Advertisement
trendingPhotos2646997
photoDetails1hindi

Gold Rate Today: ପୁଣି ସୁନା ଦର ବୃଦ୍ଧି, ଭୁବନେଶ୍ବରରେ ଭରି ପିଛା ଏତିକି ଟଙ୍କା ବଢିଲା ରେଟ୍

Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼଼ ଖବର। ଗତ କିଛି ଦିନ ହେବ ସୁନା ଦର ରେକର୍ଡ଼ ଭାଙ୍ଗିବାରେ ଲାଗିଛି। ତେବେ, ଏହାରି ଭିତରେ ସୁନାଦର ବୃଦ୍ଧିକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଯାହା ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା କରୁଛନ୍ତି।  ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନାରେଟ୍...

 

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯, ୯୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୧୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବୃଦ୍ଧି ହୋଇଛି। 

ALSO READ: Guru Gochar 2025: ଏହିସବୁ ରାଶିଙ୍କୁ ମାଲାମାଲ୍ କରିବେ ବୃହସ୍ପତି, କିଣିବେ ନୂଆ ଗାଡି ସହ ଘର...

ALSO READ: Viral Video: ସମୁଦ୍ର କୂଳରୁ ଭାଇରାଲ୍ ହେଲା 'ତୁଳସୀ' ସିରିଏଲ ଅଭିନେତ୍ରୀ ଇପସିତାଙ୍କ ଏହି ଭିଡିଓ, ଦେଖନ୍ତୁ

2/5

ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୮୦,୦୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୮୭,୩୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ସୁନାରେ ଭରି ପିଛା ୧୦ ଟଙ୍କା ବଢିଛି।

 

3/5

ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୯୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୮୭,୧୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ବୃଦ୍ଧି ପାଇଛି। 

 

4/5

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୯୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍  ୮୭,୧୭୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦ ଟଙ୍କା ବୃଦ୍ଧି ପାଇଛି। 

 

5/5

ସେହିପରି ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୯,୯୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୮୭,୧୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ସୁନାରେ ମାତ୍ର ୧୦ ଟଙ୍କା ବଢିଛି। 

 

ट्रेन्डिंग फोटोज़

;