାହ ଶେଷଭାଗରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେଶ ଅଂଶ ଗ୍ରହଣ କରିପାରନ୍ତି। ପ୍ରେମୀଙ୍କ ଲାଗି ସମୟ ଖାସ୍ ରହିବ ନାହିଁ।
ALSO READ: Plus Two Result 2025: ଏହିଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ! ଜାଣନ୍ତୁ କେବେ?
ALSO READ: Guru Gochar 2025: ମେ'୧୪ ରେ ବୃହସ୍ପତିଙ୍କ ଶୁଭ ଚଳନ,୫ରାଶିଙ୍କ ଭାଗ୍ୟ ହେବ ଉଜ୍ଜଳ,ବଢିବ ବ୍ୟାଙ୍କ୍ ବାଲାନ୍ସ!
)
ବୃଷ:ନୂଆ ସପ୍ତାହରେ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଫଳରେ କ୍ଲାନ୍ତ ଅନୁଭବ କରିବେ। ଆଉ ଦୂରଯାତ୍ରାରୁ ଆଶା ଜନକ ଫଳ ପାଇବେ ନାହିଁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିପାରେ। କମ୍ପିଟେଟିଭ୍ ଏକ୍ସାମ ପାଇଁ କୌଣସି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ସପ୍ତାହ ମଧ୍ୟ ଭାଗରେ ସପ୍ତାହର ଦ୍ବୀତିୟାଦ୍ଧରେ ଉଭୟ ସ୍ବାସ୍ଥ୍ୟ ଓ ସମ୍ପର୍କ ଉପରେ ଧ୍ୟାନ ଦେବକୁ ପଡିବ। କାହିଁକିନା ଟଙ୍କା ପଇସାକୁ ନେଇ ବନ୍ଧୁ ବା ନିଜ ପରିବାର ଲୋକଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ପ୍ରେମୀମାନେ ନିଜ ସାଥୀଙ୍କୁ ଅଣଦେଖା କରନ୍ତୁ ନାହିଁ। ନଚେତ୍ ସମ୍ପର୍କ ଭାଙ୍ଗିପାରେ।
)
ମିଥୁନ:ନୂଆ ସପ୍ତାହରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏହି କାରଣରୁ ସ୍ବାସ୍ଥର ଯତ୍ନ ନେବା ଜରୁରୀ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ। ସପ୍ତାହ ଆରମ୍ଭରୁ କୌଣସି ଦାମୀ ଜିନିଷ କ୍ରୟ କରିବା ନେଇ ଖର୍ଚ୍ଚ ବୃଦ୍ଧି ହେବ। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିପାରେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ବ୍ୟବସାୟରେ କୌଣସି ପ୍ରକାର ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଲାଭ ବଦଳରେ କ୍ଷତି ସହିବେ। ପ୍ରେମୀ ମାନଙ୍କ ଲାଗି ସମୟ ଆଦୌ ଭଲ ରହିବ ନାହିଁ। କୌଣସି କାରଣକୁ ନେଇ ସମ୍ପର୍କ ଭାଙ୍ଗିପାରେ। ତେଣୁ ନିଜ ସାଥୀଙ୍କୁ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ସ୍ବାସ୍ଥ୍ୟ ଭଲ ନ ରହିବା କାରଣରୁ କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ।
)
କର୍କଟ: ଆଗାମୀ ସପ୍ତାହ ବେଶ୍ ଶୁଭ ରହିବ। ରାଜନୀତିରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଲାଭଦାୟୀ ରହିବ। ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କରେ ଅଧିକ ମଜବୁତ୍ ହେବ। ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ନୂଆ ଘର କିଣିବା ସହ ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ବ୍ୟବସାୟିକ ଦୃଷ୍ଟି କୋଣରୁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବାରେ ସଫଳ ହେବେ। ନିଜ ବନ୍ଧୁ ବାନ୍ଧକଙ୍କ ସହହୋଇଥିବା ମନମାଳିନ୍ୟ ଦୂର ହେବ। ନିଜ ପ୍ରିୟର ଲୋକଙ୍କ ସହ ହସ-ଖୁସିରେ ସମୟ ବିତାଇବେ। ପରିବାରରେହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।
)
ସିଂହ: ନୂଆ ସପ୍ତାହ ଏ-ହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, କ୍ୟାରିୟରକୁ ନେଇ କୌଣସି ପ୍ରକାର ଶୁଭ ଖବର ପାଇବେ। ଯେଉଁମାନେ ନୂଆ କରି ଚାକିରି କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଅଫିସ୍ ଟୁର୍-କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ସପ୍ତାହ ମଧ୍ୟ ଭାଗରେ କୌଣସି ପାରିବାରିକ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ଘନିଷ୍ଠ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇବେ। ପ୍ରେମୀ ମାନଙ୍କ ଲାଗି ସମୟ ଏତେ ଖାସ୍ ରହିବ। ସପ୍ତାହ ଶେଷ ଭାଗରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇପାରେ। ବୈବାହିକ ଜୀବନ ସୁଖମୟ ହେବ। ଟଙ୍କା-ପଇସାକୁ ନେଇ ବନ୍ଧୁ ବାନ୍ଧବଙ୍କ ସହ କୌଣସି ପ୍ରକାର ମନୋ ମାଳିନ୍ୟ ହୋଇପାରେ।
)
କନ୍ୟା: ଏହି ରାଶିର ଲୋକଙ୍କୁ ନୂଆ ସପ୍ତାହରେ ସତର୍କତାରେ ସହ ଚଳିବାକୁ ପଡିବ। ପିତା-ମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇପାରେ। ପ୍ରେମୀଙ୍କ ଲାଗି ସମୟ ପ୍ରତିକୂଳ ରହିବ ନାହିଁ । ସେୟାର ବଜାରରେ ଟଙ୍କା ବିନିଯୋଗ କରିବାକୁ ଇଚ୍ଛା ଥିବା ବ୍ୟକ୍ତି ବିଶେଷମାନେ ବିନିଯୋଗ ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍। ଏବଂ ଭାବିଚିନ୍ତି ଆଗକୁ ବଢନ୍ତୁ। ରିୟଲି-ଇଷ୍ଟେଟ୍ ରେ ଜଡ଼ିତ ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ଯେଇଁଥିରୁ ଭଲ ଦ୍ବି-ପଇସା ଲାଭ ମିଳିବ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନଚେତ୍ ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲିପାରେ। ଦୂରଯାତ୍ରା କଲେ ଆଶା ଜନକ ଫଳ ପାଇବେ ନାହିଁ। ସାଥୀଙ୍କ ସହ ବିବାଦ ନ କରିବାକୁ ପରାମର୍ଶ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ।
)
ତୁଳା: ନୂଆ ସପ୍ତାହରେ ଏହି ରାଶିର ଲୋକଙ୍କ ପାଇଁ ଯନ୍ତ୍ରଣା ଦାୟକ ରହିବ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ କର୍ମକ୍ଷେତ୍ରର ବିବାଦ ଦେଖାଦେଇପାରେ। ଛୋଟୋମୋଟ କଥାକୁ ନେଇ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହ ପାଟିତୁଣ୍ତ ହୋଇପାରେ। ଘରେ କୌଣସି ପ୍ରକାର ମାଙ୍ଗଳିକ ବା ଶୁଭ କାର୍ଯ୍ୟ ହୋଇପାରେ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରେ ନିଜ ପାର୍ଟନର ଉପରେ ଅଧିକ ଭରସା କରନ୍ତୁ ନାହିଁ। ନଚେତ୍ ଠକାମୀର ଶୀକାର ହୋଇପାରନ୍ତି। ତରବରିଆ ହୋଇ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ସପ୍ତାହ ଶେଷ ଭାଗରେ ମହିଳାମାନେ କର୍ମକ୍ଷେତ୍ରରେ ଅସୁବିଧାରେ ପଡିପାରନ୍ତି। ପ୍ରେମୀମାନେ,ଅର୍ଥାତ୍ ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଛନ୍ତି । ସେମାନେ-ସାଥୀଙ୍କ ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ। ଧାର୍ମିକ ସ୍ଥଳକୁ ଯାତ୍ରା କରିବେ।
)
ବିଛା: ଏହି ସପ୍ତାହରେ ମକର ରାଶିରେ ଲୋକଙ୍କ ଜୀବନରେ ଚାଲିଥିବା ଦୁଃଖକଷ୍ଟ ଦୂର ହୋଇଯିବ। ପ୍ରେମ ସମ୍ପର୍କ ଅଧିକ ମଜବୁତ୍ ହେବ। ସାଥୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ବୈବାହିକ ଜୀବନରେ ଆନନ୍ଦ ଜାରି ରହିବ । ଚାକିରି କରୁଥିବା ଲୋକମାନେ ସପ୍ତାହର ଆରମ୍ଭରେ ଏକ ଉଲ୍ଲେଖଯୋଗ୍ୟ ସୁଯୋଗ ପାଇବାର ସମ୍ଭାବନା ଅଛି । ଆପଣଙ୍କ ଚାକିରି, ବ୍ୟବସାୟ କିମ୍ବା ଜୀବନର ଅନ୍ୟ କୌଣସି ଲକ୍ଷ୍ୟ ହୋଇଥାଉ ନା କାହିଁକି, ଆପଣ ସବୁ କ୍ଷେତ୍ରରେ ଘରୁ ବାହାରୁ ସମସ୍ତଙ୍କଠାରୁ ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ ପାଇବେ ।ସପ୍ତାହର ଶେଷ ଆଡକୁ,ପିଲାମାନଙ୍କ ବିଷୟରେ ଆପଣ କିଛି ସକାରାତ୍ମକ ଖବର ପ୍ରାପ୍ତ କରିବେ । ଯେଉଁ ଯୋଜନାଗୁଡିକ ବହୁ ସମୟରୁ ଅଟକି ରହିଥିଲା କିମ୍ବା ବାତିଲ୍ ହୋଇଥିଲା।ସେଗୁଡିକ ହଠାତ ଶୁଭାଂକ୍ଷୀମାନଙ୍କ ସହାୟତାରେ ଆଗକୁ ବଢିବାକୁ ଲାଗିବ । ସ୍ୱାସ୍ଥ୍ୟ ଭଲ ରହିବ।କିନ୍ତୁ ପରିବାରର ଜଣେ ବୟୋଜ୍ୟେଷ୍ଠ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବାର ସମ୍ଭାବନା ଅଛି ।
)
ଧନୁ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଛନ୍ତି । ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଆଶା ପୂରଣ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ମିଳିବ।ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ବେ,ନୂଆ ସପ୍ତାହରେ ସେହି କାର୍ଯ୍ୟ କରନ୍ତୁ। ନିଜ ସାଥୀଙ୍କ ସହ ସମୟ ଅନୁକୂଳ ରହିବ। ନୂଆ ଜମି କ୍ରୟ କରିବାର କରିବେ। ଯେଉଁମାନେ ଜମିବିକ୍ର ବଟା କାରବାରରେ ଜଡିତ ଅଛନ୍ତି । ସେମାନେ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ।
)
ମକର: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ଚ୍ୟାଲେଜିଂ ରହିପାରେ। ଛାତ୍ରଛାତ୍ରୀଙ୍କ ଧ୍ୟାନ ଅଧ୍ୟୟନରୁ ବିଚଳିତ ହେବ। ଟଙ୍କା- ପଇସାକୁ ନେଇ ପରିବାରରେ ବିବାଦ ଦେଖାଦେଇପାର। ଯାହାକୁ ନେଇ ଆପଣ ଟେନସନରେ ରହିବେ। ଯେଉଁମାନେ ବ୍ୟବସାୟରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ କ୍ଷତି ସହିବେ। ଧୌର୍ଯ୍ୟର ସହକାରେ ପ୍ରତ୍ୟକ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ। ଅବିବାହିତମାନେ ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନପ୍ରାପ୍ତି ନେଇ ଖୁସି ଖବର ପାଇବେ।
)
କୁମ୍ଭ:କୁମ୍ଭ ରାଶିଙ୍କ ପାଇଁ ନୂଆ ସପ୍ତାହ ଅତ୍ୟନ୍ତ-ଶୁଭ ରହିବ। ସପ୍ତାହର ପ୍ରଥମାର୍ଦ୍ଧରେ ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ।ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଅଘଟଣ ଘଟିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ କୌଣସି ଡିଲ୍ ଫାଇନାଲ୍ କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଗୁଡିକ ତନ୍ନ ତନ୍ନ କରି ପଢିବା ଉଚିତ୍। ନଚେତ୍ ଠକାମୀରେ ପଡିପାରନ୍ତି। କୌଣସି ବାଦ ବିବାଦ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ । କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ପ୍ରେମୀଙ୍କ ପାଇଁ ସପ୍ତାହଟି ଅନୁକୂଳ ରହିବ।
)
ମୀନ: ମୀନ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଏହି ସପ୍ତାହରେ ମିଶ୍ରିତ ଫଳ ପାଇବେ । ଚାକିରି ,ବ୍ୟବସାୟ କିମ୍ବା ପରିବାର ସମ୍ବନ୍ଧିତ ସମସ୍ୟାଗୁଡିକୁ ସମାଧାନ କରିବାରେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସହଯୋଗ କରିବେ । ଯଦି ଆପଣ ବ୍ୟବସାୟ କରୁଥାନ୍ତି,ତେବେ ଏହି ସମୟରେ ନିଜର ଆର୍ଥିକ ବ୍ୟବସ୍ଥା ପ୍ରତି ସାବଧାନ ହୁଅନ୍ତୁ ଏବଂ କୌଣସି ଯୋଜନା କିମ୍ବା ବ୍ୟବସାୟରେ ଭଲ ଭାବେ ଭାବି ଚିନ୍ତି ବିନିଯୋଗ କରନ୍ତୁ । ସପ୍ତାହର ମଧ୍ୟ ଭାଗ ଆଡକୁ କିଛି ସକାରାତ୍ମକ ଖବର ପାଇବାର ସମ୍ଭାବନା ଅଛି । ଏହି ସମୟରେ ଚାକିରି କରୁଥିବା ଲୋକମାନେ କର୍ମକ୍ଷେତ୍ରରେ ଉଭୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । ଏହି ସପ୍ତାହରେ ନିଜ ପ୍ରେମ ସମ୍ପର୍କ ପ୍ରତି ଦୃଢ ହୁଅନ୍ତୁ ଏବଂ ନିଜ ସାଥୀଙ୍କ ଅସୁବିଧାଗୁଡିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़