Advertisement
Photo Details/zeeodisha/odisha2731541
photoDetails0hindi

Weekly Special Horoscope: ମେ' ପ୍ରଥମ ସପ୍ତାହ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ

Weekly Special Horoscope 28 April To 4 May 2025: ଆରମ୍ଭ ହେବାକୁ ଯାଉଛି ମେ ମାସ। ଚଳିତ ମାସରେ ଶନି-ଗୁରୁ ୟୁତି ଭଲି ଦୁର୍ଲଭ ଯୋଗ ପଡୁଥିବା ବେଳେ  ମେ ମାସରେ ସର୍ବାଥ ସିର୍ଦ୍ଧି ଯୋଗ ପଡୁଛି। ଏହି ୨ଟି ଯୋଗ ପଡୁଥିବା କାରଣରୁ କିଛି ରାଶିଙ୍କ ଭାଗ୍ୟ ଉଜ୍ଜଳ ହେବାକୁ ଯାଉଥିବା ବେଳେ ଆଉ କିଛି ରାଶିର ଲୋକଙ୍କୁ ସତର୍କତାର ସହ ଚଳିବାକୁ ପଡିବ। ତେବେ,ଆସନ୍ତୁ ଜାଣିବା ନୂଆ ସପ୍ତାହରେ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ?

 

1/12

ମେଷ: ନୂଆ ସପ୍ତାହରେ ଏହି ରାଶିର ଲୋକଙ୍କ ପାଇଁ ଯନ୍ତ୍ରଣା ଦାୟକ ରହିବ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ କର୍ମକ୍ଷେତ୍ରର ବିବାଦ ଦେଖାଦେଇପାରେ। ଛୋଟୋମୋଟ କଥାକୁ ନେଇ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହ ପାଟିତୁଣ୍ତ ହୋଇପାରେ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରେ ନିଜ ପାର୍ଟନର ଉପରେ ଅଧିକ ଭରସା କରନ୍ତୁ ନାହିଁ। ନଚେତ୍ ଠକାମୀର ଶୀକାର ହୋଇପାରନ୍ତି।   ଘରେ କୌଣସି ପ୍ରକାର ମାଙ୍ଗଳିକ ବା ଶୁଭ କାର୍ଯ୍ୟ ହୋଇପାରେ। ଧାର୍ମିକ ସ୍ଥଳକୁ ଯାତ୍ରା କରିବେ।  ପ୍ରେମୀମାନେ, ଅର୍ଥାତ୍ ଯେଉଁମାନେ ପ୍ରେମ ବିବାହ କରିବାକୁ ଚାହୁଛନ୍ତି । ସେମାନେ- ସାଥୀଙ୍କ ପାଇଁ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ। ତରବରିଆ ହୋଇ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ସପ୍ତାହ ଶେଷ ଭାଗରେ ମହିଳାମାନେ କର୍ମକ୍ଷେତ୍ରରେ ଅସୁବିଧାରେ ପଡିପାରନ୍ତି।

ASLO READ: Anubhav Varsha Controversy: ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ,ଜାଣନ୍ତୁ କାହିଁକି?

ALSO READ: Shani Guru Yuti 2025: ଏହିସବୁ ରାଶିଙ୍କ ଭାଗ୍ୟ ଉଦୟ କରିବେ ଶନି-ବୃହସ୍ପତି, ବର୍ଷ ସାରା ହେବ ଟଙ୍କା ବର୍ଷା

 

 

2/12

ବୃଷ: ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଗାମୀ ସପ୍ତାହ ବେଶ୍ ଶୁଭ ରହିବ।  ବ୍ୟବସାୟିକ ଦୃଷ୍ଟି କୋଣରୁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବାରେ ସଫଳ ହେବେ। ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି। ନୂଆ ଘର କିଣିବା ସହ ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ରାଜନୀତିରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଲାଭଦାୟୀ ରହିବ। ବିଶେଷକରି,ଏହି ସମୟ ମଧ୍ୟରେ କୌଣସି ବଡ଼ ପଦ ଦଳ ପକ୍ଷରୁ ମିଳିପାରେ। ନିଜ ବନ୍ଧୁ ବାନ୍ଧକଙ୍କ ହୋଇଥିବା ମନମାଳିନ୍ୟ ଦୂର ହେବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ନିଜ ପ୍ରିୟର ଲୋକଙ୍କ ସହ ହସ-ଖୁସିରେ ସମୟ ବିତାଇବେ। ପ୍ରେମିକ-ପ୍ରେମିକାଙ୍କ ସମ୍ପର୍କରେ ଅଧିକ ମଜବୁତ୍ ହେବ। ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।

3/12

ମିଥୁନ: ଏହି ରାଶିର ଲୋକଙ୍କୁ ନୂଆ ସପ୍ତାହରେ ସତର୍କତାରେ ସହ ଚଳିବାକୁ ପଡିବ। ଦୂରଯାତ୍ରା କଲେ ଆଶା ଜନକ ଫଳ ପାଇବେ ନାହିଁ।  ରିୟଲି-ଇଷ୍ଟେଟ୍ ରେ ଜଡ଼ିତ ଲୋକ ନୂଆ ପ୍ରୋଜେକ୍ଟ ପାଇବେ। ଯେଇଁଥିରୁ ଭଲ ଦ୍ବି-ପଇସା ଲାଭ ମିଳିବ। ସେୟାର ବଜାରରେ ଟଙ୍କା ବିନିଯୋଗ କରିବାକୁ ଇଚ୍ଛା ଥିବା ବ୍ୟକ୍ତି ବିଶେଷମାନେ ବିନିଯୋଗ ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍। ଏବଂ ଭାବିଚିନ୍ତି ଆଗକୁ ବଢନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନଚେତ୍ ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲିପାରେ।  ପ୍ରେମୀଙ୍କ ଲାଗି ସମୟ ପ୍ରତିକୂଳ ରହିବ ନାହିଁ । ସାଥୀଙ୍କ ସହ ବିବାଦ ନ କରିବାକୁ ପରାମର୍ଶ।  ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନେଇ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ପିତା-ମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇପାରେ।  

4/12

କର୍କଟ: ଏହି ସପ୍ତାହରେ କୌଣସି ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ। ସପ୍ତାହ ଆରମ୍ଭରୁ କୌଣସି ଦାମୀ ଜିନିଷ କ୍ରୟ କରିବା ନେଇ ଖର୍ଚ୍ଚ ବୃଦ୍ଧି ହେବ। ଯାହା ଆପଣଙ୍କ ବଜେଟ୍ କୁ ପ୍ରଭାବିତ କରିପାରେ।   ନୂଆ ସପ୍ତାହରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏହି କାରଣରୁ ସ୍ବାସ୍ଥର ଯତ୍ନ ନେବା ଜରୁରୀ। ସ୍ବାସ୍ଥ୍ୟ ଭଲ ନ ରହିବା କାରଣରୁ କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ବ୍ୟବସାୟରେ କୌଣସି ପ୍ରକାର ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଲାଭ ବଦଳରେ କ୍ଷତି ସହିବେ।  ପ୍ରେମୀ ମାନଙ୍କ ଲାଗି ସମୟ ଆଦୌ ଭଲ ରହିବ ନାହିଁ। କୌଣସି କାରଣକୁ ନେଇ ସମ୍ପର୍କ ଭାଙ୍ଗିପାରେ। ତେଣୁ ନିଜ ସାଥୀଙ୍କୁ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।  

5/12

ସିଂହ: ନୂଆ ସପ୍ତାହ ଏ-ହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଅଫିସ୍ ଟୁର୍-କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା ସମ୍ପତ୍ତି ବିବାଦର ଅନ୍ତ ଘଟିବ। ତେଣୁ ବିବାଦ କୋର୍ଟକୁ ଯିବା ପୂର୍ବରୁ ଆପୋଣ ବୁଝାବଣା କଲେ ଭଲ। ସପ୍ତାହ ମଧ୍ୟ ଭାଗରେ କୌଣସି ପାରିବାରିକ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ଘନିଷ୍ଠ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇବେ।  ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ବିଦେଶରେ ଚାକିରି  ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଟଙ୍କା-ପଇସାକୁ ନେଇ ବନ୍ଧୁ ବାନ୍ଧବଙ୍କ ସହ କୌଣସି ପ୍ରକାର ମନୋ ମାଳିନ୍ୟ ହୋଇପାରେ। ସପ୍ତାହ ଶେଷ ଭାଗରେ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇପାରେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମୀ ମାନଙ୍କ ଲାଗି ସମୟ ଏତେ ଖାସ୍ ରହିବ। 

 

6/12

କନ୍ୟା: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।  ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଆଶା ପୂରଣ ହେବ।  ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ମିଳିବ। ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଛନ୍ତି । ତେବେ,ନୂଆ ସପ୍ତାହରେ ସେହି କାର୍ଯ୍ୟ କରନ୍ତୁ। ନିଜ ସାଥୀଙ୍କ ସହ ସମୟ ଅନୁକୂଳ ରହିବ।  ନୂଆ ଜମି କ୍ରୟ କରିବାର କରିବେ। ଯେଉଁମାନେ ଜମିବିକ୍ର ବଟା କାରବାରରେ ଜଡିତ  ଅଛନ୍ତି । ସେମାନେ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ। 

7/12

ତୁଳା: ନୂଆ ସପ୍ତାହଟି ଏହି ରାଶିଙ୍କ ପାଇଁ ବେଶ୍ ଆନନ୍ଦଦାୟକ ରହିବ। କର୍ମକ୍ଷେତ୍ରରେ ମହିଳା ମାନେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି।  ବ୍ୟବସାୟିକ ଦୃଷ୍ଟିକୋଣରୁ କିଛି ଚ୍ୟାଲେଂଜର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ ବ୍ୟବସାୟିକ ପ୍ରତିଦ୍ବନ୍ଦୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି। ବ୍ୟବସାୟରେ ଆଶାନୁରୂପକ ଫଳପାଇବେ ନାହିଁ।   ସପ୍ତାହ ଶେଷଭାଗରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେଶ ଅଂଶ ଗ୍ରହଣ କରିପାରନ୍ତି।  ସ୍ବାସ୍ଥ୍ୟ ଜନିତ ସମସ୍ୟା ଭୋଗିପାରନ୍ତି। ତେଣୁ ସ୍ବାସ୍ଥ୍ୟକୁ ନେଇ ସଚେନତ ରୁହନ୍ତୁ। ପ୍ରେମୀଙ୍କ ଲାଗି ସମୟ ଖାସ୍ ରହିବ ନାହିଁ। ବୈବାହିକ ଜୀବନ ସୁଖମୟ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।

8/12

ବିଛା: ବିଛା ରାଶିଙ୍କ ପାଇଁ ନୂଆ ସପ୍ତାହ ବେଶ୍ ଶୁଭ ରହିବ।  ପ୍ରେମୀଙ୍କ ପାଇଁ ସପ୍ତାହଟି ଅନୁକୂଳ ରହିବ।  ସପ୍ତାହର ପ୍ରଥମାର୍ଦ୍ଧରେ  ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ବ୍ୟବସାୟୀମାନେ କୌଣସି ଡିଲ୍ ଫାଇନାଲ୍ କରିବା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଗୁଡିକ ତନ୍ନ ତନ୍ନ କରି ପଢିବା ଉଚିତ୍। ନଚେତ୍ ଠକାମୀରେ ପଡିପାରନ୍ତି। କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଅଘଟଣ ଘଟିବାର ସମ୍ଭାବନା ରହିଛି। ସପ୍ତାହ ଶେଷ ବେଳକୁ କୌଣସି ବାଦ ବିବାଦ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ।  

9/12

ଧନୁ:ନୂଆ ସପ୍ତାହରେ ଏହି ରାଶିର ଲୋକେ ମିଶ୍ରିତ ଫଳ ପାଇବେ। ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଫଳରେ କ୍ଲାନ୍ତ ଅନୁଭବ କରିବେ। ଆଉ ଦୂରଯାତ୍ରାରୁ ଆଶା ଜନକ ଫଳ ପାଇବେ ନାହିଁ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିପାରେ। କମ୍ପିଟେଟିଭ୍ ଏକ୍ସାମ ପାଇଁ କୌଣସି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ସପ୍ତାହ ମଧ୍ୟ ଭାଗରେ ସପ୍ତାହର ଦ୍ବୀତିୟାଦ୍ଧରେ ଉଭୟ ସ୍ବାସ୍ଥ୍ୟ ଓ ସମ୍ପର୍କ ଉପରେ ଧ୍ୟାନ ଦେବକୁ ପଡିବ। କାହିଁକିନା ଟଙ୍କା ପଇସାକୁ ନେଇ ବନ୍ଧୁ ବା ନିଜ ପରିବାର ଲୋକଙ୍କ ସହିତ ମନୋମାଳିନ୍ୟ ହୋଇପାରେ।  ପ୍ରେମୀମାନେ ନିଜ ସାଥୀଙ୍କୁ ଅଣଦେଖା କରନ୍ତୁ ନାହିଁ। ନଚେତ୍ ସମ୍ପର୍କ ଭାଙ୍ଗିପାରେ। 

10/12

ମକର: ନୂଆ ସମସ୍ତରେ ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ମିଳବ। କର୍ମକ୍ଷେତ୍ରରେ , ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ଭୁରି ଭୁରି ପ୍ରଂଶସା କରିବେ। ରାଜନୈତିକ କ୍ଷେତ୍ରରେ ଜଡିତ ଥିବା ବ୍ୟକ୍ତିମାନଙ୍କୁ ଦଳ ପକ୍ଷରୁ ଏକ ବଡ଼ ଦାୟିତ୍ବ ମିଳିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି।  

11/12

କୁମ୍ଭ: ଏ-ହି ରାଶିର ଲୋକଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। କର୍ମକ୍ଷେତ୍ର ହେଉ କି ବ୍ୟବସାୟିକ କ୍ଷେତ୍ର ସହୁଠି ସତର୍କତାର ସହ କାମ କରିବାକୁ ପଡିବ। ସହକର୍ମୀ ଆପଣଙ୍କୁ କୌଣସି ଚକ୍ରାନ୍ତ କରି ଫସାଇପାରନ୍ତି। କୁ-ଚକ୍ରାନ୍ତର ଶୀକାର ହୋଇପାରନ୍ତି। ବାଦ -ବିବାଦ ଠାରୁ ନିଜକୁ ଦୂରେଇ ରହିବାକୁ ପରାମର୍ଶ। ମନ-ପସନ୍ଦର ଖାଦ୍ୟ ଖାଇବାକୁ ମିଳିପାରେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଖରାପ ରହିବ। ଆର୍ଥିକ ଦେଣନେଣ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ସଂକ୍ରମିତ ରୋଗର ଶୀକାର ହୋଇପାରନ୍ତି। ଫଳରେ ଦୌନନ୍ଦିତ କାର୍ଯ୍ୟ ପ୍ରଭାବିତ ହୋଇପାରେ।

12/12

ମୀନ: ନୂଆ ସପ୍ତାହ ଆରମ୍ଭରୁ ଟଙ୍କା- ପଇସାକୁ ନେଇ ପରିବାରରେ ବିବାଦ ଦେଖାଦେଇପାର। ଯାହାକୁ ନେଇ ଆପଣ ଟେନସନରେ ରହିବେ। ଧୌର୍ଯ୍ୟର ସହକାରେ ପ୍ରତ୍ୟକ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ ହୋଇପାରେ। ବିଦେଶ ଯାତ୍ରାର ଯୋଗ ରହିଛି। ଛାତ୍ରଛାତ୍ରୀଙ୍କ ଧ୍ୟାନ ଅଧ୍ୟୟନରୁ ବିଚଳିତ ହୋଇପାରେ। ଯେଉଁମାନେ ବ୍ୟବସାୟରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନେ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତମାନେ ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନପ୍ରାପ୍ତି ନେଇ ଖୁସି ଖବର ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;