ଭାଇରାଲ ହେଉଛି ୧୪ ଗୋଡିଆ ଅସରପାର ଫଟୋ

ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ୧୪ ଗୋଡ଼ିଆ ଅସରପା(Sea Cockroach)ର ଏକ ଫଟୋ। ଏହି ଅସରପାଟି ସାମୁଦ୍ରିକ ଅସରପା ବୋଲି କୁହାଯାଉଛି। ଏହି ଅସରପାଟି ହିନ୍ଦ ମହାସାଗରରୁ ଉଦ୍ଧାର ହୋଇଥିବା ମଧ୍ୟ କୁହାଯାଉଛି।  ଡେଲି ରିପୋର୍ଟ ମୁତାବକ ନ୍ୟାସନାଲ ୟୁନିଭର୍ସିଟି ଅଫ ସିଙ୍ଗାପୁରର ପିଟର ଏନଜି ଔର ଓ ତାଙ୍କର ସହଯୋଗୀମାନେ ସାମୁଦ୍ରିକ ଜୀବ ଉପ

ଭାଇରାଲ ହେଉଛି ୧୪ ଗୋଡିଆ ଅସରପାର ଫଟୋ

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ୧୪ ଗୋଡ଼ିଆ ଅସରପା(Sea Cockroach)ର ଏକ ଫଟୋ। ଏହି ଅସରପାଟି ସାମୁଦ୍ରିକ ଅସରପା ବୋଲି କୁହାଯାଉଛି। ଏହି ଅସରପାଟି ହିନ୍ଦ ମହାସାଗରରୁ ଉଦ୍ଧାର ହୋଇଥିବା ମଧ୍ୟ କୁହାଯାଉଛି। 

ଡେଲି ରିପୋର୍ଟ ମୁତାବକ ନ୍ୟାସନାଲ ୟୁନିଭର୍ସିଟି ଅଫ ସିଙ୍ଗାପୁରର ପିଟର ଏନଜି ଔର ଓ ତାଙ୍କର ସହଯୋଗୀମାନେ ସାମୁଦ୍ରିକ ଜୀବ ଉପରେ ଗବେଷଣା କରିଥାନ୍ତି। ତେବେ ଏହି ସମୟରେ ସେ ଏହି ଅସରପାକୁ ଉଦ୍ଧାର କରିବା ସହିତ ତାହା ଉପରେ ମଧ୍ୟ ଗବେଷଣା ଆରମ୍ଭ କରିଛନ୍ତି। କେବଳ ଏହି ଭଳି ଅସରପା ନୁହନ୍ତି, ଏକାଧିକ ଅସରପା ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଛନ୍ତି। ତେବେ ଉଦ୍ଧାର ହୋଇଥିବା ଅସରପାର ବୈଜ୍ଞାନିକ ନାଁ ବାଥିନୋମସ ରକସସା ରହିଛି ବୋଲି ପିଟର କହିଛନ୍ତି। 

ଏଠାରେ କହି ରଖୁଛୁ ଯେ, ସିଙ୍ଗାପୁର ବିଶ୍ୱାବିଦ୍ୟାଳୟର ଉକ୍ତ ଅନୁସନ୍ଧାନକାରୀ ଦଳ ଇଣ୍ଡୋନେସିଆର ପଶ୍ଚିମ ଜାଭାରେ ଗଭୀର ସମୁଦ୍ର ମଧ୍ୟରେ ୧୪ ଦିନ ଧରି ଗବେଷଣା ଚଳାଇଥିଲେ। ଏହି ସମୟ ମଧ୍ୟରେ ଏହି ଗବେଷଣା ୧୨ ହଜାରରୁ ଊର୍ଦ୍ଧ୍ୱ ସାମୁଦ୍ରିକ ଜୀବଙ୍କ ସମ୍ପର୍କରେ ମଧ୍ୟ ଆସି ସାରିଛନ୍ତି। ଏଠାରେ କହି ରଖୁଛୁ ଯେ, ୨୦ ଇଞ୍ଚ ପର୍ଯ୍ୟନ୍ତ ଏହାର ଶରୀର ବୃଦ୍ଧି ପାଇପାରେ। ବୈଜ୍ଞାନିକ ମତ ଅନୁଯାୟୀ ଏହି ଅସରପା ଅନୁଯାୟୀ ବଡ଼ ଆଇସୋପଡ଼ ପ୍ରଜାତିର ବୋଲି ଗବେଷକ କହିଛନ୍ତି। 

ଗବେଷକ ମାନେ ଆହୁରି ମଧ୍ୟ କହିଛନ୍ତି, ଏହି ଅସରପାର ୧୪ଟି ଗୋଡ଼ ରହିଛି। ତେବେ ଏହା ଝିଙ୍କ ଓ କଙ୍କଡ଼ା ଭଳି ଦେଖିବାକୁ। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଏହି ପ୍ରଜାତିର ମୁଣ୍ଡ ଓ ଆଖିକୁ ଦେଖି ଡାର୍ଥ ଓ୍ୱାର୍ଡର ନାମ ରଖାଯାଇଛି। ଏହି ପ୍ରଜାତିର ଅସରପା ଗଭୀର  ସମୁଦ୍ର ମଧ୍ୟରେ ଦେଖାଯାଇଥାନ୍ତି। ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ହେଉଛି ଯେ, ବିନା ଖାଦ୍ୟରେ ଏହି ଅସରପା ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରେ।